Advertisment

ଟାଟା ପାୱାର ସେକସନ୍ ଅଫିସରଙ୍କ କାରନାମା, ଡ୍ୟୁପ୍ଲିକେଟ୍ ରସିଦ୍ ଦେଇ ଗ୍ରାହକଙ୍କଠୁ ଲୁଟ୍ !

ଠକ ଅଫିସରଙ୍କୁ ବାନ୍ଧି ଜେଲ୍ ପଠାଇଲା ପୋଲିସ୍ । ଟେନସନରେ ଠକେଇର ଶିକାର ହୋଇଥିବା ଗ୍ରାହକ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Tata Power Scam

Tata Power Scam

ବିଜୁଳି ବିଲ୍ ବାବଦ କଲେକ୍ସନ ଟଙ୍କା ଚଳୁ । ଫଲ୍ସ ରସିଦ୍ ଦେଇ ଗ୍ରାହଙ୍କୁ ଚିଟିଂ । ଟାଟା ପାୱାରର ଜଣେ ଅଧିକାରୀଙ୍କ ଦ୍ୱାରା ଏଭଳି ସାଂଘାତିକ ଠକେଇର ଶିକାର ହୋଇଥିବା ଜଣେ ଗ୍ରାହକ ହେଲେ ବାଲେଶ୍ୱର ବର୍ଦ୍ଧନପୁର ଅଞ୍ଚଳର ବରଫ ଫାକଟ୍ରି ମାଲିକ ପ୍ରମୋଦ ପଣ୍ଡା । ପ୍ରତି ମାସରେ ତାଙ୍କଠୁ ଇଲେକ୍ଟ୍ରି ବିଲ୍ ବାବଦକୁ ୬୦ରୁ ୭୦ ହଜାର ଟଙ୍କା ନିଅନ୍ତି ଟାଟା ପାୱାରର ସାରଗାଁ ଗ୍ରାମାଞ୍ଚଳ କମର୍ସିଆଲ ସେକସନ୍ ଅଫିସର ଅରୁଣ ଜେନା।

Advertisment

ପ୍ରମୋଦଙ୍କ କହିବା କଥା ତାଙ୍କ ଉପରେ ଟଙ୍କାଟିଏ ବିଦ୍ୟୁତ୍ ଶୁଳ୍କ ବାକି ନାହିଁ, ହେଲେ ବିଲ୍ ଆସିଛି ୨ ଲକ୍ଷ ୨୭ ହଜାର ଟଙ୍କା। କଂପାନୀ କର୍ମଚାରୀ ଲାଇନ୍ କାଟିବାକୁ ଆସିବାବେଳେ ସେ ଦେଖାଇଥିବା ମନି ରିସିପ୍ଟ ଡୁପ୍ଲିକେଟ୍ ବୋଲି ଜାଣି ମୁଣ୍ଡରେ ହାତ ଦେଇ ବସିଛନ୍ତି।

ସେମିତି ସମାନ ଧରଣର ଠକେଇର ଶିକାର ହୋଇଥିବା ଆଉ ଜଣେ ଗ୍ରାହକ ହେଲେ ଚିଙ୍ଗୁଡି ଫାର୍ମ ମାଲିକ ସୁଶିଲ ଭୂୟାଁ । ସେ ମଧ୍ୟ ପ୍ରତି ମାସରେ ୬ରୁ ୭ ହଜାର ଟଙ୍କା ଇଲେକ୍ଟ୍ରି ବିଲ୍ ଭରନ୍ତି ହେଲେ ଟଙ୍କାଟିଏ କଂପାନୀ ଖାତାକୁ ଯାଇନି। ସେକ୍ସନ ଇଂଜିନିୟର ଅରୁଣ ଜେନା ତାଙ୍କୁ ଚୂନ ଲଗାଇଥିବା ଜାଣିବା ପରେ ବଢିଛି ଟେନସନ୍। ଖାଲି ପ୍ରମୋଦ କି ସୁଶିଲ ନୁହଁନ୍ତି, ସାରଗାଁ ବିଦ୍ୟୁତ୍ ସେକସନ ଅଧୀନରେ ତାଙ୍କ ଭଳି ବହୁ ଗ୍ରାହକଙ୍କୁ ଫଲସ ରସିଦ୍ ଦେଇ ଅରୁଣ ଜେନା ଏମିତି ଚୂନା ଲଗାଇଥିବାର ଅଭିଯୋଗ ଲମ୍ବିବାରେ ଲାଗିଛି ।

Advertisment

ଏଣେ ବାଲେଶ୍ୱର ସଦର ଥାନାକୁ ଦୁଇଦିନ ତଳେ ଗିରଫ ହୋଇ ଆସିଥିବା ଇଏ ସେହି ସାରଗାଁ ଗ୍ରାମାଞ୍ଚଳ କମର୍ସିଆଲ ସେକସନ୍ ଅରୁଣ ଜେନା। ଯିଏ ଗ୍ରାହକଙ୍କୁ ଡୁପ୍ଲିକେଟ୍ ବିଲ୍ ଦେଇ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଚଳୁ କରିଥିବା ସାମ୍ନାକୁ ଆସିବା ପରେ ତାଙ୍କୁ ବାନ୍ଧି ଜେଲ୍ ପଠାଇଛି ବାଲେଶ୍ବର ପୋଲିସ୍ । ଗ୍ରାହକଙ୍କ ଅଭିଯୋଗ ଆଧାରରେ ଟାଟା ପାୱାର ପକ୍ଷରୁ ଥାନାରେ ଏତଲା ପରେ ପଦାକୁ ଆସିଥିଲା ବାବୁଙ୍କ ଅସଲ କାରନାମା।

ଏମିତିକି ୬୦ ହଜାର ଟଙ୍କାର ବିଲକୁ ଅରୁଣ ଜେନା ମନଇଚ୍ଛା ୭୨ ହଜାରକୁ ବଢ଼ାଇ ଗ୍ରାହକଙ୍କଠାରୁ ଟଙ୍କା ଆଦାୟ କରିଥିବା ବି ଧରାପଡିଛି। ଯଦିଓ ଟାଟା ପାୱାର ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ଆସିନାହିଁ, ତେବେ ଅଭିଯୁକ୍ତ ଅରୁଣ ଜେନାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଚାଲିଛି ଓ ଖୁବଶୀଘ୍ର ଠକେଇର ପରିମାଣ ଜଣା ପଡ଼ିଯିବ ବୋଲି କହିଛନ୍ତି ବାଲେଶ୍ବର ଏସ୍ ପି ।

ସେପଟେ ଠକେଇର ଶିକାର କମର୍ସିଆଲ୍ ଗ୍ରାହକଙ୍କୁ କଂପାନୀ ବିଲ୍ ଛାଡ଼ କରିବ କି ନାହିଁ ତାର ବି ତର୍ଜମା ଚାଲିଛିବା କହିଛନ୍ତି ଟାଟା ପାୱାର ସିଇଓ।

Fraud
Advertisment
Advertisment