• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଦାକୁ ଆସିଲା ରାତି ତମାମ ରାଜଧନୀରେ କେମିତି ଚାଲୁଛି ବାର ଆଉ ପବ୍ । ରାତିଅଧିଆ ରେଡ୍ କରି ନିୟମ ଉଲଂଘନକାରୀ ବାର ଗୁଡିକରେ ଚଢାଉ କରିଛି ପୋଲିସ । ଚନ୍ଦ୍ରଶେଖରପୁର ପଟିଆ ଅଞ୍ଚଳରେ ଥିବା ପ୍ରାୟ ନାଇଟ କ୍ଲବ ଓ ପବ ରାତି ପ୍ରାୟ ୨ ଟା ୩୦ ପର୍ଯ୍ୟନ୍ତ ଖୋଲା ରହୁଥିବା ପୋଲିସ ନଜରକୁ ଆସିଛି । ଏମ୍ବାସି ସହ ମିଡଲଟନ, ବିବିଆଇ ମଧ୍ୟ ରାତି ସାଢେ଼ ୨ ଟା ପର୍ଯ୍ୟନ୍ତ ଖୋଲା ରଖୁଥିବା ପୋଲିସର ନଜରକୁ ଆସିଛି ।

ଶନିବାର ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସର ସ୍ପେଶାଲ୍ ଟିମ୍ ରାଜଧାନୀର ଚନ୍ଦ୍ରଶେଖରପୁର, ପଟିଆ, କଟକ ରୋଡ, ମଞ୍ଚେଶ୍ୱର, ଇନଫୋଷିଟୀ ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ୍, ପବ ଉପରେ ଚଢ଼ାଉ କରାଯାଇଛି । ଟିମ୍ ରିପୋର୍ଟ ଆଧାରରେ ଖୁବଶୀଘ୍ର ସଂପୃକ୍ତ ବାର ମାନଙ୍କ ବିରୋଧରେ ଚଢାଉ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

  • Reported by:
  • CHANDAN PAIKRAY