Advertisment

ଧରାପଡ଼ିବା ପରେ ଭୁଲ୍‌ ମାଗିଲେ କନେଷ୍ଟବଲ, ଜବତ ମଦ ଓ ବାଣ ଚୋରା ଚାଲାଣ କରୁଥିଲେ...

କନେଷ୍ଟବଲ ଓ ହୋମଗାର୍ଡ ମିଶି ଜବତ ବାଣ ଓ ମଦକୁ ଏକ ଗାଡ଼ିରେ ଚୋରା ଚାଲାଣ କରୁଥିଲେ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Constable and homeguard detained while smuggling firecrackers and liquor in Begunia

Constable and homeguard detained while smuggling firecrackers and liquor in Begunia

ଥାନାରେ ଜବତ ରଖାଯାଇଥିବା ବାଣ ଓ ମଦକୁ ଚୋରା ଚାଲାଣ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନାରେ ଜବତ ରଖାଯାଇଥିବା ବାଣ ଓ ମଦକୁ ଚୋରା ଚାଲାଣ ବେଳେ ସ୍ଥାନୀୟ ଲୋକ ଧରିଛନ୍ତି । ଏଥିସହ ଚୋରା ଚାଲାଣରେ ସାମିଲ ଥିବା କନେଷ୍ଟବଲ ଓ ହୋମଗାର୍ଡଙ୍କୁ ଅଟକ ରଖି ଏସଡିପିଓଙ୍କ ଜିମା ଦେଇଛନ୍ତି ଲୋକେ ।

Advertisment

ଗତକାଲି ବିଳମ୍ବିତ ରାତିରେ କନେଷ୍ଟବଲ ଓ ହୋମଗାର୍ଡ ମିଶି ଜବତ ବାଣ ଓ ମଦକୁ ଏକ ଗାଡ଼ିରେ ଚୋରା ଚାଲାଣ କରୁଥିଲେ । ଖବର ପାଇ ଖୋର୍ଦ୍ଧା ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଚୋରା ଚାଲାଣ ହେଉଥିବା ଗାଡ଼ିକୁ ଜବତ କରିଥିଲେ ।

ସେପଟେ ଚୋରା ଚାଲାଣ କରୁଥିବା କନେଷ୍ଟବଲ ଜଣଙ୍କ ସ୍ଥାନୀୟ ସରପଞ୍ଚ ଓ ଲୋକଙ୍କୁ ଭୁଲ୍‌ ମାଗିବା ସହ ଛାଡ଼ି ଦେବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା । ସୂଚନାଥାଉ କି,ଗତକାଲି ୨ଟି ପୃଥକ ଘଟଣାରେ ବାଣ ଭର୍ତ୍ତି ଟ୍ରକ୍ ଓ କାର୍‌ରୁ ମଦ ଜବତ ହୋଇଥିଲା ।

Advertisment
Advertisment
Advertisment