/odishatv-khabar/media/post_attachments/uploadimage/library/16_9/16_9_0/s_1697364341.jpg)
BJD infighting in balasore oppose to soro mla
କଟକ, କେନ୍ଦ୍ରାପଡ଼ା ପରେ ବାଲେଶ୍ୱର ବିଜେଡିରେ ଫାଟ ! ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ଖୋଲାଖୋଲି ବିରୋଧ । ଖୋଦ୍ ବିଜେଡିରେ ଏବେ ପର୍ଶୁରାମ ଧଡାଙ୍କ ବିରୋଧରେ ବାହାରିଛି ଆଉ ଏକ ଗୋଷ୍ଠୀ । ବିଧାୟକ ଜନ ବିରୋଧୀ, ତାଙ୍କୁ ଆଉ ନେତୃତ୍ୱ ଦିଆନଯାଉ । ଏଭଳି କିଛି ଦାବି ନେଇ ଏବେ ସମାନ୍ତରାଳ ଭାବେ ଆୟୋଜନ ହୋଇଛି ପଦଯାତ୍ରା ।
ସୋର ବିଧାୟକ ଥରେ ପଦଯାତ୍ରା କରିଥିବା ବେଳେ ଜିଲ୍ଲା ବିଜେଡି ଉପ ସଭାପତି ଅଶୋକ କୁମାର ନାୟକ ଓ ଅନ୍ୟ ନେତା ଉ ଏକ ପଦଯାତ୍ରା ଆୟୋଜନ କରିଛନ୍ତି । ଏଥିରେ ବାହାନଗା ଓ ସୋର ବ୍ଲକର ଅନେକ କର୍ମୀ ସାମିଲ ହୋଇଥିଲେ ।
ଏହା ପୂର୍ବରୁ କେନ୍ଦୁଝର ଘଟଗାଁ ପୀଠରେ ବି ବିଧାୟକଙ୍କ ବିରୋଧରେ କିଛି ନେତା ଓ କର୍ମୀ ଶପଥ ପାଠ କରାଇଥିଲେ । ଏଥିରେ ଆଉ ବିଜେଡି ବିଧାୟକ ପର୍ଶୁରାମ ଧଡାଙ୍କୁ ଭୋଟ୍ ଦେବେନି ବୋଲି ଶପଥ ନେଇଥିଲେ । ନିର୍ବାଚନ ପୂର୍ବରୁ ସୋର ବିଜେଡିରେ ଏଭଳି କନ୍ଦଳ ରାଜନୀତିକୁ ସରଗରମ କରିଛି । ସେପଟେ ଏହି ଘଟଣାକୁ ନେଇ ଖବର ଲେଖାଯିବା ସୁଦ୍ଧା ବିଧାୟକ ପର୍ଶୁରାମ ଧଡ଼ାଙ୍କ ପ୍ରତିକ୍ରିୟା ମିଳିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)