• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କ୍ରାଇମବ୍ରାଞ୍ଚ STF ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ଜେରାରୁ ଖୋଲୁଛି ସନ୍ଦିଗ୍ଧ ଆତଙ୍କୀ ବୁଖାରୀର ଗୋଟିକ ପରେ ଗୋଟିଏ କଳାଚିଠା । ଏବେ ଖୋଲିଛି ବୁଖାରୀର ହନିଟ୍ରାପ୍ ଆପ ଗୁମର । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦୁନିଆ ଜେରାରୁ ଏକ ସ୍ୱତନ୍ତ୍ର ଆପ୍ ଜରିଆରେ ବୁଖାରୀ ଏକାଧିକ ଯୁବତୀଙ୍କ ଦ୍ୱାରା ନ୍ୟୁଡ୍ କଲ୍ କରାଉଥିବାର ପ୍ରମାଣ ପାଇଛି । ଏହାରି ମାଧ୍ୟମରେ ବହୁ ବଡ଼ ବଡ଼ିଆଙ୍କୁ ଫସାଇ ମୋଟା ଅଙ୍କର ଅର୍ଥ ଆଦାୟ କରିଥିବା ଜାଣି ପାରିଛି ତଦନ୍ତକାରୀ ସଂସ୍ଥା ।

ସନ୍ଦିଗ୍ଧ କାଶ୍ମୀରୀ ଆତଙ୍କୀ ସୟିଦ ଇଶାନ ବୁଖାରୀ ଥିଲା ହନିଟ୍ରାପ ମାଷ୍ଟର ! ନିଜର ଏକ ସ୍ୱତନ୍ତ୍ର ଆପ୍ ବନେଇଥିଲା । ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍ କଲ୍ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରିଛି କୋଟି କୋଟି ଟଙ୍କା । ରିମାଣ୍ଡରେ ନେବା ପରେ ବୁଖାରୀକୁ କ୍ରାଇବ୍ରାଞ୍ଚ ଏସଟିଏଫ୍ ଓ ଆଇବି ଅଧିକାରୀଙ୍କ ଦୁଇ ଦିନ ଧରି ଜେରାରୁ ସାମ୍ନାକୁ ଆସିଛି ଏମିତି ସାଂଘାତିକ ଗୁମର ।

ଏକାଧିକ ଯୁବତୀଙ୍କୁ ନେଇ ବୁଖାରୀ ରଚିଥିଲା ହନିଟ୍ରାପର ଚକ୍ରବ୍ୟୂହ । ସ୍ୱତନ୍ତ୍ର ଆପ୍ ଜରିଆରେ ଯୁବତୀମାନେ ବାଛି ବାଛି ପ୍ରଭାବଶାଳୀଙ୍କୁ ନ୍ୟୁଡ୍ କଲ୍ କରୁଥିଲେ । ଆଉ ଏଥିରେ ଫସୁଥିବା ବ୍ୟକ୍ତିଙ୍କୁ ପରେ ବ୍ଲାକମେଲ୍ କରି ଲୁଟି ଚାଲୁଥିଲେ । ଏଥିପାଇଁ ବୁଖାରୀ ନାଁରେ ଥିବା ୯ଟି ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାନଜାକ୍ସନର ତଥ୍ୟ ପାଇଛି STF ।

ତେବେ ବୁଖାରୀର ଏଇ ହନିଟ୍ରାପରେ କେଉଁମାନେ ଶିକାର ହୋଇଛନ୍ତି ? ଦେଶର ସୁରକ୍ଷା ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ହନିଟ୍ରାପକୁ ମାଧ୍ୟମ କରିଛି କି ବୁଖାରୀ ? ପୂର୍ବରୁ ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିରୁ ଏକାଧିକ କର୍ମଚାରୀ ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପରେ ଫସିଥିଲେ । ଏଥିରେ ବୁଖାରୀର ହାତ ଅଛି କି ? ଏଭଳି ପ୍ରଶ୍ନର ଉତ୍ତର ସାଙ୍ଗକୁ ବୁଖାରୀଠୁ ଆହୁରି ଅଧିକ ତଥ୍ୟ ହାସଲ ପାଇଁ ତାକୁ ଘାଣ୍ଟି ଚାଲିଛନ୍ତି କ୍ରାଇମବ୍ରାଞ୍ଚ ଓ ଆଇବିର ଅଧିକାରୀ ।

ସେପଟେ ଆଇଟି ଏକ୍ସପର୍ଟଙ୍କ କହିବା ଅନୁସାରେ ବୁଖାରୀ ନିଜସ୍ୱ ଆପ କରିଛି ମାନେ ସେ ଆତଙ୍କବାଦର ସ୍ଲିପର ସେଲ ଭାବେ କାର୍ଯ୍ୟ କରୁଥାଇପାରେ । ଏହି ଆପ ଜପିଆରେ ନ୍ୟୁଡ୍ କଲ କରି ରୋଜଗାର କରୁଥିବା ଅର୍ଥ ଆତଙ୍କୀ ସଂଗଠନକୁ ଦେବାର ସନ୍ଦେହ ବି କରାଯାଇପାରେ । ତଦନ୍ତକାରୀ ସଂସ୍ଥା ଏ ଦିଗରେ ଖୋଳତାଡ଼ କଲେ ନିଶ୍ଚୟ ସତ୍ୟ ପଦାକୁ ଆସିବ । ବୁଖାରୀ ଠାରୁ ୪ଟି ମୋବାଇଲ ଜବତ କରାଯାଇଥିବା ବେଳେ ଏହା ଭିତରୁ ଅନେକ ତଥ୍ୟ ମିଳିବାର ସମ୍ଭାବନା ରହିଛି।

୫ ଦିନିଆ ରିମାଣ୍ଡର ଆଜି ଦ୍ୱିତୀୟ ଦିନ ଥିବା ବେଳେ ଏଇ ରିମାଣ୍ଡ ଅବଧି ଭିତରେ ପଞ୍ଜାବ ଓ ଜମ୍ମୁ କାଶ୍ମୀର ପୋଲିସ ଆସି ବୁଖାରୀକୁ ଜେରା କରିପାରେ ବୋଲି ସୂଚନା ମିଳିଛି ।

  • Reported by:
  • ATULYA BOUT , CHANDAN PAIKRAY