ସଂକ୍ଷେପରେ ଆଜିର ତାଜା ଖବର - Tuesday, 29 August 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଜାତୀୟ ପୂର୍ବାଞ୍ଚଲ ରୋଲ୍‌ ବଲ୍‌ ଚାମ୍ପିୟନସିପ୍‌ରେ ଓଡ଼ିଶା ବାଳିକା ଦଳ ଚାମ୍ପିୟନ

କୋଲକାତାର ଗୁରୁନାନକ କଲେଜ୍‌ ପରିସରରେ ଆୟୋଜିତ ଦ୍ୱିତୀୟ ୧୧ ବର୍ଷରୁ କମ୍‌ ଜାତୀୟ ପୂର୍ବାଞ୍ଚଲ ରୋଲ୍‌ ବଲ୍‌ ଚାମ୍ପିୟନସିପ୍‌ରେ ଓଡ଼ିଶା ବାଳିକା ଦଳ ଚାମ୍ପିୟନ ହୋଇଛନ୍ତି । More

ରାଜଧାନୀରେ ଖୁଲମଖୁଲା ବୁଲୁଛି ଖଣ୍ତା; ଗୋଡ଼ାଇ ଗୋଡ଼ାଇ ହାଣୁଛନ୍ତି ଦୁର୍ବୃତ୍ତ

ରାଜଧାନୀର ଶିଶୁପାଳଗଡ଼ରେ ହାତରେ ମାରଣାସ୍ତ୍ର ଧରି ୩ଟି ବାଇକରେ ମାଡ଼ି ଆସୁଛନ୍ତି ୯ ଜଣ ଆସାମାଜିକ ଯୁବକ । ଆଉ, ରାସ୍ତା କଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ଅତର୍କିତ ଆକ୍ରମଣ କରୁଛନ୍ତି । More

ଆସନ୍ତାକାଲି ରାକ୍ଷୀ ବନ୍ଧାଯିବ ତ ? ଗୁରୁବାର ଶ୍ରୀମନ୍ଦିରରେ ପାଳନ ହେବ ରକ୍ଷାବନ୍ଧନ

ଭାଇ ହାତରେ ସଂପର୍କର ରେଶମ ଡୋରିଟିଏ ବାନ୍ଧି ସୁରକ୍ଷାର ନିର୍ଭର ପ୍ରତିଶ୍ରୁତି ପାଇବା ଅପେକ୍ଷାରେ ଭଉଣୀ । ଏଣେ ବଜାରରେ ବି ଭଳିକି ଭଳି ରାକ୍ଷୀର ପସରା । ତେବେ ଆସନ୍ତାକାଲି ରାକ୍ଷୀ ବନ୍ଧାଯିବ ତ ? More

ଶେଷରେ ମୁକୁଳିଲେ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରା

ପ୍ରଫୁଲ୍ଲଙ୍କୁ ଘରେ ଆଣି ଛାଡ଼ିଥିବା ବ୍ୟକ୍ତି ସାଦା ପୋଷାକରେ ଥିବାରୁ ପୋଲିସ କିମ୍ବା ଅନ୍ୟ କୌଣସି ବ୍ୟକ୍ତି ହୋଇଥାଇପାରନ୍ତି ବୋଲି ପ୍ରଫୁଲ୍ଲ ଆଶଙ୍କା କରୁଛନ୍ତି। More

ସାଇକେଲ୍‌ ଚାଳିକା ସ୍ୱାତୀ ସିଂ ପାଇଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ

 କୋଚ୍ ପ୍ରଦୀପ ଷଡ଼ଙ୍ଗୀ, କ୍ରୀଡ଼ା ସାମ୍ବାଦିକ ଅଜୟ ଦାସ ସମ୍ମାନିତ । More

ଜାଗା ମିଶନରେ ପଟ୍ଟା ଦିଆଯାଉଛି ନା ପ୍ରମାଣପତ୍ର ?

ଜାଗା ମିଶନରେ ମିଳୁଥିବା ଫର୍ମ-୨କୁ ନେଇ ନାନା ଦ୍ୱନ୍ଦ୍ୱ । କେବଳ ଭୋଗ ଦଖଲ ଛଡ଼ା ଆଉ କିଛି କରିପାରିବେନି ହିତାଧିକାରୀ । ବିରୋଧୀଙ୍କ ପ୍ରଶ୍ନ ‘୨୦୧୮ର ଯୋଜନା, ଏବେ ପଟ୍ଟା ବାଣ୍ଟିଲ କାହିଁକି’? More

କେମିତି ଅଛି କୋଣାର୍କ ମନ୍ଦିରର ଜଗମୋହନ ?

ଜଗମୋହନର ସ୍ଥିତି ପରଖିବାକୁ ଚାଲିଛି ଷ୍ଟ୍ରକଚର ନିର୍ମାଣ । ଗର୍ଭଗୃହରୁ ବାଲି କଢ଼ାଯିବ କି ନାହିଁ କୋର କମିଟି ନେବ ନିଷ୍ପତ୍ତି: ASI । More

5T ସଚିବଙ୍କୁ ସୁରକ୍ଷା ପାଇଁ ତିଆରି ହୋଇଛି କି ନୂଆ ଯୁବ ବାହିନୀ ?

​​​​​​​ଯାଜପୁରରେ 5T ଲେଖା ଟି-ସାର୍ଟ ପିନ୍ଧି ଆବିର୍ଭାବ ହେଲେ ଯୁବ ଗୋଷ୍ଠୀ । ହାତରେ ବାଉଁଶ ବହ୍ଲା ଧରି ପୋଲିସ୍ ଉପସ୍ଥିତିରେ କଲେ ଉତ୍ପାତ । More

ଆଗୁଆ ଭାଙ୍ଗିବ କି ବିଧାନସଭା ? ଡିସେମ୍ବରରେ ଭୋଟ୍‌କୁ ଯିବା ପାଇଁ BJD କରୁଛି ପ୍ଲାନ୍ !

ସେପଟେମ୍ବର ୨ୟ ସପ୍ତାହରେ ଭାଙ୍ଗିବାକୁ ହୋଇପାରେ ନିଷ୍ପତ୍ତି । ଲୋକସଭା ଭୋଟ୍ ବି ଆଗୁଆ ହେବା ନେଇ କଳ୍ପନା ଜଳ୍ପନା । More

ନକଲି CBI ରେଡ୍‌, ପୁଣି ୩ ଗିରଫ

ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ । More

BIG BREAKING: ଅକ୍ଟୋବର ୧୫ରେ ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍‌ ପରୀକ୍ଷା

ଏନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ । More

କେତେବେଳେ ବାନ୍ଧିବେ ରାକ୍ଷୀ ? ଆସନ୍ତାକାଲି ନା ପଅରଦିନ

କେଉଁ ସମୟ ରାକ୍ଷୀ ବାନ୍ଧିବା ଲାଗି ଶୁଭ ସମୟ । ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ । More

ରାକ୍ଷୀପୂର୍ଣ୍ଣିମା ଭେଟି : ୨୦୦ଟଙ୍କା ଶସ୍ତା ହେଲା ଉଜ୍ଜ୍ୱଳା ଯୋଜନାର LPG ସିଲିଣ୍ଡର

ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍‌ସିଡିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି More

ଅଫିସରଙ୍କୁ ବୃଦ୍ଧାଙ୍କ ପ୍ରଶ୍ନ- ବାବୁ ଆମକୁ ରାସ୍ତା କେବେ ଦେବୁ ? କାହିଁକି ଏତେ ଦିନ ହେଲା ଆମ ଗାଁକୁ ରାସ୍ତା ହେଉନି ?

ବାବୁ ଆମକୁ ରାସ୍ତା କେବେ ଦେବୁ ? କାହିଁକି ଏତେ ଦିନ ହେଲା ଆମ ଗାଁକୁ ରାସ୍ତା ହେଉନି ? ଜନଶୁଣାଣି ଶିବିରରେ ପ୍ରଶାସନିକ ଅଧିକାରୀଙ୍କ ଆଗରେ ଏଭଳି ପ୍ରଶ୍ନ କରିଛନ୍ତି ଜଣେ ଅନୁସୂଚିତ ଜନଜାତି ବୃଦ୍ଧା।  More

ସେପ୍ଟେମ୍ବର ୧୩ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ନିର୍ବାଚନ କମିଶନଙ୍କ ଅଧିକାରୀ

ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ କସରତ ..ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଦେଲା ଇସିଆଇ ଅଧିକାରୀଙ୍କ ଗସ୍ତ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ ନିର୍ବାଚନ ସଂପର୍କୀତ ସମୀକ୍ଷା କରିବେ । More

ସତରେ କ’ଣ ସରକାର ଅଛନ୍ତି ? ଆଖି ଓଦା କରୁଛି ତୁଳସୀଙ୍କ ଦୁର୍ଦ୍ଦଶାର କାହାଣୀ

ତୁଳସୀଙ୍କ ଭାଗ୍ୟରେ ଯେପରି ମହଣ ମହଣ ଦୁଃଖ...ନା ନିଜର ବୋଲି କେହି ଅଛନ୍ତି, ନା ରହିବାକୁ ଘର ଖଣ୍ଡେ ଅଛି.. More

ପିଲାଙ୍କ ସୁରକ୍ଷା ପାଇଁ ସ୍କୁଲ୍‌ରେ ପାଚେରି ନାହିଁ...ହେଲେ ୨୩ ପିଲାଙ୍କୁ ୧୩ ଶୌଚାଳୟ

ସ୍କୁଲ୍‌ରେ ପିଲା ପଢୁଛନ୍ତି ମାତ୍ର ୨୩ ଜଣ, ହେଲେ ଶୌଚାଳୟ ଅଛି ୧୩ଟି। ହେଲେ ୧୦ ବର୍ଷ ହେଲାଣି ପିଲାଙ୍କ ସୁରକ୍ଷା ପାଇଁ ପାଚେରି ନିର୍ମାଣ ହୋଇପାରିନି, କିନ୍ତୁ ବାରମ୍ବାର ତିଆରି ଚାଲିଛି ଏକାଧିକ ଶୌଚାଳୟ। More

ପାଣ୍ଡିଆନଙ୍କ ସଭା ପଡ଼ିଆରେ ଗୁଣ୍ଡାଗିରି: ହାତରେ ଠେଙ୍ଗା ଧରି କଂଗ୍ରେସକର୍ମୀଙ୍କୁ ଘେରିଲେ 5T ଟି-ସାର୍ଟ ପିନ୍ଧିଥିବା ଯୁବକ...

5T ସଚିବଙ୍କ ଯାଜପୁର ଟାଉନ୍ ଗସ୍ତକୁ ଜିଲ୍ଲା କଂଗ୍ରେସର ସଦସ୍ୟ ବିରୋଧ କରିଛନ୍ତି। ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେବା ସହ ରେଡକ୍ରସ୍‌ ଛକରୁ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। More

ଦିନେ ଥିଲେ ପୋଖତ ଖେଳାଳି, ହେଲେ ଆଜି ଅବହେଳିତ...ନା ତାଙ୍କୁ କେହି ଚିହ୍ନନ୍ତି ନା କେହି ଜାଣନ୍ତି

ଗୋଟିଏପଟେ ଆଜି ସାରା ଦେଶ ଜାତୀୟ କ୍ରୀଡ଼ା ଦିବସ ପାଳୁଥିବା ବେଳେ ଅନ୍ୟପକ୍ଷେ, ପୋଖତ୍ ଖେଳାଳି କିନ୍ତୁ ଅବହେଳିତ। କୋରାପୁଟ ଜିଲ୍ଲା ପଦ୍ମପୁର ପଞ୍ଚାୟତ ବଡ଼ଦେଉଳାନୂଆ ଗାଁର ଦୃଷ୍ଟିବାଧିତ ଜାତୀୟ ଫୁଟବଲ୍ ଖେଳାଳି ସମରା ନନ୍ଦୀବାଡିଙ୍କ ଜୀବନ ଏବେ ଦୁର୍ବିସହ ହୋଇପଡିଛି। More

‘ଯୋଗ୍ୟତା ପର୍ଯ୍ୟାୟରେ ଚାପ ଥିଲା, ହେଲେ ଫାଇନାଲ୍‌ରେ ଚାପ ନ ଥିଲା’...ବିଶ୍ୱ ଆଥଲେଟିକ୍ସରେ ଚମକିଲେ ଓଡ଼ିଆ ପୁଅ

ଏସିଆଡ୍‌ରେ ଭଲ ପ୍ରଦର୍ଶନ କରି ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟ ରଖିଛି। ଏହାସହ ଚଳିତ ବର୍ଷ ୮୭ ମିଟର ପର୍ଯ୍ୟନ୍ତ ଜାଭଲିନ୍‌ ଫିଙ୍ଗିବାକୁ ଆଶାବାଦୀ ଥିବା ବିଶ୍ୱ ଆଥଲେଟିକ୍ସରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ କିଶୋର ଜେନା କହିଛନ୍ତି। More

କମଳା ମାଉସୀଙ୍କ ହାତ ତିଆରି ଜରି ରାକ୍ଷୀ ପିନ୍ଧିବେ ମୋଦି

ଅଳିଆ ଆବର୍ଜନାରୁ ଜରି ସାଉଁଟି ସ୍ୱଚ୍ଛ ଭାରତ ପାଇଁ ଉଦାହରଣ ପାଲଟିଥିବା କେନ୍ଦ୍ରାପଡ଼ାର କମଳା ମହାରଣାଙ୍କ ହାତ ତିଆରି ଜରି ରାକ୍ଷୀ ପିନ୍ଧିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। More

Today Panchang 29th August 2023: ଜାଣନ୍ତୁ, ଆଜିର ଶୁଭ ଓ ଅଶୁଭ ସମୟ...

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୯ ତାରିଖ ମଙ୍ଗଳବାର । ଜାଣନ୍ତୁ ଆପଣଙ୍କ ଶୁଭ ଅଶୁଭ ସମୟ... More

ଆସିଲା କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର EXCLUSIVE ଫଟୋ

ଆସିଲା ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଭିତରର ଏକ୍ସକ୍ଲୁସିଭ ଫଟୋ। ପଥର ଓ ବାଲି ପ୍ୟାକିଂ ହୋଇଥିବା ମୁଖଶାଳା ଭିତର ପାର୍ଶ୍ୱ ଦେଖିବାକୁ ମିଳିଛି। More

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ପରେ ଶଶିକଳାଙ୍କୁ ନେଇ ଚର୍ଚ୍ଚା

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଏକାନ୍ତ ଅନୁଗତ ଶଶିକଳା । ତାମିଲନାଡୁ ରାଜନୀତିରେ ଅନ୍ୟତମ ପ୍ରଭାବଶାଳୀ ଚେହେରା ଭି.କେ.ଶଶିକଳା । More

ବିରୋଧୀଙ୍କୁ ଚୁପ୍‌ କରିବାକୁ, ବିଜେଡିର ଅଣ୍ଡା-ଢେଲା ମାଡ଼ ଷ୍ଟ୍ରାଟେଜୀ !

ବିରୋଧୀ ନେତାଙ୍କୁ ଚେକ୍ ଦେବାକୁ ବିଜେଡିର ନୂଆ ଷ୍ଟ୍ରାଟେଜୀ । ଅପରାଜିତା ଓ ପ୍ରଦୀପଙ୍କୁ ଘେରିବା ପରେ ଉଠିଲା ପ୍ରଶ୍ନ । More

ଟାଟା ପାୱାର ସେକସନ୍ ଅଫିସରଙ୍କ କାରନାମା, ଡ୍ୟୁପ୍ଲିକେଟ୍ ରସିଦ୍ ଦେଇ ଗ୍ରାହକଙ୍କଠୁ ଲୁଟ୍ !

ଠକ ଅଫିସରଙ୍କୁ ବାନ୍ଧି ଜେଲ୍ ପଠାଇଲା ପୋଲିସ୍ । ଟେନସନରେ ଠକେଇର ଶିକାର ହୋଇଥିବା ଗ୍ରାହକ । More

ଭାରତୀୟ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ, ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ

​​​​​​​ୱାର୍ଲଡ ଚାମ୍ପିୟନ୍ସର ଜାଭଲିନ୍ ଥ୍ରୋରେ ନୀରଜଙ୍କୁ ଐତିହାସିକ ସଫଳତା । ୪୦ ବର୍ଷର ରେକର୍ଡ ଭାଙ୍ଗିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । More

ବିରୋଧୀଙ୍କ ଅଭିଯୋଗ, ମୁଖ୍ୟମନ୍ତ୍ରୀ ବାଣ୍ଟୁଛନ୍ତି ମିଛ ପଟ୍ଟା

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଜମି ପଟ୍ଟା ଭେଳିକି । ଜାଗା ମିଶନ ଜରିଆରେ ଜାଗା ପଟ୍ଟା ବାଣ୍ଟିଲେ ରାଜ୍ୟ ସରକାର । More