Advertisment

କାମିୟାଙ୍କୁ ମନ୍ଦିରକୁ ନେଲେ, ମହାପ୍ରସାଦ ଖୁଆଇଲେ ! ସତ ହୋଇଥିଲେ ସାଙ୍ଘାତିକ..

ତେଜୁଛି ହିନ୍ଦୀ ବ୍ଲଗର କାମିୟା ଜାନି ଜଗନ୍ନାଥ ଦର୍ଶନ ବିବାଦ। କାମିୟାଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ଏବଂ ଅବଢା ଖୁଆଇବାକୁ ନେଇ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଟାର୍ଗେଟ କରିଛି ବିଜେପି। ଦଳ ଅଭିଯୋଗ କରିଛି, କାମିୟା ପୂର୍ବରୁ ଗୋଂମାସ ଖାଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରାଇବା ସହ ମହାପ୍ରସାଦ ଖୁଆଇ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଇଛନ୍ତି ପାଣ୍ଡିଆନ ।

author-image
Manoranjan Behera
undefined

Kamiya Jani

ରାଜ୍ୟ ରାଜନୀତିରେ କାମିୟା ଜାନି ବିବାଦ । କାମିୟାଙ୍କୁ ମହାପ୍ରଭୁଙ୍କ ଅବଢା ଖୁଆଇ ଅଡୁଆରେ ପାଣ୍ଡିଆନ । ପାଣ୍ଡିଆନ ଏବଂ କାମିୟାଙ୍କ ବିରୋଧରେ ମାମଲା ପାଇଁ ଦାବି । ହିନ୍ଦୀ ବ୍ଲଗର କାମିୟା ଜାନିଙ୍କୁ ନିକଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବା ସହ ଦର୍ଶନ ଏବଂ ଅବଢା ଖୁଆଇଥିଲେ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ଏହା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଜଗନ୍ନାଥ ସଂସ୍କୃତି ସଂପର୍କରେ ତାଙ୍କୁ ଇଣ୍ଟରଭ୍ୟୁ ଦେଇଥିଲେ । ଯାହାକୁ ନିଜ ସୋସିଆଲ ମିଡିଆ ପେଜରେ ଅପଲୋଡ୍ କରିଥିଲେ କାମିୟା ।

Advertisment

ହେଲେ କାମିୟାଙ୍କ ଜଗନ୍ନାଥ ଦର୍ଶନକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ଦଳ ଅଭିଯୋଗ କରିଛି, କାମିୟା ଜାନି ଖୁଲ୍ଲମଖୁଲ୍ଲା ଗୋମାଂସ ଖାଇଥିବା ନିଜ ସୋସିଆଲ ମିଡିଆ ସାଇଡରେ ରହିଛି । ତେଣୁ ଶ୍ରୀମନ୍ଦିର ନିୟମ ଅନୁସାରେ ଗୋମାଂସ ଭକ୍ଷଣ କରିଥିବା ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଇ ଅପରାଧ କରିଛନ୍ତି ପାଣ୍ଡିଆନ । କୋଟି କୋଟି ଜଗନ୍ନାଥପ୍ରେମୀ ଏବଂ ସନାତନ ଧର୍ମୀଙ୍କ ଭାବାବେଗକୁ କୁଠାରଘାତ କରିଥିବାରୁ ସେମାନଙ୍କ ବିରୋଧରେ ଆଇପିସି ୨୯୫-ଏ ଧାରା ବିରୋଧରେ ମାମଲା ରୁଜୁ କରୁ ଶ୍ରୀମନ୍ଦିର ପ୍ରଶାସନ ।

ସେହିପରି ଶ୍ରୀ ଜଗନ୍ନାଥ ଟେମ୍ପୁଲ ଆକ୍ଟକୁ ଉଲ୍ଲଘଂନ କରି ନିଷିଦ୍ଧ ଜିନିଷ ଧରି ମନ୍ଦିର ପରିସରରେ ସୁଟିଂ କରି ମଧ୍ୟ ଅପରାଧ କରିଛନ୍ତି । ଏଣୁ ପାଣ୍ଡିଆନ ଏବଂ କାମିୟା ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି କରିଛି ଦଳ । ଅନ୍ୟପଟେ କାମିୟା ନିଜ ସୋସିଆଲ ମିଡିଆ ଯୋଗେ ସ୍ପଷ୍ଟୀକରଣ ରଖି ଲେଖିଛନ୍ତି, ମୁଁ କେବେ ଗୋମାଂସ ଖାଇନି ।

Advertisment

ଗତକାଲି ବିଜେପି ଆଇଟି ସେଲ୍ ସଦସ୍ୟ ସଂଗ୍ରାମ ପାତ୍ରଙ୍କୁ ସମ୍ବଲପୁର ପୋଲିସ ଗିରଫ କରିବା ପରେ ଏହି କାମିୟା ବିବାଦ ତେଜିଥିଲା । ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କୁ ରାଜନୈତିକ ସମାଲୋଚନା କରିବା ନେଇ ଏକ ମାମଲାରେ ସଂଗ୍ରାମଙ୍କୁ ଗିରଫ କରିଥିଲା ପୋଲିସ । କିନ୍ତୁ ବିଜେପି ଅଭିଯୋଗ କରିଛି କାମିୟା ଜାନି ଏବଂ ପାଣ୍ଡିଆନଙ୍କୁ ଟାର୍ଗେଟ କରିବାରୁ ତାଙ୍କୁ ଗରିଫ କରାଯାଇଛି । ଯାହାକୁ ନେଇ ବିଜେପି ନେତାମାନେ ସୋସିଆଲ ମିଡିଆରେ ଟାର୍ଗେଟ କରିଥିଲେ ।

ସେପଟେ ଘଟଣାରେ ପ୍ରତିକ୍ରିୟା ରଖି ସେବାୟତ କହିଛନ୍ତି ଯଦି ଏହା ସତ ହୋଇଥାଏ ସାଂଘାତିକ ଅପରାଧ । ଅନ୍ୟ ପଟେ ସୋସିଆଲ ମିଡିଆ ଏକ୍ସ ଯୋଗେ ଶ୍ରୀମନ୍ଦିର ପ୍ରଶାସନ କହିଛି ବିଜେପିର ଅଭିଯୋଗ ଭିତ୍ତିହୀନ । ପ୍ରମାଣ ଦେଲେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ ।  ଏବେ ଦେଖିବାର କଥା, ବିଜେପି-ବିଜେଡି ଭିତରେ ଆରମ୍ଭ ହୋଇଥିବା ସୋସିଆଲ୍ ମିଡିଆ ବିବାଦ ଆଗକୁ କେଉଁ ମୋଡ଼ ନେଉଛି ।

Jagannath Temple Odisha Politics VK Pandian
Advertisment
Advertisment