ସଂକ୍ଷେପରେ ଆଜିର ତାଜା ଖବର - Friday, 13 October 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

କାଲି ସ୍କୁଲ ଛୁଟି; ଏଥର ଦଶହରା ଛୁଟି ୮ଦିନ

ମହାଳୟା ପାଇଁ ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି ରହିବ । ଏନେଇ ଘୋଷଣା କଲେ ରାଜ୍ୟ ଗଣଶିକ୍ଷା ବିଭାଗ । ଦଶହରା ଛୁଟି ନେଇ ମଧ୍ୟ ଗଣଶିକ୍ଷା ବିଭାଗର ନୋଟିସ୍‌ ପ୍ରକାଶ ପାଇଛି । ଚଳିତବର୍ଷ ଦଶହରା ଛୁଟି ୨ଟି ରବିବାରକୁ ମିଶାଇ ୮ ଦିନ ହେବ । ଆସନ୍ତା ୨୦ରୁ ୨୯ ପର୍ଯ୍ୟନ୍ତ ହେବ ଦଶହରା ଛୁଟି । More

ରୋଗ ପାଇଁ ପରିବାର କରିଥିଲା ପର; ଏବେ ସାତଜନ୍ମର ସାଥୀ

ଅତୀତକୁ ଭୁଲି ନୂଆ ଜୀବନ ଆରମ୍ଭ କରିବା ପାଇଁ ବନିଛନ୍ତି ନୂଆ ବାଟର ବାଟୋଇ । ସିଏ ହେଉଛନ୍ତି ୬୩ ବର୍ଷିୟ ବର ଦାସ ମାରାଣ୍ଡି ଏବଂ ଏ ହେଲେ ୬୫ ବର୍ଷିୟା କନିଆ ପଦ୍ମାବତୀ ଦାସ । More

ସମ୍ବଲପୁରରୁ ଲଢ଼ିବେ କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ?

୨୪ ନିର୍ବାଚନ ପୂର୍ବରୁ ଟିକଟ କସରତ । ଫୋକସରେ ପଶ୍ଚିମ ଓଡ଼ିଶାର ପଲଟିକାଲ୍ ସ୍ପଟ୍ ସମ୍ୱଲପୁର । More

‘ହିଞ୍ଜିଳିରେ କ’ଣ ଅସୁବିଧା ହେଲା ଯେ ପୁରୀ ମୁହାଁ ହେବାକୁ ପଡ଼ିଲା’

୨୪ ଭୋଟ୍ ରାଜନୀତିର ଏପିସେଣ୍ଟର ହେବ କି ଜଗନ୍ନାଥ ଧାମ ? ଧାର୍ମିକ କାର୍ଡ ଖେଳିବାକୁ ବିଧାନସଭା କ୍ଷେତ୍ରରୁ ସିଏମ୍ ଓ ଲୋକସଭା କ୍ଷେତ୍ରରୁ ଲଢ଼ିବେ କି ପିଏମ୍ ? More

ଶ୍ରୀମନ୍ଦିର ଯାଉଛନ୍ତି କି ? ଅଶାଳୀନ ଡ୍ରେସ୍‌ ପିନ୍ଧିଲେ ବାଟ ହୁଡ଼ିବ ଟେମ୍ପଲ୍‌ ପୋଲିସ

ଜେଟିପିଙ୍କ କାନ୍ଧରେ ଡ୍ରେସକୋଡ୍ ଭାର । ଶ୍ରୀମନ୍ଦିର ଚାରିଦ୍ୱାର ଓ ଭିତର ବେଢ଼ାରେ ରଖିବେ ଅହରହ ନଜର । ଭକ୍ତଙ୍କୁ କରିବେ ଜାଗତିଆର । More

ନଭେମ୍ବର ୨୭ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା

ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନଲାଇନ୍‌ ଯୋଗେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଲିଯାତ୍ରା ଆୟୋଜନ ପାଇଁ ସବୁ ବିଭାଗର ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। More

ମାଧବ କେବେ କାହା ପାଇଁ ବିଶ୍ୱକର୍ମା, କେବେ ପୁଣି ବିପଦର ବନ୍ଧୁ

ସାପକୁ କିଏ ବା ନ ଡରେ। ଏହା ଯେତିକି ଭୟଙ୍କର ସେତିକି ବିଷଧର ମଧ୍ୟ। ସେ କିନ୍ତୁ ସାପକୁ ଡରନ୍ତି ନାହିଁ। ଯେତେ ବଡ ହୋଇଥାଉ କି ଯେତେ ବିଷଧର ହୋଇଥାଉ। ସେଥିପାଇଁ ଯାହା ଘରେ ସାପ ପଶେ ସେ ମନେ ପଡନ୍ତି। ସେ ହେଲେ ମାଧବ କୁସପାରିଆ । More

ସୁନାର ଫସଲ ଦେଉଥିବା ଜମି ପାଲଟିଛି କାଶଦଣ୍ଡି ବଣ; ଚିନ୍ତାରେ ଚାଷୀ

ଫାଇଲିନ ବାତ୍ୟାକୁ ବିତିଗଲା ୧୦ ବର୍ଷ। କିନ୍ତୁ ବଦଳିଲାନି ଚାଷୀଙ୍କ ଜମିର ଚିତ୍ର। ଯେଉଁଠି ଦିନେ ସୁନାର ଫସଲ ଫଳୁଥିଲା ତାହା ଏବେ ପାଲଟିଛି କାଶଦଣ୍ଡି ବଣ। ଚାଷ କାମ ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। More

ଅନ୍ତେବାସୀରୁ ସାତ ଜନ୍ମର ସାଥୀ: ନିଜ ଲୋକ ପର କରିଦେଲେ, ଭଲ ପାଇବା ଦେଲା ନୂଆ ପରିଚୟ...

ଅନ୍ତେବାସୀ ଥିଲେ, ବନ୍ଧୁ ହେଲେ । ଆଉ ଏବେ ପତିପତ୍ନୀା ସାତ ଜନ୍ମର ସାଥୀ ଭାବେ ଏମାନେ ପରସ୍ପରକୁ ଆପଣାଇଛନ୍ତିା More

ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍, ପଡ଼ିଲା ରକ୍ତଛିଟା

ରକ୍ତଛିଟା ପଡ଼ିବାରୁ ମହାପ୍ରଭୁଙ୍କର ମହାସ୍ନାନ ନୀତି ହୋଇଛି। ମହାସ୍ନାନ ନୀତି ପରେ ପୁଣି ସମସ୍ତ ନୀତିକାନ୍ତି ଆରମ୍ଭ ହେବ। More

‘ବିଜେଡିରେ କେବଳ ମୁଖ୍ୟମନ୍ତ୍ରୀଙ୍କ ଟିକେଟ୍‌ କନ୍‌ଫର୍ମ, ବାକି ସେ ଯାହାକୁ ଟିକେଟ୍‌ ଦେବେ’

ଆଗାମୀ ନିର୍ବାଚନ ପାଇଁ ଦଳର ଟିକେଟ୍‌ ନେଇ ମନ୍ତ୍ରୀ, ବିଧାୟକ ମାନେ ଚର୍ଚ୍ଚା କରୁଥିବା ବେଳେ ଏହା ଉପରେ ବିରାମ ଲଗାଇବାକୁ ପ୍ରଣବ ଏଭଳି କହିଥିବା ଆଲୋଚନା ହେଉଛି । More

ଟାଙ୍ଗିର ଛେନା କାକରାକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି

ଜଗନ୍ନାଥ ସଂସ୍କୃତି ଓ ଉତ୍କଳୀୟ ପରମ୍ପରାର ଅଭିନ୍ନ ଅଂଶ କାକରା...ରସଗୋଲା ଓ କେନ୍ଦ୍ରାପଡ଼ାର ରସାବଳିକୁ ମିଳିସାରିଛି ଜିଆଇ ଟ୍ୟାଗ୍ More

କଟକରେ ରାସ୍ତାଘାଟ ମରାମତିରୁ ସମସ୍ୟା ପ୍ରସଙ୍ଗ: ଆସନ୍ତା ୨୭ ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବକ୍ସ ଡ୍ରେନ୍ କାମ ଆସନ୍ତା ମାର୍ଚ୍ଚ ସୁଦ୍ଧା ସରିବ ବୋଲି କହିଛନ୍ତି ଆମିକସ କ୍ୟୁରୀ। ଆସନ୍ତା ନଭେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି। More

ସାବିନାଙ୍କ ଦୁଃଖ କାହାଣୀ: ବାପା,ମା’ ଚାଲିଗଲା ପରେ ଅନାଥ ହୋଇଗଲେ, ପାଠ ଛାଡ଼ି କୁଲି କାମ କରୁଛନ୍ତି...

ସାବିନାଙ୍କ ଭଳି ଅନେକ ନାବାଳିକା ଝିଅ ପରିସ୍ଥିତିର ଚାପରେ ବନ୍ଦ କୋଠରୀ ଭିତରେ ବନ୍ଦୀ ଜୀବନ କାଟିବା ସହ ସେମାନଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି। More

ପୋଲିସ୍‌ କୁ ବି ଛାଡ଼ିଲେନି ଲୁଟେରା: CRPF ପୂର୍ବତନ ଡିଜିଙ୍କ ଘରୁ ଚୋରି

CRPFର ପୂର୍ବତନ ଡିଜି ବ୍ରଜ ବିହାରୀ ମିଶ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ନଗଦ ଟଙ୍କା ଓ କିଛି ଆସବାବପତ୍ର ଚୋରି ହୋଇଥିବା ଏତଲାରେ ଦର୍ଶା ଯାଇଛି । More

ଏଣିକି ମନ ଇଚ୍ଛା ଛୁଟି ନେଇପାରିବେନି ବିଶ୍ୱବିଦ୍ୟାଳୟର କୁଳପତି

ଏଣିକି ମନ ଇଚ୍ଛା ଛୁଟି ନେଇପାରିବେନି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି । କୁଳାଧିପତିଙ୍କ ବିନା ଅନୁମତିରେ ସେମାନେ ଛୁଟି ନେଇପାରିବେନି କିମ୍ବା ମୁଖ୍ୟାଳୟ ଛାଡିପାରିବେ ନାହିଁ। More

୫ ହଜାର ଡିପୋଜିଟ୍ କଲେ ମାସକୁ ୫୫ ହଜାର, ୧୫ ହଜାରରେ ମିଳିବ ଲକ୍ଷାଧିକ ଟଙ୍କା...ଏମିତି କହି ଠକିନେଲେ କୋଟି କୋଟି ଟଙ୍କା

୫ ହଜାର ଡିପୋଜିଟ୍ କଲେ ମାସକୁ ମିଳିବ ୫୫ ହଜାର ଟଙ୍କା ଏବଂ ୧୫ ହଜାରରେ ମିଳିବ ଲକ୍ଷାଧିକ ଟଙ୍କା। ଶହ ଶହ ଲୋକଙ୍କ ବିଶ୍ୱାସ ଜନ୍ମାଇ ଟଙ୍କା ଠକି ନେବା ପରେ ଠକ ସଂସ୍ଥା ଆପ୍ ବନ୍ଦ କରି ଛୁ’ ମାରିଛି l More

ଲୋଭୀ ଡାକ୍ତରଙ୍କୁ ବାନ୍ଧିଲା CBI: ବିଛଣା ତଳେ ଓ ପାଇଖାନାରେ ରଖିଥିଲେ ପୁଳା ପୁଳା ଟଙ୍କା...

ବିଛଣା ତଳୁ, ଲାଟ୍ରିନ ଘରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଡଲାର ମିଳିଛିା କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗ ପରେ ସିବିଆଇ ଗତକାଲିଠୁ ୪ଟି ସ୍ଥାନରେ ଘନ ଘନ ରେଡ୍ କରିଥିଲା। More

Today Panchang 13th October 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ପୁଷ୍କର ଦୋଷ- ୧ ପାଦ କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୦ ପର୍ଯ୍ୟନ୍ତ । More

ଶ୍ରୀମନ୍ଦିର ଗଲେ କ’ଣ ପିନ୍ଧିବେ ? ଜାରି ହେଲା ପରାମର୍ଶବଳୀ

ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ପିନ୍ଧିବେ...ମହିଳା ପିନ୍ଧିବେ ଶାଢ଼ୀ, ଶାଲୱାର କମିଜ୍ ଭଳି ଶାଳୀନତା ପୂର୍ଣ୍ଣ ପୋଷାକ More

CBI କବଜାରେ ଡାକ୍ତର... ଏତେ ଟଙ୍କା ଦେଖି ଭିଜିଲାନ୍ସ ବି କାବା...

୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ରେଡ୍ ହାଣ୍ଡେଡ୍ ଧରା ଯାଇଛିା ଆଉ ରେଡ୍ ପରେ ସିବିଆଇ ଅଧିକାରୀଙ୍କ ହୋସ୍ ଉଡ଼ି ଯାଇଛିା More

ବୈରାଗୀଙ୍କୁ ଭେଟିଲେ ଅଭିନେତା ସିଦ୍ଧାନ୍ତ, 'ପୁଚୁକି ଗାଲି' ଗୀତରେ ଥିଲେ ସାଇଡ୍-ଡାନ୍ସର

ସିଦ୍ଧାନ୍ତଙ୍କ ପାଦ ତଳେ ଲୋଟିଗଲେ ବୈରାଗୀ...ଭୋ ଭୋ କାନ୍ଦି ଉଠିଲେ, କୁଣ୍ଢାଇ ପକାଇଲେ..ସିଦ୍ଧାନ୍ତଙ୍କ ବହୁ ପୁରୁଣା ସାଥି କଳାକାର ବୈରାଗୀ More

Mid-Day Meal ରୁ ଅଣ୍ତା ଖାଇଲା କିଏ ?

ମଧ୍ୟାହ୍ନ ଭୋଜନରୁ ଅଣ୍ଡା ଉଭାନ । ଭାତ ସହିତ ଖାଲି ଡାଲମା ଗୋଳାଇ ଖାଉଛନ୍ତି ଛାତ୍ରଛାତ୍ରୀ । ପିଲାମାନେ କେଉଁଠୁ ପାଇବେ ପୁଷ୍ଟିସାରର ପୋଷଣ More

ବିଜେଡିର ପଦଯାତ୍ରା ପଲିଟିକ୍ସ; ପ୍ରତି ସଭାରେ ପ୍ରାର୍ଥୀ ଘୋଷଣା ?

ବିଧାୟକଙ୍କ ଘର ପାଖରେ ତାଙ୍କ ଅନୁପସ୍ଥିତିରେ ସମାବେଶ କରି, ଜିଲ୍ଲା ସଭାପତି ଘୋଷଣା କରିଛନ୍ତି ୨୪ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ । More

ବିଜେପିକୁ ଚେକ୍ ଦେବାର ଷ୍ଟ୍ରାଟେଜି ! ୨୪ ନିର୍ବାଚନରେ ପୁରୀରୁ ଲଢ଼ିବେ କି ନବୀନ ?

ଶ୍ରୀକ୍ଷେତ୍ର ପୁରୀରୁ ନିର୍ବାଚନ ଲଢିବେ କି ନବୀନ ? ୨୪ ପାଇଁ ପୁରୀ ରହିଛି କି ମୁଖ୍ୟମନ୍ତ୍ରୀଙ୍କ ଫୋକସରେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପରେ ଜୋର ଧରିଲା ଚର୍ଚ୍ଚା । More

ଦିନରେ ମେ' ମାସର ଖରା, ସଂଜ ନଇଁଲେ ଗୁଳିଗୁଳି, ଅକ୍ଟୋବର ୨ୟ ସପ୍ତାହରେ ୩୫ ଡିଗ୍ରୀ ତାପମାତ୍ରା

ଦିନ ବଢିଲେ ଚିନ୍ତା ବଢୁଛି। ଆଶ୍ୱିନ ମାସ ଖରା ଟାଇଁ ଟାଇଁ ଲାଗୁଛି। ଦିନରେ ଖରା, ସଞ୍ଜ ନଇଁଲେ ଗୁଳୁଗୁଳି। ଠିକ ଏମିତି ପାଣିପାଗ ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ସପ୍ତାହେ ଧରି ଲାଗି ରହିଛି। More

ଆମ ଓଡ଼ିଶା, ନବୀନ ଓଡ଼ିଶା’ ପରେ ‘ଲକ୍ଷ୍ମୀ’ ବସ୍, ଉଭୟରେ ଶଙ୍ଖଚିହ୍ନର ବ୍ୟବହାରକୁ ନେଇ ବିବାଦ

ମଙ୍ଗଳବାର ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍। ବୁଧବାର ‘ମିଶନ ଶକ୍ତି ସ୍କୁଟର’ ଯୋଜନା ।ଗୁରୁବାର ଗାଁ ଭୋଟରଙ୍କୁ ଖୁସି କରିବାକୁ ‘ଲକ୍ଷ୍ମୀ’ ବସ୍। ପାଖେଇ ଆସୁଥିବା ନିର୍ବାଚନକୁ ଦେଖି ଓ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ଗୁଡ଼ିକର ମାରାଥନ୍ ଲଞ୍ଚ୍। More