Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଟାକ୍ଷ ପରେ ଶଶିକଳାଙ୍କୁ ନେଇ ଚର୍ଚ୍ଚା

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଏକାନ୍ତ ଅନୁଗତ ଶଶିକଳା । ତାମିଲନାଡୁ ରାଜନୀତିରେ ଅନ୍ୟତମ ପ୍ରଭାବଶାଳୀ ଚେହେରା ଭି.କେ.ଶଶିକଳା ।

author-image
Satyendu Shekher Mishra
Odisha Politics

Odisha Politics

ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ, ଜୟଲଳିତାଙ୍କ ଏକାନ୍ତ ଅନୁଗତ, ରାଜ୍ୟ ରାଜନୀତିରେ ଅନ୍ୟତମ ପ୍ରଭାବଶାଳୀ ଚେହେରା ଥିଲେ ଭି.କେ. ଶଶିକଳା। ବାନ୍ଧବୀରୁ ସେ ପାଲଟି ଯାଇଥିଲେ ଆମ୍ମାଙ୍କର ରାଜନୈତିକ ରିମୋର୍ଟ କଣ୍ଟ୍ରୋଲ। ତାଙ୍କ ବିନା ଇସାରାରେ ତାମିଲନାଡୁ ରାଜନୀତିରେ ପତ୍ରଟିଏ ବି ହଲୁନଥିଲା। ଜୟାଙ୍କୁ ସଂପୂର୍ଣ୍ଣ କରାୟତ କରି ରଖିଥିଲେ ଶଶିକଳା।

Advertisment

ଆମ୍ମାଙ୍କୁ ସେ ବଶିଭୂତ କରିଥିଲେ କହିଲେ ଅତ୍ୟୁକ୍ତ ହେବ ନାହିଁ । ଉଭୟଙ୍କ ସଂପର୍କକୁ ନେଇ ତାମିଲନାଡୁ ରାଜନୀତିରେ ଅନେକ ଚର୍ଚ୍ଚା ହେଉଥିଲେ ମଧ୍ୟ ସେଥିପ୍ରତି ଆମ୍ମା କିମ୍ବା ଶଶିକଳାଙ୍କ ଭୃକ୍ଷେପ ନଥିଲା। ମନୋମାଳିନ୍ୟ ଓ କିଛି ପ୍ରସଙ୍ଗକୁ ନେଇ ଜୟା ଶଶିକଳାଙ୍କୁ ଏକାଧିକ ଥର ନିଜଠୁ ଦୂରେଇ ଦେଇଥିଲେ ମଧ୍ୟ ତାଙ୍କ ବିନା ବଞ୍ଚିବା ଜୟାଙ୍କ ପାଇଁ ଅସମ୍ଭବ ଥିଲା। ଆମ୍ମାଙ୍କ ଜୀବନରେ ରି ଏଣ୍ଟ୍ରି ମାରୁଥିଲେ ଶଶିକଳା। ଏମିତିକି ଜୟାଙ୍କ ପାଇଁ ନିଜ ସ୍ୱାମୀ ନଟରାଜନଙ୍କୁ ଛାଡିବାକୁ ପଛାଇ ନଥିଲେ ଶଶିକଳା। ଶଶିଙ୍କ ଉପରେ ଥିଲା ଆମ୍ମାଙ୍କର ଅତୁଟ ବିଶ୍ୱାସ।

ଗୁରୁତର ରାଜନୈତିକ ଓ ପ୍ରଶାସନିକ ନିଷ୍ପତ୍ତି ଶଶିକଳା ହିଁ ନେଉଥିଲେ । ଏମିତିକି ପାର୍ଟିର କୌଣସି ନେତା କିମ୍ବା କାର୍ଯ୍ୟକର୍ତ୍ତା, ଜୟଳଳିତାଙ୍କ ପରାମର୍ଶ ଚାହିଁଲେ, ସେ ସେହି ଦାୟିତ୍ବ ଶଶିକଳାଙ୍କ ଉପରେ ହିଁ ନ୍ୟସ୍ତ କରୁଥିଲେ। ଜୟଲଳିତାଙ୍କ ସ୍ୱାସ୍ଥ୍ୟକୁ ନେଇ ଯେତେବେଳେ ଦେଶବ୍ୟାପୀ ହଟଚମଟ ଚାଲିଥିଲା ସେତେବେଳେ ମଧ୍ୟ ଅତ୍ୟନ୍ତ ଗୋପନୀୟତା ରଖିବା ସହିତ ନିଜ ଦେଖାରେଖାରେ ଚିକିତ୍ସା କରାଉଥିଲେ ଶଶିକଳା। ଏପରିକି ଜୟାଙ୍କ ସଂପର୍କୀୟ ବି ତାଙ୍କୁ ସାକ୍ଷାତ କରିପାରୁନଥିଲେ ।

Advertisment

ହେଲେ ୨୦୧୬ରେ ଜୟଲଳିତାଙ୍କ ମୃତ୍ୟୁ ପରେ ଶଶିକଳାଙ୍କ ଜୀବନରେ ଆସିଥିଲା ଝଡ଼। ଜଲୟତାଙ୍କୁ ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରି ଅନେକ ଅଭିଯୋଗ ବାଢ଼ିବା, ଦୁର୍ନୀତି ମାମଲାରେ ଛନ୍ଦି ହେବା ଆଦି ଅନେକ ଘଟଣାରେ ସେ ବିବାଦୀୟ ହେବା ସହ ଜେଲ ମଧ୍ୟ ଯାଇଥିଲେ।...ତେବେ ଜୟଙ୍କୁ କିଭଳି ବଶୀଭୁତ କରିପାରେ ସଫଳ ହୋଇଥିଲେ ଶଶିକଳା, କଣ ପାଇଁ ଆମ୍ମା ତାଙ୍କୁ ଏତେ ବିଶ୍ବାସ କରୁଥିଲେ ତାହା ଏବେବି ରହସ୍ୟମୟ ରହିଛି।

ଏପଟେ ଧର୍ମେନ୍ଦ୍ର ଶଶିକଳ ସିଣ୍ଡ୍ରୋମ କଥା କହିବା ପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଛି ଚର୍ଚ୍ଚା। କାହାକୁ ଆକ୍ଷେପ କରି ସେ ଏହା କହିଛନ୍ତି ତାହା ହୁଏତ ଅଛପା ନାହିଁ। ତେବେ ତାଙ୍କ ଶଶିକଳା ବାଣ ଆଗାମୀ ଦିନରେ କି ପ୍ରଭାବ ପକାଉଛି, ତା ଉପରେ ନଜର।

Dharmendra Pradhan BJD Odisha BJP Odisha Politics
Advertisment
Advertisment