Advertisment

ପାଣ୍ଡିଆନଙ୍କ ସଭା ପଡ଼ିଆରେ ଗୁଣ୍ଡାଗିରି: ହାତରେ ଠେଙ୍ଗା ଧରି ଘେରିଲେ 5T ଟି-ସାର୍ଟ ପିନ୍ଧିଥିବା ଯୁବକ...

5T ସଚିବଙ୍କ ଯାଜପୁର ଟାଉନ୍ ଗସ୍ତକୁ ଜିଲ୍ଲା କଂଗ୍ରେସର ସଦସ୍ୟ ବିରୋଧ କରିଛନ୍ତି। ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେବା ସହ ରେଡକ୍ରସ୍‌ ଛକରୁ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Congress workers stage protest ahead of 5T Secretary jajpur visit

Congress workers stage protest ahead of 5T Secretary jajpur visit

5T ସଚିବଙ୍କ ଗସ୍ତକୁ ଯାଜପୁରରେ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। 5T ସଚିବଙ୍କ ଯାଜପୁର ଟାଉନ୍ ଗସ୍ତକୁ ଜିଲ୍ଲା କଂଗ୍ରେସର ସଦସ୍ୟ ବିରୋଧ କରିଛନ୍ତି। ପାଣ୍ଡିଆନ ଗୋ ବ୍ୟାକ୍ ନାରା ଦେବା ସହ ରେଡକ୍ରସ୍‌ ଛକରୁ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୋଲିସ ସେମାନଙ୍କୁ ମେଡିକାଲ ଛକ ନିକଟରେ ଅଟକାଇବା ବେଳେ ପୋଲିସ ସହ ପେଲା ଠେଲା ହୋଇଥିଲା।

Advertisment

ଗୋଟିଏପଟେ କଂଗ୍ରେସକର୍ମୀମାନେ 5T ସଚିବଙ୍କ ଗସ୍ତକୁ ବିରୋଧ କରୁଥିବା ବେଳେ ଅନ୍ୟପଟେ କିଛି ବ୍ୟକ୍ତି 5T ଲେଖାଥିବା ଟି-ସାର୍ଟ ପିନ୍ଧି ବାଉଁଶ ଓ ବହ୍ଲା ଧରି କଂଗ୍ରେସକର୍ମୀଙ୍କୁ ରୋକିବାକୁ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲ। ତେବେ 5T ପୋଷାକ ପିନ୍ଧି ବାଉଁଶ ଓ ବହ୍ଲା ଧରିଥିବା ଏହି ବ୍ୟକ୍ତିମାନେ କିଏ ତାହା ସ୍ପଷ୍ଟ ହୋଇନି। 

ସେହିପରି ଚୋର୍ଦ୍ଦା ଛକରେ ମହିଳା କଂଗ୍ରେସକର୍ମୀଙ୍କୁ ରୋକିବାରୁ ପୋଲିସ୍‌ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। 5T ସଚିବଙ୍କ ଯାଜପୁର ବ୍ୟାସନଗର ଗସ୍ତ ପୂର୍ବରୁ କଂଗ୍ରେସ ଆଜି ବିରୋଧ କରିଛି। କଳା ଶାଢ଼ି ପିନ୍ଧି ମହିଳା କଂଗ୍ରେସକର୍ମୀ ପ୍ରତିବାଦ କରିଛନ୍ତି।

Advertisment

କଳା ଶାଢ଼ି ପିନ୍ଧି ଗୋପବନ୍ଧୁ ଛକରୁ ରାଲି କରି ନାରାବାଜି ଦେଇଥିଲେ ମହିଳା କଂଗ୍ରେସକର୍ମୀ। ଚୋର୍ଦ୍ଦା ଛକରେ ପୋଲିସ କଂଗ୍ରେସକର୍ମୀଙ୍କୁ ରୋକିବାରୁ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ମହିଳା କଂଗ୍ରେସକର୍ମୀ ଏହି ପ୍ରତିବାଦ କରିଛନ୍ତି। 

ଆଜି ବ୍ୟାସନଗର ଚାନ୍ଦମା ଗ୍ରାଉଣ୍ଡରେ 5T ସଚିବ ଏକ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପରେ ଯାଜପୁର ମ୍ୟୁନସିପାଲିଟି ଅଞ୍ଚଳରେ ଆଉ ଏକ ସଭା ରହିଛି।

5T Secretary
Advertisment
Advertisment