• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଯେତେ ଖୋଜୁଛି ଭିଜିଲାନ୍ସ, ସେତେ ବାହାରୁଛି ପୁଳାପୁଳା ସମ୍ପତ୍ତି । ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ପୁଳାପୁଳା ସମ୍ପତ୍ତି ଜବତ ହେଉଛି । ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ରେଡ୍ ବେଳେ ସଂପତ୍ତି ଦେଖି ଟେରା ହୋଇଯାଇଛି ଭିଜିଲାନ୍ସ ।

ପ୍ରଶାନ୍ତଙ୍କ ୨ଟି ବହୁତଳ ପ୍ରାସାଦ, ୨ଟି ଫ୍ଲାଟ୍, ୫ଟି ପ୍ଲଟ, ୧ କୋଟି ୩୭ ଲକ୍ଷର ବ୍ୟାଙ୍କ ଜମା, ୫ଶହ ଗ୍ରାମରୁ ଅଧିକ ସୁନା ଓ ୧ ଲକ୍ଷ ୨୧ ହଜାର ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରଶାନ୍ତ ଗନ୍ତାୟତଙ୍କ ଭୁବନେଶ୍ୱର ଓ ବ୍ରହ୍ମପୁର ଘର ସହ ଅଫିସରେ ରେଡ୍ ଚାଲିଛି । ତେବେ ଭିଜିଲାନ୍ସ ଜବତ କରିଥିବା ସୁନାର ଦାମ୍‌ ପାଖାପାଖି କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଏହି ଚଢ଼ାଉ ମୋଟ ୮ଟି ସ୍ଥାନରେ କରାଯାଉଥିବା ସୂଚନା ଦେଇଛି ଭିଜିଲାନ୍ସ । ଏଥିରେ ମୋଟ୍‌ ୮ଜଣ ଡିଏସ୍‌ପି ଓ ୫ ଜଣ ଇନିସ୍‌ପେକଟର ସାମିଲ ଅଛନ୍ତି । ଭୁବନେଶ୍ୱରର ୪ଟି ସ୍ଥାନରେ ଭିଜିଲାନ୍ସ ଯାଞ୍ଚ କରୁଥିବାବେଳେ ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ଚଢ଼ାଉ କରାଯାଉଛି । ସେହିପରି ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ମୋଟ୍‌ ୧୬ଟି ବ୍ୟାଙ୍କ ଆକାଉଣ୍ଟ ରହିଥିବା ସୂଚନା ଦେଇଛି ଭିଜିଲାନ୍ସ ।

ତେବେ ରେଡ ପରେ ପ୍ରଶାନ୍ତଙ୍କ ମୋଟ ସଂପତ୍ତିର ପରିମାଣ ଜଣାପଡିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

  • Reported by:
  • ATULYA BOUT