Advertisment

ଆସନ୍ତାକାଲି ନବୀନଙ୍କ ଜନ୍ମଦିନ; ଆଗୁଆ ଶୁଭେଚ୍ଛା ଜଣାଇଲେ ବିରୋଧୀ, ୨୦୨୪ ଟକ୍କର ପାଇଁ ଦେଲେ ଆହ୍ୱାନ

ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।

author-image
Tanmay Kumar Mahalik
undefined

Odisha CM not to celebrate his birthday on Monday

ଲଗାତର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦରେ ବସି ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଥିଲେ ନବୀନ । ୨୪ ନିର୍ବାଚନରେ ଷଷ୍ଠ ଥର ପାଇଁ ଜିତି ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପବନ ଚାମଲିଙ୍ଗଙ୍କ ରେକର୍ଡ କାଟିବାକୁ ବିଜେଡି କରୁଛି ଷ୍ଟ୍ରାଟେଜି ।ଏହାରି ଭିତରେ ଆସନ୍ତାକାଲି ନବୀନଙ୍କୁ ୭୭ ପୂରି ୭୮ ଚାଲିବ ।ସାଧାରଣ ନିର୍ବାଚନକୁ ୬ ମାସ ବାକିଥିବାରୁ ନବୀନଙ୍କୁ ପାଇଁ ଆଗକୁ ବଡ଼ ଚାଲେଞ୍ଜ ।ବିରୋଧୀ ନବୀନଙ୍କୁ ଜନ୍ମଦିନର ଆଗୁଆ ଶୁଭେଚ୍ଛା ଜଣାଇବା ସହ ୨୪ ଟକ୍କର ପାଇଁ ଆହ୍ୱାନ ବି ଦେଇଛନ୍ତି ।ତେବେ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ଯୋଗୁଁ ଏଥର ଜନ୍ମଦିନ ପାଳିବେନି ନବୀନ ।

Advertisment

ଆସନ୍ତାକାଲି ୭୮ ବର୍ଷରେ ପାଦ ଥାପିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିଜ ଜନ୍ମଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ । ମାତ୍ର ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ବିଜେଡି କର୍ମୀଙ୍କ ଭିତରେ ପ୍ରବଳ ଆଗ୍ରହ ।ତେବେ ଗତମାସରେ ବଡ଼ ଭଉଣୀ ଗୀତ ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ । ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସକୁ ନଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା CMO ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ନବୀନ ବ୍ରାଣ୍ଡକୁ ନେଇ ଦଳ ଆଗକୁ ବଢୁଥିବାବେଳେ ୨୪ ସାଧାରଣ ନିର୍ବାଚନରେ ପୁଣି ବିଜୟ ଧ୍ୱଜା ଉଡାଇବା ପାଇଁ ଜୋରଦାର କସରତ ଚଳାଇଛି ବିଜେଡି ।ଷଷ୍ଠ ଥର ଲାଗି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରି ଦେଶରେ ସର୍ବକାଳୀନ ରେକର୍ଡ କରିବା ଦଳର ଏବେ ମୁଖ୍ୟ ଲକ୍ଷ୍ୟ । ତେବେ ବିରୋଧୀ କିନ୍ତୁ ନବୀନଙ୍କ ଲମ୍ବା ଶାସନକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ।ଅଫିସର ରାଜ୍, ଜଙ୍ଗଲୀ ଶାସନର ଅଭିଯୋଗ ଆଣି ବର୍ଷିଛନ୍ତି ।କହିଛନ୍ତି, ୨୦୨୪ର ନିର୍ବାଚନ ବିଗତ ନିର୍ବାଚନଗୁଡ଼ିକ ଠାରୁ ବେଶ୍ ଭିନ୍ନ ହେବ ।

Advertisment

ଏପଟେ ନିର୍ବାଚନୀ ବର୍ଷ ନବୀନଙ୍କ ପାଇଁ ବେଶ୍ ଚାଲେଞ୍ଜିଂ ରହିବ ।ପ୍ରମୁଖ ବିରୋଧୀ ବିଜେପି ଫୋକସରେ ପୂର୍ବ ଭାରତ ରହିଛି । ଯେଉଁଥିପାଇଁ ଓଡ଼ିଶାରେ ବିଜେପି ଧୀରେ ଧୀରେ କାୟା ବିସ୍ତାର କରୁଛି ।ଅନ୍ୟପଟେ ବିରୋଧୀ ଅପେକ୍ଷା ବିଦ୍ରୋହୀଙ୍କୁ ମ୍ୟାନେଜ କରିବା ବିଜେଡି ପାଇଁ କାଠିକର ପାଠ ହେବ ।୧୯୯୭ରୁ ଆଜି ଯାଏ ଦଳ ଯେତିକି ନିଜ କଳେବର ବୃଦ୍ଧି କରିଛି ସେତିକି ଆଶାୟୀ ବି ଦଳ ପାଇଁ କଣ୍ଟା ସାଜିଲେଣି ।ପ୍ରତିଦିନ ଆଶାୟୀଙ୍କ ଭିତରେ ଛକା ପଞ୍ଝା ଦେଖିବାକୁ ମିଳୁଛି । ସେହିପରି ଦଳ ଏଥର ନୂଆ ଓ ମହିଳା ଚେହେରାଙ୍କୁ ଅଧିକ ଗୁରୁତ୍ୱ ଦେଇପାରେ । ଏପରି ହେଲେ ଅନେକଙ୍କ ଟିକଟ ବି କଟିପାରେ ।ଏହାକୁ କିପରି ଦଳ ସମ୍ଭାଳିବ ତାହା ଦଳପତି ହିସାବରେ ନବୀନଙ୍କ ପାଇଁ ବଡ ଆହ୍ୱାନ ।

ଧାମନଗର ଉପନିର୍ବାଚନ ସମୟରେ ରାଜୁ ଦାସ ବିଦ୍ରୋହୀ ସାଜିବା ଦଳ ପାଇଁ ମହଙ୍ଗା ପଡ଼ିଥିଲା ।ବିଦ୍ରୋହୀ ସାଜିବାରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଦଳରୁ ବହିଷ୍କାର କରିଛନ୍ତି ନବୀନ ।ତେବେ ନିର୍ବାଚନୀ ବର୍ଷରେ ଦଳରେ ଥିବା ପୁଞ୍ଜିଭୂତ ଅସନ୍ତୋଷକୁ କିଭଳି ସୁପ୍ରିମୋ ପ୍ରଶମିତ କରିବେ ତାହା ସବୁଠାରୁ ବଡ ଚାଲେଞ୍ଜ ।

Naveen Patnaik Odisha CM
Advertisment
Advertisment