• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଡିସକାଉଣ୍ଟରେ କାର ଦେବାକୁ କହି ପାଖାପାଖି ୪୦ କୋଟି ଟଙ୍କାର ଠକେଇ ଅଭିଯୋଗ । ଠକେଇ ଅଭିଯୋଗ ପରେ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖିଛି ପୋଲିସ । ଅକ୍ଷୟ ଗୌଡ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି ନୟlପଲ୍ଲୀ ପୋଲିସ । ରାଜଧାନୀରେ ଏକାଧିକ ପୋଲିସ ସମେତ ଶତାଧିକ ଲୋକଙ୍କୁ ମା ପାଟଖଣ୍ଡା ଅଟୋ ମୋବାଇଲ୍ସ ନାଁରେ ଚୂନ ଲଗାଇ ଥିଲେ ସ୍ବାମୀ ସ୍ତ୍ରୀ ।

ଠକେଇ ଅଭିଯୋଗରେ ରାଜ୍ୟର ଏକାଧିକ ଥାନାରେ ମାମଲା ରୁଜୁ ହୋଇଛି । ଡିସକାଉଣ୍ଟରେ ମିଳିବ ନୂଆ କାର । ୫୦ ପ୍ରତିଶତ ଡିସକାଉଣ୍ଟରେ ଦାମୀ କାରର ଚାଲିଛି କ୍ଲିୟରାନ୍ସ ସେଲ । ୧୦ ଲକ୍ଷ ଟଙ୍କାର କାର ୬ ଲକ୍ଷ, ୧୮ ଲକ୍ଷ ଟଙ୍କାର କାର ୯ ଲକ୍ଷ ଟଙ୍କାରେ ମିଳିବ କହି ଠକେଇ କରୁଥିଲେ ।

ଆଉ ବିଭିନ୍ନ କାର ସୋ ରୁମ ଏହି କ୍ଲିୟରାନ୍ଲସ ସେଲ ପାଇଁ ମା ପାଟଖଣ୍ଡା ଅଟୋମୋବାଇଲ୍ସ ପ୍ରାଇଭେଟ ଲିମିଟେଡ ସହ ଚୁକ୍ତି ହୋଇଛି ବୋଲି କହୁଥିଲେ । ଏପରିକି ଏହା ସତ୍ୟ ବୋଲି ଦେଖାଇବା ପାଇଁ କିଛି ଲୋକଙ୍କୁ ନୂଆ କାର୍ ମଧ୍ୟ ଯୋଗାଇ ଦେଇଥିଲେ । ଏହାକୁ ଦେଖି ଅନ୍ୟ ମାନେ ସମସ୍ତେ ଅଗ୍ରୀମ ଟଙ୍କା ଜମା ମଧ୍ୟ କରିଦେଲେ ।

ଏହିଭଳି ଭାବେ ଶତାଧିକ ଲୋକଙ୍କ ଠାରୁ ପାଖାପାଖି ୪୦ କୋଟି ଟଙ୍କାର ଚୂନ ଲଗାଇ ସ୍ବାମୀ ସ୍ତ୍ରୀ ସମେତ ୩ ଜଣ କୁଖ୍ୟାତ ଠକ ଫେରାର ହୋଇ ଯାଇଥିଲେ । ଅକ୍ଷୟ ଗୌଡ, ସ୍ତ୍ରୀ ଉଷାରାଣୀ ବାରିକ ଓ ଶିବରାମ ଗୌଡ ଏହି ଟଙ୍କା ଚଳୁ କରି ନେଇ ଯାଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ପାହାଳ, ନୟାପଲ୍ଲୀ, ଖଣ୍ଡଗିରି, ଲକ୍ଷ୍ମୀସାଗର ,କ୍ୟାପିଟାଲ ଥାନାରେ ଏକାଧିକ ଅଭିଯୋଗ ହୋଇଛି । ପୋଲିସ ଏ ନେଇ ମାମଲା ମଧ୍ୟ ରୁଜୁ କରିଛି ।