Advertisment

ରାତି ଅଧିଆ ବାର୍‌ରେ ଚଢ଼ାଉ: ପୋଲିସ୍‌କୁ ଦେଖି ତରବରିଆ ହୋଇ ଲୁଚାଇ ଦେଲେ ପୁଳା ପୁଳା ଟଙ୍କା !

ହଠାତ୍‌ ବାର୍‌ରେ ଚଢ଼ାଉ ପରେ ପୋଲିସ୍‌କୁ ଦେଖି ବାର୍‌ କର୍ମଚାରୀ ପାଦରେ ଓ ୱାଇପରରେ ଟଙ୍କା ଗୁଡ଼ିକ ଲୁଚାଇ ଦେଇଥିବା ଦେଖିବାକୁ ମିଳିଛି ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
raid at multiple night clubs for flouting norms in bhubaneswar

raid at multiple night clubs for flouting norms in bhubaneswar

ପାର୍ବଣ ପୂର୍ବରୁ ବାର୍ ଉପରେ ହେବ କି କାର୍ଯ୍ୟାନୁଷ୍ଠାନ ? ରାଜଧାନୀ ଭୁବନେଶ୍ୱରରେ ବେଲଗାମ୍ ଡ୍ୟାନ୍ସ ବାର୍‌କୁ ନେଇ ଅବକାରୀ ବିଭାଗ ନୋଟିସ୍ କରିଛି । ୫ ଡ୍ୟାନ୍ସ ବାର୍‌କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।  ଏସମସ୍ତ ଡ୍ୟାନ୍ସ ବାର୍ କଟକ ରୋଡ୍ରେ ରହିଛିି ।

Advertisment

ହଠାତ୍‌ ବାର୍‌ରେ ଚଢ଼ାଉ ପରେ ପୋଲିସ୍‌କୁ ଦେଖି ବାର୍‌ କର୍ମଚାରୀ ପାଦରେ ଓ ୱାଇପରରେ ଟଙ୍କା ଗୁଡ଼ିକ ଲୁଚାଇ ଦେଇଥିବା ଦେଖିବାକୁ ମିଳିଛି । ବିଡ଼ା ବିଡ଼ା ଟଙ୍କା, ହଜାର ହଜାର ଟଙ୍କା ବାର୍‌ରେ ଫ୍ଲୋରେ ଉଡ଼ା ଯାଇଥାଏ ।

Advertisment

ଆଉ ଗତକାଲି ରାତିରେ କମିଶନରେଟ୍ ପୋଲିସ୍ ପକ୍ଷରୁ ଚଢ଼ାଉ ବେଳେ ଏସବୁ ଘଟଣା ସାମ୍ନାକୁ ଆସିଥିଲା । ପୋଲିସ୍ ଚଢ଼ାଉ ପରେ ଟଙ୍କା ଲୁଚାଇବାକୁ ବାର୍‌ କର୍ମଚାରୀମାନେ ପାଦରେ ଏବଂ ୱାଇପରରେ ଟଙ୍କା ଗୁଡ଼ିକ ଲୁଚାଇ ଦେଇଥିଲେ । ବିଡ଼ା ବିଡ଼ା ଟଙ୍କାକୁ ଏମିତି ଲୁଚାଉ ଥିଲେ ସତେ ଯେମିତି ଏସବୁ କାଗଜ କିମ୍ବା କୌଣସି ଅଳିଆ।

ସୂଚନାଥାଉ କି, ଗତକାଲି କମିଶନରେଟ୍ ପୋଲିସର ଦୁଇଟି ସ୍ପେଶାଲ୍ ଟିମ୍‌ର ୧୪ଟି ବାର୍, ପବ୍, ନାଇଟ୍ କ୍ଲବ୍‌ରେ ଚଢ଼ାଉ ହୋଇଥିଲା । ରାତିଅଧିଆ ରେଡ୍ କରି ନିୟମ ଉଲଂଘନକାରୀ ବାର ଗୁଡିକରେ ଚଢାଉ କରିଛି ପୋଲିସ । ଚନ୍ଦ୍ରଶେଖରପୁର ପଟିଆ ଅଞ୍ଚଳରେ ଥିବା ପ୍ରାୟ ନାଇଟ କ୍ଲବ ଓ ପବ ରାତି ପ୍ରାୟ ୨ ଟା ୩୦ ପର୍ଯ୍ୟନ୍ତ ଖୋଲା ରହୁଥିବା ପୋଲିସ ନଜରକୁ ଆସିଛି ।

Advertisment
Advertisment