Advertisment

ନକଲି CBI ରେଡ୍‌, ପୁଣି ୩ ଗିରଫ

ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Fake CBI Raid In Odisha

FAKE CBI RAID

ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଟଙ୍କା ଲୁଟ୍ ମାମଲାରେ ଆଉ ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଗତ ୨ ତାରିଖରେ ନନ୍ଦନବିହାରର ନିବାରଣ ପାଣିଙ୍କ ଘରେ ଦୁର୍ବୁତ୍ତ ପଶି ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ୨ କୋଟି ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ପୋଲିସ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିବା ସହ ୧ କୋଟି ୨ ଲକ୍ଷ ଟଙ୍କା ଜବତ କରିଥିଲା । ଅନ୍ୟପଟେ ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ ।

Advertisment

CBI CBI Raid
Advertisment
Advertisment