ସଂକ୍ଷେପରେ ଆଜିର ତାଜା ଖବର - Sunday, 15 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ମୋତେ ଫୋନ୍ କରି ରେଢ଼ାଖୋଲରୁ ବିଜେପି ଟିକେଟ୍ ମାଗିଥିଲେ ରୋହିତ ପୂଜାରୀ: ଜୟନାରାୟଣ ମିଶ୍ର

ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବା ପରେ ବିଜେପିମୁହାଁ ହୋଇଥିଲେ ରୋହିତ । ମନ୍ତ୍ରିମଣ୍ଡଳରୁ ବାଦ୍‌ ହେବାର ୨ ଦିନ ପରେ ମୋତେ ରୋହିତ ପୂଜାରୀ ଫୋନ୍ କରିଥିଲେ। More

ଆସନ୍ତାକାଲି ନବୀନଙ୍କ ଜନ୍ମଦିନ; ଆଗୁଆ ଶୁଭେଚ୍ଛା ଜଣାଇଲେ ବିରୋଧୀ, ୨୦୨୪ ଟକ୍କର ପାଇଁ ଦେଲେ ଆହ୍ୱାନ

ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ । More

ସକାଳେ ଜବତ, ରାତିରେ ଚୋରାଚାଲାଣ ! ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସର ଡବଲ୍ ରୋଲ୍ ଅଭିଯୋଗ

କେତେବେଳେ କାନ ଧରି ତ ଆଉ କେତେବେଳେ ଗୋଡ଼ ହାତ ଧରି କ୍ଷମା ମାଗୁଛନ୍ତି। ଛାଡ଼ି ଦେବାକୁ କାକୁତି ମୀନତି ହେଉଛନ୍ତି। ଆଉ ଏପଟେ ହାତ ଯୋଡ଼ି ନେହୁରା ହେଉଛନ୍ତି ଏଭଳି ଭାବେ। More

ରାଜଧାନୀରେ ସାରା ରାତି ଖୋଲା ବାର୍-ପବ୍, ମଦ ଓ DJ ତାଳେ ତାଳେ ଗ୍ରାହକ ମତୁଆଲା

ତାଗିଦ୍ ତା ବାଟରେ । ସାରା ରାତି ବାର୍ ଖୋଲା । ମଦ ସାଙ୍ଗକୁ ଡିଜେ ତାଳେ ତାଳେ ଗ୍ରାହକ ଫୁଲ୍ ମତୁଆଲା। ପୋଲିସ୍ କି ଅବକାରୀ ବିଭାଗ। କାହାକୁ ଯେମିତି ଖାତିର ନାହିଁ ରାଜଧାନୀର ଡ୍ୟାନ୍ସ ବାର, ପବ୍ ଓ ନାଇଟ କ୍ଲବ୍‌ଙ୍କର । More

ପାଖେଇ ଆସୁଛି ନିର୍ବାଚନ, ତୀବ୍ର ହେଉଛି ବିଜେଡି ଗୋଷ୍ଠୀକନ୍ଦଳ, ଦଳର ଟେନସନ୍ ବଢ଼ାଇଲାଣି ନେତାଙ୍କ ପୋଷ୍ଟର ୱାର୍

ବିଜେଡି ବିଧାୟକଙ୍କୁ ଗାଦିଚ୍ୟୁତ କରିବାକୁ କର୍ମୀଙ୍କୁ ଶପଥ ପାଠ କରାଉଛନ୍ତି ଜିଲ୍ଲା ଉପସଭାପତି। ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ବିରୋଧରେ ଏ ହେଉଛି ଦଳୀୟ ନେତା ଓ କର୍ମୀଙ୍କ ମେଳି । More

ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ଚିଠା ନିୟମ

ଆପାର୍ଟମେଣ୍ଟ କିଣାବିକା ନେଇ ବାଟ ଫିଟାଇବାକୁ ଗତ ଜୁଲାଇରେ ଅଧ୍ୟାଦେଶ ଆଣିଥିଲେ ରାଜ୍ୟ ସରକାର। ତେବେ ରୁଲ୍ ଆସି ନପାରିବାରୁ କାର୍ଯ୍ୟକାରୀ ହୋଇପାରୁନଥିଲା ଓଡ଼ିଶା ଆପାଟର୍ମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ। More

ରାତି ଅଧିଆ ବାର୍‌ରେ ଚଢ଼ାଉ: ପୋଲିସ୍‌କୁ ଦେଖି ତରବରିଆ ହୋଇ ଲୁଚାଇ ଦେଲେ ପୁଳା ପୁଳା ଟଙ୍କା !

ହଠାତ୍‌ ବାର୍‌ରେ ଚଢ଼ାଉ ପରେ ପୋଲିସ୍‌କୁ ଦେଖି ବାର୍‌ କର୍ମଚାରୀ ପାଦରେ ଓ ୱାଇପରରେ ଟଙ୍କା ଗୁଡ଼ିକ ଲୁଚାଇ ଦେଇଥିବା ଦେଖିବାକୁ ମିଳିଛି । More

ଡେରାସ ଜମି ଦୁର୍ନୀତି: ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଅପରାଜିତା

ଡେରାସ ଜମି ଦୁର୍ନୀତି ବିରୋଧରେ ବିଶାଳ ଜନ ଆନ୍ଦୋଳନ । ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜମି ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । More

ସୋର ବିଜେଡିରେ ଫାଟ ! ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଖୋଲାଖୋଲି ବିରୋଧ...

ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଖୋଲାଖୋଲି ବିରୋଧ । ଖୋଦ୍ ବିଜେଡିରେ ଏବେ ପର୍ଶୁରାମ ଧଡାଙ୍କ ବିରୋଧରେ ବାହାରିଛି ଆଉ ଏକ ଗୋଷ୍ଠୀ । More

ଖୋଲୁଛି ଡାକ୍ତରଙ୍କ କଳା କାରବାରର ଗୁମର: କାହାଠୁ ଦାମୀ ବିଦେଶୀ ମଦ, ସିଗାରେଟ୍ ତ ଆଉ କାହାଠୁ ଡଲାର୍ ଲାଞ୍ଚ ନେଉଥିଲେ...

ପାରାଦୀପ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ କଳା କାରବାରର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ବିଭିନ୍ନ ସ୍ଥାନରେ ଘନ ଘନ ରେଡ୍ କରିଥିଲା । More

ଧରାପଡ଼ିବା ପରେ ଭୁଲ୍‌ ମାଗିଲେ କନେଷ୍ଟବଲ, ଜବତ ମଦ ଓ ବାଣ ଚୋରା ଚାଲାଣ କରୁଥିଲେ...

କନେଷ୍ଟବଲ ଓ ହୋମଗାର୍ଡ ମିଶି ଜବତ ବାଣ ଓ ମଦକୁ ଏକ ଗାଡ଼ିରେ ଚୋରା ଚାଲାଣ କରୁଥିଲେ । More

ଏତେ ପୁରୁଣା କଟକ ଦୁର୍ଗାପୂଜା..ଇତିହାସ ଭାରି ରୋଚକ

ଦୁର୍ଗାପୂଜା ଆୟୋଜନ ପାଇଁ କଟକ ବେଶ୍ ଚଳଚଞ୍ଚଳ । ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୂର୍ତ୍ତି ଗଢ଼ିବାଟାରୁ ଆରମ୍ଭ କରି ମେଢ଼ ତିଆରି ଯାଏ, ସବୁ କିଛି ଜୋରସୋରରେ ଆଗେଇ ଚାଲିଛି । More

ଓଡ଼ିଶାର ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରାଙ୍କ ପରଲୋକ

ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ମୃତ୍ୟୁ ବେଳକୁ ଅନନ୍ତ କିଶୋରଙ୍କୁ ୫୨ ବର୍ଷ ହୋଇଥିଲା । ଫୁସଫୁସ ଜନିତ ସଂକ୍ରମଣରେ ପୀଡିତ ଥିଲେ ଅନନ୍ତ କିଶୋର । More

ଭୁବନେଶ୍ୱର ଏମ୍ସରେ ଖୋଲିବ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି

ବାହାନଗା ଟ୍ରାଜେଡିରୁ ଶିକ୍ଷା । ଭୁବନେଶ୍ୱର ଏମ୍ସରେ ଖୋଲିବ ଅତ୍ୟାଧୁନିକ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି । More

ରାତି ତମାମ ଚାଲୁଛି ବାର୍‌ ଆଉ ପବ୍‌; ଆକ୍ସନ ମୋଡ୍‌ରେ କମିଶନରେଟ ପୋଲିସ..

ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରାତି ଅଧିଆ ରାଜଧାନୀର ବିଭିନ୍ନ ବାରରେ ରେଡ୍ କଲା ପୋଲିସ । More

ଆରମ୍ଭ ହେଲା ନବରାତ୍ରୀ; ମାଆଙ୍କ ଦୁର୍ଲଭ ବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଗହଳି

ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହେବ । More

ନିଶାଦିଆ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ୍; ମୁସ୍କାନକୁ ଗିରଫ କଲା କମିଶନରେଟ୍ ପୋଲିସ୍

ଦୀର୍ଘ ୭ ବର୍ଷ ଧରି ଭୁବନେଶ୍ୱର ଷ୍ଟେସନ ଅଂଚଳରେ ଲୁଟ୍ ତରାଜ ଚଳାଇଥିଲା ଲଣ୍ଡା ଗ୍ୟାଙ୍ଗ । ଗଞ୍ଜାମର କୁଖ୍ୟାତ ଲୁଟେରା ଲଣ୍ଡା ଓରଫ୍ ଅଶୋକ ବେହେରା ଓ ନୟାଗଡ଼ର ସାନ ଲଣ୍ଡା ଓରଫ ପୂର୍ଣ୍ଣଚନ୍ଦ୍ର ସେଠୀ, ଓଡ଼ଗାଁର ସୁଶାନ୍ତ ରାଉତ ପ୍ରମୁଖ ସାମିଲ ଥିଲେ ଏହି ଗ୍ୟାଙ୍ଗରେ । More

ସମୀରଙ୍କ ନାଁରେ ପୁଣି ସାଂଘାତିକ ଅଭିଯୋଗ; ମାଇଣ୍ଡ ଫ୍ରେସ୍ ପାଇଁ ମହିଳାଙ୍କୁ ଡାକୁଥିଲେ ରାଜଧାନୀ

ପ୍ରଥମେ ଗତ ୯ ତାରିଖରେ ଗାଡି ଅଟକାଇ ଗାଳିଗୁଲଜ କଲେ । ଏନେଇ ଗୋପ ଥାନାରେ ଏତଲା ଦେବାରୁ, ୧୧ ତାରିଖରେ ଦୀଘାଳ ଠାରେ ତାଙ୍କ ଗାଡିକୁ ଭଙ୍ଗାରୁଜା କରିବା ସହ ତାଙ୍କ ଉପରେ ଆକ୍ରମଣ ଏବଂ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । More

ଆଜି ପବିତ୍ର ମହାଳୟା; ଶ୍ରୀମନ୍ଦିରରେ ତିନି ପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ

ପିତୃପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ । ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ମହାଳୟା ଅମାବାସ୍ୟାରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ପିତୃପୁରୁଷଙ୍କୁ ସପତ୍ନୀକ ଶ୍ରାଦ୍ଧ ଦେଇଛନ୍ତି ଶହ ଶହ ଶ୍ରଦ୍ଧାଳୁ । କାରଣ ବିଶ୍ୱାସ ରହିଛି ଅଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠୁ ଆରମ୍ଭ ହୋଇଥିବା ପିତୃପକ୍ଷର ଶେଷ ଦିନ ଅର୍ଥାତ୍ ଅମାବାସ୍ୟାରେ, ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀରେ ତିଳତର୍ପଣ ସହ ପିଣ୍ଡଦାନ କଲେ ପିତୃପୁରୁଷଙ୍କୁ ଶାନ୍ତିମିଳେ । More

ଖୋଲୁଛି ଡାକ୍ତରଙ୍କ ଦୁର୍ନୀତିର ଗୁମର; କୋଟିଏରୁ ଊର୍ଦ୍ଧ୍ୱ ସମ୍ପତ୍ତି ଠାବ, ଆହୁରି ଖୋଜୁଛି CBI

ପୁଳା ପୁଳା ଡଲାର, ଗଦା ଗଦା ନୋଟ୍ ଆଉ ବହୁ ଦାମୀ କମ୍ପାନୀର ବିଦେଶୀ ମଦ ଓ ସିଗାରେଟ୍ ବିପୁଳ ସମ୍ଭାର । ତାଙ୍କ ଷ୍ଟୋର ରୁମରେ ଆଖି ବୁଲାଇ ଆଣିଲେ, ଆହୁରି କେତେ କିସମର ଦେଶୀ ବିଦେଶୀ ଗିଫ୍ଟ । ତେବେ ଡାକ୍ତର ରାଜେନ୍ଦ୍ର ନରାୟଣ କାହାଠୁ ଏବଂ ଉପାୟରେ କମାଉଥିଲେ ପୁଳା ପୁଳା ଟଙ୍କା । More

ଭାଙ୍ଗିବ କି ମୁଖ୍ୟମନ୍ତ୍ରୀଙ୍କ ଗଡ; ବଦଳିବ କି ନେତୃତ୍ୱ

କୁହାଯାଏ ଏବେକାର ସ୍ଥିତି ବିପକ୍ଷ ଦଳ ପାଇଁ ଅନୂକୁଳ। ଏବେ ଦକ୍ଷିଣ ଦଖଲ ପାଇଁ କଂଗ୍ରେସ ଯେଉଁ ରଣହୁଙ୍କାର ଦେଇଛି, ତାଙ୍କ ପାଇଁ ଗଞ୍ଜାମ ଏକ ବଡ ଆହ୍ୱାନ ହେବ। ଅବଶ୍ୟ ଏଠାରେ କଂଗ୍ରେସର ଗୋଟିଏ ଆସନ (ସାନଖେମୁଣ୍ଡି) ରହିଛି, କିନ୍ତୁ ସମଗ୍ର ଜିଲ୍ଲାର ନେତୃତ୍ୱ ନେବା ଭଳି ନେତା କାହାନ୍ତି? More