• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗରିବ ଗୁରୁବାଙ୍କ ଚାଉଳ, ହେଲେ ଖାଇଗଲେ ସରକାରୀ ବାବୁ । ଏମିତିକି ଆସନ୍ତା ବର୍ଷ ଅକ୍ଟୋବର ଯାଏଁ ହିତାଧିକାରୀ କୁଆଡ଼େ ଚାଉଳ ନେଇସାରିଥିବା ବି ସେମାନଙ୍କ ପଡ଼ିକାର୍ଡରେ ଏଣ୍ଟ୍ରି ସରିଛି । ବଲାଙ୍ଗିର ଜିଲ୍ଳା ଭଦ୍ରା ପଂଚାୟତରେ ପାଖାପାଖି ୫ଶହ କ୍ୱିଣ୍ଟାଲ ପିଡିଏସ୍ ଚାଉଳ ବାଟମାରଣା ହୋଇଥିବା ନେଇ RTI ଆକ୍ଟରେ ସାଂଘାତିକ ତଥ୍ୟ ମିଳିବା ପରେ ସୃଷ୍ଟି ହୋଇଛି ହଇଚଇ । ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି-ତଦନ୍ତ କରି ଆକ୍ସନ ନେବୁ । ତେବେ କେମିତି ହୋଇଛି ଚାଉଳ ହଡ଼ପ୍ କାରସାଦି- ଦେଖିବା ଜାଣନ୍ତୁ..

ଢୋଲ ଭିତରେ ମୂଷା । ଗରିବଙ୍କ ପେଟକୁ ଲାତ । ବାବୁ ଖାଇଗଲେ ପିଡିଏସ୍ ଚାଉଳ । କାରସାଦି କରି ଯୋଗାଣ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀ ହଡପ୍ କରି ନେଇଛନ୍ତି ଶହ ଶହ କ୍ୱିଣ୍ଟାଲ ସରକାରୀ ଚାଉଳ । କେତେ ଚାଲାକିରେ ହୋଇଛି ଦୁର୍ନୀତି-ଇଏ ତାର ଚାକ୍ଷୁସ ପ୍ରମାଣ । ୨୦୨୩ ମସିହା ସରିନି, ହେଲେ କାର୍ଡରେ କିନ୍ତୁ ୨୦୨୪ ଅକଟୋବର ଯାଏଁ ଚାଉଳ ଦିଆଯାଇଥିବା ଏଣ୍ଟ୍ରିି ସରିଛି । ହିତାଧିକାରୀ ଜଣକ ହେଲେ ସଇଁନ୍ତଳା ବ୍ଳକ ଭଦ୍ରା ପଂଚାୟତର କଏତା ମହାନନ୍ଦ ।

୩ମାସ ହେଲା ମୂଳରୁ ଚାଉଳ ପାଇନାହାନ୍ତି କଏତା । ହେଲେ ତାଙ୍କ କାର୍ଡ କହୁଛି, ସେ ଆରବର୍ଷ ଅକଟୋବର ଯାଏଁ ଚାଉଳ ନେଇ ସାରିଲେଣି । ଖାଲି କଏତା ନୁହଁନ୍ତି- ପଞ୍ଚାୟତରେ ତାଙ୍କ ଭଳି ଅନେକ ହିତାଧିକାରୀଙ୍କ ପଡିକାର୍ଡରେ ସମାନ ଅବସ୍ଥା । ନିରୀହ ହିତାଧିକାରୀଙ୍କ ଅଗୋଚରରେ ଏମିତି ମନଇଚ୍ଛା ଏଣ୍ଟ୍ରି କରିଛନ୍ତି ଦାୟିତ୍ୱରେ ଥିବା ଯୋଗାଣ ସହାୟକ ଓ ଅଧିକାରୀ ।

ବାରମ୍ବାର ଅଭିଯୋଗ ହେଲାଣି, ହେଲେ ଶୁଣୁଛି କିଏ ? ସୂଚନା ଅଧିକାର ଆଇନ୍ ବଳରେ ତଥ୍ୟ ହାସଲ କରିଥିବା ଜଣେ ସ୍ଥାନୀୟ ଆରଟିଆଇ କର୍ମୀଙ୍କ ଅଭିଯୋଗ- ଗତ ଅକ୍ଟୋବରରୁ ଡିସେମ୍ବର, ତିନି ମାସ କୋଟା ହିସାବରେ ଭଦ୍ରା ପଞ୍ଚାୟତକୁ ଯାଇଛି ୧ହଜାର ୯୦ କ୍ୱିଣ୍ଟାଲ ଚାଉଳ । ହେଲେ ଅଧିକାଂଶ ହିତାଧିକାରୀଙ୍କୁ ବଣ୍ଟାଯାଇନି । ପାଖାପାଖି ୫ଶହ କୁଇଣ୍ଟାଲ ଚାଉଳ ବାଟମାରଣା ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କାରୁ ଅଧିକ । ଯୋଗାଣ ସହାୟକ ଦାୟିତ୍ୱରେ ଥିବା ସତ୍ୟ ଛତ୍ରିଆ ଏହାର ମୁଖ୍ୟ କାର୍ପଟଦାର ବୋଲି କୁହାଯାଉଛି ।

ଯିଏକି ପୂର୍ବରୁ କିରାସିନି ଘୋଟାଲାରେ ବି ଧରାପଡ଼ି ନିଲମ୍ବିତ ହୋଇଥିଲେ । ଏବେ ଚାଉଳ ହେରଫେର କଥା ପ୍ରଘଟ ହେବା ପରଠୁ ଆଉ ଧରାଛୁଆଁ  ଦେଉନାହାନ୍ତି । ନିକଟରେ ସଇଁନ୍ତଲା ଗସ୍ତରେ ଆସିଥିବା ଖୋଦ୍ ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କୁ ବି ଅଭିଯୋଗ କରିଥିଲେ ହିତାଧିକାରୀ । ହେଲେ ସୁଫଳ ମିଳିନି । ତେଣେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ କହିଛନ୍ତି ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆକ୍ସନ ନେବୁ ।

  • Reported by:
  • MANARANJAN JOSHI