• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଡେରାସ ଜମି ଦୁର୍ନୀତି ବିରୋଧରେ ବିଶାଳ ଜନ ଆନ୍ଦୋଳନ । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଡେରାସ ଅଂଚଳରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଶାଳ ଜନ ଆନ୍ଦୋଳନ ସମାବେଶ କରାଯାଇଛି ।

ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଜମି ଦୁର୍ନୀତି ହେଉଥିବା ଅଭିଯୋଗ ଆଣି ଭୁବନେଶ୍ୱର ସାଂସଦ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ପ୍ରାୟ ୧୫୦ ଏକରରୁ ଊର୍ଦ୍ଧ୍ୱ ଜମିକୁ ଘେରିବନ୍ଦୀ କରି ଅବରୋଧ କରାଯାଇଛି।

ଏହା ଭିତରେ ସରକାରୀ ଅନାବାଦୀ ଜମି, ବେସରକାରୀ ଜମି, ଠାକୁର ଜମି ଓ କେନାଲ ରହିଛି। ଏଥିଯୋଗୁ ଚାଷୀମାନେ ଦୁଇ ବର୍ଷ ଧରି ପାଣି ମୁନ୍ଦାଏ ପାଇ ନଥିବା ସାଂସଦ ଅପରାଜିତା ଅଭିଯୋଗ କରିଛନ୍ତି । 

ସୂଚନାଯୋଗ୍ୟ ଡେରାସ୍ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରେ ଜବରଦଖଲ ହୋଇଥିବା ନେଇ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ ଆଣିଥିଲେ । ଅଭିଯୋଗର ଦିନକ ପରେ ପ୍ରଶାସନ ମଧ୍ୟ ଏହାକୁ ସ୍ୱୀକାର କରିଥିଲା । ଅପରାଜିତା ଅଭିଯୋଗ ଆଣିବା ସହ ନିଜେ କୋଦାଳ ଧରି ମାଟି ଖୋଳି ଘଟଣାର ପ୍ରମାଣ ଦେଇଥିଲେ ।

  • Reported by:
  • BIBARTAN PANDA