ସଂକ୍ଷେପରେ ଆଜିର ତାଜା ଖବର - Friday, 15 December 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଧନୁ ସଂକ୍ରାନ୍ତି ପୂର୍ବରୁ ବ୍ରହ୍ମପୁରରେ ଲାଗିଲାଣି ମୁଆଁର ସମ୍ଭାର

ଭଳିକି ଭଳି ମୁଆଁ ତିଆରିରେ ବ୍ୟସ୍ତ କାରିଗର । ସ୍ପେଶାଲ ମୁଆଁ, ଘିଅ ଓ କାଜୁ ମୁଆଁର ରହିଛି ଡିମାଣ୍ଡ । ବନ୍ଧୁ ପରିଜନଙ୍କ ପାଖକୁ ମୁଆଁ ପଠାଇବାକୁ ଲାଗିଲାଣି ଲୋକଙ୍କ ଭିଡ଼ । More

ରାଜଧାନୀରେ ମାତିଲେଣି ବୁଲା କୁକୁର; ଧାଇଁ ଆସୁଛନ୍ତି, ଝୁଣି ଦେଉଛନ୍ତି

ଭୁବନେଶ୍ୱର ବାସୀଙ୍କୁ ଘାରିଛି ବୁଲା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା ଆସ କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି । More

ବିଦେଶୀ ସାଙ୍ଗରେ ବନ୍ଧୁ ବାନ୍ଧିଲେ; ଭାତକୁ ପୋଟଳ ରସା ଦେଲେ, ବାହୁଡିବା ପାଇଁ ଟିକେଟ୍‌ କାଟିଲେ..

ଭିନ୍ନ ଦେଶ, ଭିନ୍ନ ଭାଷା, ଭିନ୍ନ ଧର୍ମ ଆଉ ଭିନ୍ନ ଚାଲିଚଳଣି । ତଥାପି ଏମିତି କାହିଁକି ହୁଏ କେଜାଣି, ଥରୁଟିଏ ମନ ମିଶିଗଲେ ସବୁକିଛି ତୁଚ୍ଛ ହୋଇଯାଏ । ପର ବି ଆପଣାର ହୋଇଯାଏ । ପରଦେଶକୁ ଆସି ବିଦେଶୀ ବି ବନ୍ଧୁ ବନିଯାଏ । More

ଶ୍ରୀମନ୍ଦିରରେ ପଲିଥିନ ମନା, ନୂଆବର୍ଷରୁ ନିୟମ କଡ଼ାକଡ଼ି

ନୂଆବର୍ଷ ଆରମ୍ଭରୁ ଏହାକୁ କଡ଼ାକଡ଼ି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀମନ୍ଦିର ଭିତରେ ପରିଷ୍କାର ଓ ସ୍ୱଚ୍ଛତା ଆଣିବାକୁ ଏହି ପ୍ରୟାସ ପୁର୍ନବାର ଆରମ୍ଭ ହୋଇଛି। More

୨୦୨୪ ଜୁନ୍ ୩୦ ସୁଦ୍ଧା ସବୁ ଗାଡ଼ିରେ ବାଧ୍ୟତାମୂଳକ VLTD, ବିଜ୍ଞପ୍ତି ଜାରି କଲା ରାଜ୍ୟ ପରିବହନ ବିଭାଗ

ଭିଏଲଟିଡିକୁ ଟ୍ୟାମ୍ପର ବା ଛେଡଛାଡ଼ କରାଯାଇପାରିବ ନାହିଁ। ମୋବାଇଲ ନେଟ୍‌ୱାର୍କ ନ ଥିବା ଅଞ୍ଚଳରେ ବି ଏହି ଡିଭାଇସ ଗାଡ଼ିର ଗତିବିଧିକୁ ରେକର୍ଡ କରି ରଖିବ। ନେଟୱର୍କ ଅଞ୍ଚଳକୁ ଆସିବା ମାତ୍ରେ କମାଣ୍ଡ ସେଣ୍ଟରକୁ ତଥ୍ୟ ପ୍ରେରଣ କରିବ। More

ପ୍ରଶସ୍ତ ବଡ଼ଦାଣ୍ଡ ଥାଇ ପୁଣି କାହିଁକି ତିଆରି ହେଉଛି ଶ୍ରୀଦାଣ୍ଡ ? ଭିଡ଼ରୁ ନିସ୍ତାର ପାଇଁ ନା ଭିଆଇପିଙ୍କ ସ୍ୱାର୍ଥ ପ୍ରୀତି

ବିଧିବଦ୍ଧ ଭାବେ ନାମକରଣ ହୋଇନଥିଲେ ବି ଏହାକୁ କୁହାଯାଉଛି ଶ୍ରୀଦାଣ୍ଡ। ୭୫୦ ମିଟର ଲମ୍ବ ଓ ୪୦ ଫୁଟ ଚଉଡ଼ାର ଏ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ମୋଟ୍ ଜମିରୁ ୬୮ ପ୍ରତିଶତ ଜଗନ୍ନାଥ ମନ୍ଦିର ଓ ସରକାରୀ ଏବଂ ବାକି ୩୨ ପ୍ରତିଶତ ଘରୋଇ ଜମି। More

୩ ବର୍ଷ ପରେ ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ, ନିର୍ବାଚନ ପୂର୍ବରୁ ଫେରିଲା ବିଜେଡିର ପୁରୁଣା ‘କେନ୍ଦ୍ର ଦାୟୀ’ ଫର୍ମୂଲା

ତିନି ବର୍ଷ ପରେ ବସିଲା ବିଜେଡି କାର୍ଯ୍ୟକାରଣୀ। ପ୍ରଥମ ଥର ପାଇଁ ଶଙ୍ଖଭବନରେ ବସିଥିବା ବୈଠକରେ କେନ୍ଦ୍ର ଅବହେଳାକୁ ପୁଣି ମୁଦ୍ଦା କରିବାକୁ ଦଳ ନେଲା ନିଷ୍ପତ୍ତି। ତେବେ କେନ୍ଦ୍ର ବିରୋଧରେ କଡ଼ା ପ୍ରତିବାଦ କେବଳ ଅନୁରୋଧରେ ସୀମିତ ରହିବ। More

ଆକ୍ସନ ମୋଡରେ CMC; ରାସ୍ତାକଡ଼ରେ କାଟିପାରିବେନି ମାଛ-ମାଂସ

କଟକ ସହରର ବିଭିନ୍ନ ମାଂସ ଦୋକାନରେ ଚଢାଉ । ପ୍ରତି ସପ୍ତାହରେ ୩ ଦିନ କରାଯିବ ଏହି ଚଢାଉ । ରାସ୍ତାକଡ଼ରେ ଦୋକାନ ନେଇ ସିଏମସିକୁ ତାଗିଦ କରିଥିଲେ ହାଇକୋର୍ଟ । More

ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ହେଲେ ବି. ରାଧିକା

IPS ସ୍ତରରେ ଛୋଟଧରଣର ଅଦଳବଦଳ । More

ଭି. କାର୍ତ୍ତିକେୟନ ପାଣ୍ଡିଆନ ଲଢ଼ିବେନି ନିର୍ବାଚନ, ସ୍ପଷ୍ଟ କଲେ ଦେବୀ

ପାଣ୍ଡିଆନ୍‌ ନିର୍ବାଚନ ଲଢ଼ିଲେ କିଛି ଅସୁବିଧା ନାହିଁ ବୋଲି ମଧ୍ୟ କହିଛନ୍ତି ଦେବୀ । More

ବିଜେଡିରେ ପୁଣି ଫେରିଲା କେନ୍ଦ୍ର ବିରୋଧୀ ନାରା, ପୁରୁଣା ପ୍ରସଙ୍ଗ ଉଠାଇବାକୁ କାର୍ଯ୍ୟକାରିଣୀରେ ନିଷ୍ପତ୍ତି...

ପୁରୁଣା ପ୍ରସଙ୍ଗ ସବୁ ଉଠାଇବାକୁ ଭୁବନେଶ୍ୱର ଶଙ୍ଖ ଭବନରେ ବସିଥିବା ବିଜେଡି କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି । More

ମିଛ କେସ୍‌ରେ ଫସାଇ ପୁଣି ଜେଲ୍‌ ପଠାଇବାକୁ ଅର୍ଚ୍ଚନାଙ୍କୁ ଧମକ..!

ସମୟ ଆସିଲେ ସବୁ କହିବି, ମହିଳାଙ୍କୁ ଅସମ୍ମାନ ଠିକ୍ ନୁହେଁ । ଏହା ରାଜ୍ୟକୁ ଶୋଭା ଦେଉନାହିଁ । More

ଟୋକେଇରେ ନକଲି ନୋଟ୍‌ ରଖି ବିଜେପିର ପ୍ରତିବାଦ

ପ୍ରତୀକାତ୍ମକ ଭାବେ ଟୋକେଇରେ ନକଲି ନୋଟ୍‌ ରଖି ଅଭିନବ ଢଙ୍ଗରେ ଆଜି ବିଜେପି ପ୍ରତିବାଦ କରିଛି । More

BIG BREAKING: ଫେବ୍ରୁଆରୀ ୧୬ରୁ ଯୁକ୍ତ ୨ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ । More

ଓଡ଼ିଶାରେ ହେବ ଇଣ୍ଡିଆନ୍‌ ଜର୍ଣ୍ଣାଲିଷ୍ଟ କଂଗ୍ରେସ, ଉନ୍ମୋଚନ ହେବ ଲୋଗୋ...

ସମଗ୍ର ଦେଶର ସାମ୍ବାଦିକଙ୍କ ଅର୍ଥନୈତିକ, ସାମାଜିକ ଓ ବୃତ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ୍‌ ଅଫ୍ ଇଣ୍ଡିଆ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । More

ପୁଣି ଅଜଣା ଜନ୍ତୁ ଭୟ, ରାତିରେ ମାରି ଖାଉଛି ଛେଳି-ମେଣ୍ଡା

ପୂର୍ବରୁ କଟକ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁକୁ ନେଇ ଭୟାବହ ସ୍ଥିତି ଦାଖାଯାଇଥିଲା । ମେଣ୍ଢା ଛେଳି ଆଦି ଜୀବଜନ୍ତୁଙ୍କୁ ମାରୁଥିଲା ଅଜଣା ଜନ୍ତୁ ।  More

ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ: ନୀଳକୁମ୍ପା ଜଙ୍ଗଲକୁ ଘେରି ଅଭିଯାନ

ନୀଳକୁମ୍ପା ଜଙ୍ଗଲକୁ ଘେରି ଜୋରଦାର ଅପରେସନ କରାଯାଉଛି । ମାଓବାଦୀ ଜଙ୍ଗଲ ଭିତରେ IED ଓ ଲ୍ୟାଣ୍ଡମାଇନ୍‌ ବିଛାଇଥିବା ସନ୍ଦେହ । More

ଅଜବ ! ହଠାତ୍‌ ମାଡ଼ୁଛି ନିଆଁ, କେତେବେଳେ ଛାତ ଉପରେ ତ କେତେବେଳେ ଜଳି ଯାଉଛି ଲୁଗାପଟା...

ଦେଖୁ ଦେଖୁ ଚାରିଆଡ଼େ ବ୍ୟାପି ଯାଉଛି  ନିଆଁ । ହଠାତ୍‌ ମାଡ଼ି ଯାଉଛି ନିଆଁ, କେତେବେଳେ ଛାତ ଉପରେ ତ କେତେବେଳେ ଜଳି ଯାଉଛି ଲୁଗାପଟା ସହ ଆସବାବପତ୍ର । More

Panchang Today 15th Dec 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ବିଛା ମାସ ମାର୍ଗଶିର ଶୁକ୍ଳପକ୍ଷ । ଇଂରାଜୀରେ ୧୫ ତାରିଖ ଶୁକ୍ରବାର ଚନ୍ଦ୍ର- ଧନୁ ଦିବା ୦୧.୪୪ ଗତେ ମକର ତିଥି- ୩ୟା ରାତ୍ରି ୧୦.୩୦ ଗତେ ୪ର୍ଥୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ଦିବା ୦୧.୪୪ ଗତେ ସିଂହ ରାଶିର ଘାତବାର- ବିଛା, ଧନୁ ଓ ମୀନ ରାଶିର ପୁଷ୍କର ଦୋଷ- ଦିବା ୦୮.୧୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ More

ଚାଲିଥିଲା ଲକ୍ଷ୍ମୀ ବସ ଶୁଭାରମ୍ଭ କାର୍ଯ୍ୟକ୍ରମ; ନବୀନ ଜିନ୍ଦାବାଦ ନାରା ଶୁଣି ରାଗିଗଲେ ତାରା

ସଭାରେ ନବୀନ ଜିନ୍ଦାବାଦ ବୋଲି ନାରା ଦେବା ପରେ ବିଧାୟକ ତାରାପ୍ରସାଦ ବାହିନୀପତି ଚିହିଁକି ଉଠିଥିଲେ । କାର୍ଯ୍ୟକ୍ରମରେ ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ସଚିବ ଉଷା ପାଢୀ, ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲାପାଳ ଉପସ୍ଥିତ ଥିଲେ । More

ବିଲ୍ୟୁଙ୍କୁ ଧୋକା ଦେଲା ଗୁଗୁଲ୍‌ ମ୍ୟାପ୍‌ ! କୋଲକାତା ବଦଳରେ ପହଞ୍ଚିଲେ ସୋରରେ

ବିଦେଶୀ ପର୍ଯ୍ୟଟକଙ୍କୁ ବାଟ ହୁଡ଼ାଇ ଦେଲା ଗୁଗୁଲ୍ ମ୍ୟାପ୍ । କେଉଁଠୁ ଆଣି କେଉଁଠୁ ପହଞ୍ଚାଇଦେଇଥିଲା ଏହି ଯୁବକଙ୍କୁ ବିଶ୍ୱର ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ମ୍ୟାପରୁ ଠିକଣା ପାଇ ଯୁବକଙ୍କ ମୁଣ୍ଡଗୋଲ୍ । More

ଉଦ୍ଧାର ପରେ ଶିଶୁକନ୍ୟାର ଅବସ୍ଥା ସଙ୍କଟାପନ୍ନ; ଗୁରୁତ୍ୱପୂର୍ଣ୍ଣ ଆଗାମୀ ୩ଦିନ

ଜୀବନ ସହ ସଂଘର୍ଷ କରୁଥିବା କଅଁଳା ଶିଶୁର କୁଆଁ କୁଆଁ କାନ୍ଦ । ଜୀବନ ସଂଘର୍ଷର ଯନ୍ତ୍ରଣାସିକ୍ତ ଆକୁଳ ଚିତ୍କାର । SNCU ବେଡ୍‌ର ନୀଳ ଆଲୋକ ତଳେ, ଆୟୁଷର ପଣତ ଅଣ୍ଡାଳୁଛି ନିଷ୍ପାପ ଜୀବନ । More

‘୨୪ ରେ ବାଜି ମାରିବ ବିଜେପି, ୮ ନୁହେଁ ୧୫ ଲୋକସଭା ଦଖଲ କରିବୁ’

ରାଜ୍ୟରେ ବିଜେପି ଦଖଲ କରିବ ୧୫ MP ସିଟ୍ ! ହାସଲ କରିବ ୪୫ ପ୍ରତିଶତ ଭୋଟ୍ ! ଜାତୀୟ ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ରଖିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । More

ବୋରୱେଲ୍ ପାଇଁ ବ୍ୟାଙ୍କ୍ ଆଗରେ ଅସମ୍ଭାଳ ଭିଡ଼, ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଆବେଦନ ନିୟମକୁ ନେଇ ଚାଷୀ କ୍ଷୁବ୍ଧ

ଗଭୀର ନଳକୂପ ଯୋଜନାରେ ଆବେଦନ ପାଇଁ ବ୍ୟାଙ୍କରେ ଲାଗିଛି ଲମ୍ବା ଲାଇନ। ଡିସେମ୍ବର ୧୬ ଶେଷ ତାରିଖ ହୋଇଥିବାରୁ ଗତ କିଛି ଦିନ ହେଲା ବିଭିନ୍ନ ଜିଲ୍ଲାରେ ଥିବା ୟୁନିଅନ ବ୍ୟାଙ୍କରେ ଦେଖିବାକୁ ମିଳୁଛି ଚାଷୀଙ୍କ ଏଭଳି ଗହଳି। More