• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଓଡିଶାରୁ ସନ୍ଦିଗ୍ଧ ଆତଙ୍କୀ ସୟଦ ଇସାନ ବୁଖାରୀର ରିମାଣ୍ଡର ଆଜି ତୃତୀୟ ଦିନ । ତୃତୀୟ ଦିନରେ ବୁଖାରୀକୁ ମାରାଥନ ଜେରା କରିବ କାଶ୍ମୀର ପୋଲିସ । ଜମ୍ମୁ କାଶ୍ମୀର ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲା ବୁଖାରୀ, ତା ନାଁରେ କାଶ୍ମୀରରେ ୨ଟି ମାମଲା ଥିବା ସୂଚନା ମିଳିଛି । ଗତକାଲି ଦ୍ୱିତୀୟ ଦିନରେ ଜେରା ବେଳେ, ବୁଖାରୀର ସଂଘାତିକ ଷଡଯନ୍ତ୍ର ନେଇ ସୂଚନା ମିଳିଛି । ଏମିତିକି ବୁଖାରୀ ନିଜେ କରିଥିଲା ଗୋଟିଏ ଆପ୍ । ଆପରେ କିଛି ଯୁବତୀଙ୍କ ସହ ଯୋଗାଯୋଗ ରଖଥିଲା ବୁଖାରୀ ।

ଯେଉଁମାନେ ନ୍ୟୁଡ କଲରେ ସାମିଲ ହେଉଥିଲେ ତାଙ୍କ ଠାରୁ ମୋଟା ଅଙ୍କର କମିଶନ ନେଉଥିଲା । ଓଡ଼ିଶାର ଦୁଇ ଜଣଙ୍କ ସହ ତାର ଥିଲା ସମ୍ପର୍କ । ୯ଟି ବ୍ୟାଙ୍କରେ ତାର ଆକାଉଣ୍ଟ ରହିଛି । ଇଣ୍ଡସ ଇଣ୍ଡ ବ୍ୟାଙ୍କ୍, IDBI Bank, ଏସବିଆଇ, Axis Bank, Central Bank, IDFC, ବ୍ୟାଙ୍କ୍ ଅଫ୍ ବରୋଦାରେ ରହିଛି ଆକାଉଣ୍ଟ । ବ୍ୟାଙ୍କ ମାଧ୍ୟମରେ କୋଟି କୋଟି ଟଙ୍କାର କାରବାର ହୋଇଥିବା ସୂଚନା ମିଳିଛି । ଯୁବତୀଙ୍କ ସହ ସମ୍ପର୍କ ରଖି ସେମାନଙ୍କୁ ହନିଟ୍ରାପରେ ବ୍ୟବହାର କରୁଥିବା ସନ୍ଦେହ କରୁଛି STF ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦୁନିଆ ଜେରାରୁ ଏକ ସ୍ୱତନ୍ତ୍ର ଆପ୍ ଜରିଆରେ ବୁଖାରୀ ଏକାଧିକ ଯୁବତୀଙ୍କ ଦ୍ୱାରା ନ୍ୟୁଡ୍ କଲ୍ କରାଉଥିବାର ପ୍ରମାଣ ପାଇଛି । ଏହାରି ମାଧ୍ୟମରେ ବହୁ ବଡ଼ ବଡ଼ିଆଙ୍କୁ ଫସାଇ ମୋଟା ଅଙ୍କର ଅର୍ଥ ଆଦାୟ କରିଥିବା ଜାଣି ପାରିଛି ତଦନ୍ତକାରୀ ସଂସ୍ଥା ।

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଇଶାନ ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନିଜର ଏକ ସ୍ୱତନ୍ତ୍ର ଆପ୍ ବନେଇଥିଲା । ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍ କଲ୍ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରିଛି କୋଟି କୋଟି ଟଙ୍କା । ରିମାଣ୍ଡରେ ନେବା ପରେ ବୁଖାରୀକୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଆଇବି ଅଧିକାରୀଙ୍କ ଦୁଇ ଦିନ ଧରି ଜେରାରୁ ସାମ୍ନାକୁ ଆସିଛି ଏମିତି ସାଂଘାତିକ ଗୁମର ।

ଏକାଧିକ ଯୁବତୀଙ୍କୁ ନେଇ ବୁଖାରୀ ରଚିଥିଲା ହନିଟ୍ରାପର ଚକ୍ରବ୍ୟୂହ । ସ୍ୱତନ୍ତ୍ର ଆପ୍ ଜରିଆରେ ଯୁବତୀମାନେ ବାଛି ବାଛି ପ୍ରଭାବଶାଳୀଙ୍କୁ ନ୍ୟୁଡ୍ କଲ୍ କରୁଥିଲେ । ଆଉ ଏଥିରେ ଫସୁଥିବା ବ୍ୟକ୍ତିଙ୍କୁ ପରେ ବ୍ଲାକମେଲ୍ କରି ଲୁଟି ଚାଲୁଥିଲେ । ଏଥିପାଇଁ ବୁଖାରୀ ନାଁରେ ଥିବା ୯ଟି ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାନଜାକ୍ସନର ତଥ୍ୟ ପାଇଛି STF ।