• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Maharana

ଗୃହର ନିର୍ମାଣ କାର୍ଯ୍ୟରେ ସବୁବେଳେ ସତର୍କତା ଅବଲମ୍ବନ କରିବା ନିହାତି ଦରକାର । କାରଣ ବାସ୍ତୁର ବହୁତ ନିୟମକୁ ମାନି ନିର୍ମାଣ କରୁଥିବେ କିନ୍ତୁ ଗୋଟେ ଗୋଟେ ଏମିତି ଭୁଲ୍ ଅଛି ସେହି ଭୁଲ୍‌ଟି କାରଣରୁ ବାସ୍ତୁର ସମସ୍ତ ଶୁଭଫଳ ନଷ୍ଟ ହୋଇଯାଇଥାଏ ଏବଂ ଅଶୁଭ ଫଳ ମିଳିଥାଏ । ଆମେ ସବୁବେଳେ ଗୃହର ଭିତର ନିର୍ମାଣକୁ ଅତି ପ୍ରାଧାନ୍ୟ ଦେଇଥାଉ । କିନ୍ତୁ ପ୍ରକୃତରେ ଗୃହର ଭିତର ନିର୍ମାଣ ଯେତିକି ଗୁରୁତ୍ୱ ଦେବା କଥା ସେତିକି ବାହାର ନିର୍ମାଣ ପ୍ରତି ମଧ୍ୟ ଗୁରୁତ୍ୱ ଦେବା କଥା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗୃହ ଏବଂ ଭୂମିର ପାଚେରୀ ମଧ୍ୟରେ ଖାଲିସ୍ଥାନ ନିହାତି ରଖିବା କଥା । ଯେଉଁଠାରେ ନେଗେଟିଭ୍ ଏନର୍ଜି ଠିକ୍‌ ଭାବରେ ନିଷ୍କାସନ ହୋଇ ପାରିବ ଏବଂ ଶୁଭ ଦିଗରୁ ପଜେଟିଭ୍ ଏନର୍ଜି ପ୍ରବେଶ କରିପାରିବ । ବର୍ତ୍ତମାନ ସମୟରେ ଭୂମିର ମୂଲ୍ୟ ଏତେ ବଢ଼ିଗଲାଣି ଯେ ବଡଜାଗା କିଣିବା ସାଧାରଣ ଲୋକମାନଙ୍କ ପାଇଁ ବହୁତ କଷ୍ଟ । ଏଣୁ ଛୋଟ ଜାଗା ଉପରେ ଘରଟିଏ କଲାବେଳେ ଜାଗା ନଛାଡି ସମ୍ପୂର୍ଣ୍ଣ ପାଚେରୀକୁ ଲଗାଇ ନିର୍ମାଣ କରିଦେଉଛନ୍ତି । ଯାହା ଗୃହବାସୀଙ୍କ ପାଇଁ ଅତ୍ୟନ୍ତ ଅଶୁଭ । କିନ୍ତୁ ଆହୁରି କିଛି ପରିସ୍ଥିତିରେ ଗୋଟେ ଦିଗକୁ ସମ୍ପୂର୍ଣ୍ଣ ବନ୍ଦ କରି ଅନ୍ୟ ତିନିଦିଗରେ ଖୋଲା ଛାଡି ନିର୍ମାଣ କରାଯାଉଛି । ଏହା ମଧ୍ୟ ଅତ୍ୟନ୍ତ ଅଶୁଭ ।

ଜାଗା ଛାଡିବାର କେତେଗୁଡିଏ ନିୟମ ବାସ୍ତୁ ଶାସ୍ତ୍ରରେ ଲେଖାଯାଇଛି । ଯେମିତି ପୂର୍ବ ଏବଂ ଉତ୍ତର ପଟେ ପଶ୍ଚିମ ଏବଂ ଦକ୍ଷିଣ ପଟ ଅପେକ୍ଷା ଅଧିକା ଜାଗା ଖୋଲା ରହିବା ନିହାତି ଆବଶ୍ୟକ । କାରଣ ଏହା କରିବା ଦ୍ୱାରା ପୂର୍ବ ଏବଂ ଉତ୍ତର ଦିଗରେ ସ୍ଥାନରେ ଅଧିକା ଖୋଲା ଜାଗା ଥିଲେ ଏହି ସ୍ଥାନରେ ଅଧିକ ପଜିଟିଭ ଏନର୍ଜି ସୃଷ୍ଟି ହୋଇ ଗୃହବାସୀଙ୍କୁ ଶୁଭଫଳ ପ୍ରଦାନ କରିଥାଏ । ଦକ୍ଷିଣ ଏବଂ ପଶ୍ଚିମ ଦିଗରେ ଅଧିକ ଖୋଲାସ୍ଥାନ ରହିଲେ ଏହି ସ୍ଥାନରେ ନେଗେଟିଭ୍ ଏନର୍ଜି ଗୃହାବାସୀମାନଙ୍କୁ ଅଶୁଭ ଫଳ ପ୍ରଦାନ କରିଥାଏ ।

ଆଜି ଆମେ ଜାଣିବା ଉତ୍ତର ଦିଗରେ ଯଦି ଖାଲି ଜାଗା ନଥାଇ ଅନ୍ୟ ଦିଗରେ ଖାଲି ଜାଗା ଛଡା ଯାଇଥାଏ ତେବେ କ’ଣ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ଏବଂ କ’ଣ ତା’ର ପ୍ରଭାବ ଏବଂ ପ୍ରତିକାର । ଉତ୍ତର ଦିଗ ହେଉଛି ବାସ୍ତୁର ଏକ ଅତ୍ୟନ୍ତ ଶୁଭ ଦିଗ ଏହି ଦିଗରୁ ପଜିଟିଭ୍ ଏନର୍ଜି ଗୃହକୁ ଶୁଭ ପ୍ରଭାବ ଦେଇଥାଏ । ଉତ୍ତର ଦିଗ ହେଉଛି ଧନ ସମୃଦ୍ଧି ଉତ୍ପନ୍ନକାରୀ ଦିଗ ଯେଉଁମାନେ ବେପାର ବାଣିଜ୍ୟ କରନ୍ତି ସେମାନଙ୍କ ପାଇଁଏହି ଦିଗରେ ପ୍ରାଧାନ ବହୁତ୍ ବେଶୀ । ଯଦି ଏହି ଦିଗରେ ବାସ୍ତୁଦୋଷ ଉତ୍ପନ୍ନ ହୁଏ ତେବେ ଗୃହରେ ଧନର ଅଭାବ ସୃଷ୍ଟି ହୁଏ ଏବଂ ବାଣିଜ୍ୟର କ୍ଷତି ହୋଇଥାଏ ଫଳରେ ଗୃହରେ ସବୁବେଳେ ଅଶାନ୍ତି ଦେଖାଦେଇଥାଏ ।

ବର୍ତ୍ତମାନ ଯୁଗରେ ଧନରେ ଅଭାବ ହେଲେ ଗୃହରେ ସବୁବେଳେ ଅଶାନ୍ତି ଦେଖାଦେଇଥାଏ । ଏଣୁ ଯଦି ଏହି ଦିଗରେ ପାଚେରୀକୁ ଲଗାଇ ନିର୍ମାଣ କାର୍ଯ୍ୟ କରାଯାଏ ତେବେ ଏହି ଦିଗରେ ବାସ୍ତୁଦୋଷ ସୃଷ୍ଟି ହୋଇଥାଏ । ଯଦି ଏହିପରି ଆପଣମାନଙ୍କ ଦ୍ୱାରା ହୋଇଯାଇଥାଏ ତେବେ ମୁଁ ଯେଉଁ ପ୍ରତିକାର ଅଛି, ତାହା କରନ୍ତୁ ଶୁଭଫଳ ପାଇବେ ।

ପ୍ରତିକାର- ଏହି ଦିଗକୁ ସଫା ରଖନ୍ତୁ ଏବଂ ଏହି ଦିଗରେ ବୁଧ ଯନ୍ତ୍ର ଏବଂ କୁବେରଙ୍କ ଏକ ପିତଳ ମୂର୍ତ୍ତୀ ସ୍ଥାପନ କରନ୍ତୁ । ଏହି ଦିଗରେ ଗୋଟେ ଗ୍ରୀନ୍ ପ୍ରାକୃତିକ ଦୃଶ୍ୟର ଫଟୋ ପ୍ରେମ୍‌ରେ ଲଗାଇ ଉତ୍ତର କାନ୍ଥରେ ଟାଙ୍ଗି ଦିଅନ୍ତୁ । ଏହି ପ୍ରତିକାର ଦ୍ୱରା ତୁରନ୍ତ ଶୁଭଫଳ ପାଇବେ ।