• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କାଲି ପରଠୁ କମିବ ଶୀତ, ବଢିବ କୁହୁଡ଼ି । ରାଜ୍ୟ ବାସୀଙ୍କୁ ଜାଡ଼ରୁ ମିଳିବ ସାମାନ୍ୟ ଆଶ୍ୱସ୍ତି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ସପ୍ତାହେ ଧରି ଲାଗି ରହିଥିବା ଶୀତର ପ୍ରକୋପ ଆସନ୍ତା କାଲି ଯାଏଁ ରହିବ । ୨୩ ତାରିଖ ସକାଳୁ ପ୍ରବଳ କୁହୁଡ଼ି ଦେଖାଯିବା ନେଇ ଚେତାଇଛି ପାଣିପାଗ କେନ୍ଦ୍ର।

ବାୟୁମଣ୍ଡଳରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବାକୁ ଥିବାରୁ ୨୩ ଏବଂ ୨୪ ତାରିଖରେ ପ୍ରବଳ କୁହୁଡ଼ି ପାଇଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଉପକୂଳ ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ କୁହୁଡ଼ିର ମାତ୍ରା ଅଧିକ ରହିବ । ୨୩ ତାରିଖରେ ୧୦ ଜିଲ୍ଲା ଏବଂ ୨୪ ତାରିଖ ରେ ୧୮ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଦୃଶ୍ୟ ମାନ ଦୂରତା ୨୦୦ ମିଟରରୁ କମ ରହିବା ନେଇ ଚେତାବନୀ ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ପାହାଡିଆ ଅଞ୍ଚଳ ଭାବେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପ୍ରାୟ ୧୬ ଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଭୁବନେଶ୍ୱର ଏବଂ କଟକରେ ଚଳିତବର୍ଷର ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରୀ ଛୁଇଁଛି । ଆସନ୍ତାକାଲି ପର୍ଯ୍ୟନ୍ତ ଶୀତର ପ୍ରଭାବ ରହିବା ନେଇ

ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

 

ଶୀତରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳ ମୁହାଁ ହେଉଥିବାରୁ ଥଣ୍ତାରେ ଥରୁଛି ପୁରା ରାଜ୍ୟ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ତଳକୁ ଖସିଆସିଛି । ୧୦ ଡିଗ୍ରୀ ତଳେ ରାଜ୍ୟର ପ୍ରାୟ ୧୪ ଟି ସହରର ତାପମାତ୍ରା । ଗତ କିଛିଦିନ ହେଲା ଶୀତ ସହ ୮ରୁ ଅଧିକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ବିଶେଷ କରି କେନ୍ଦୁଝର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି ।

ଅନ୍ୟପଟେ ସାରା ରାଜ୍ୟରେ ଶୀତ ପଡ଼ିଥିବା ବେଳେ କେନ୍ଦୁଝରରେ ଗତ ୪ ଦିନ ହେଲା ଅଚାନକ ଥଣ୍ଡା ପଡିଛି । ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ପ୍ରବଳ ଥଣ୍ଡାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭ୍ୟନ୍ତରିଣ ଅଞ୍ଚଳରେ ଲୋକଙ୍କର ସମସ୍ୟା ପ୍ରତି ସଜାଗ ରହିବାକୁ କୁହାଯାଇଛି ।