Advertisment

କେବେ ବାନ୍ଧିବେ ରାକ୍ଷୀ ? ଆସନ୍ତାକାଲି ନା ପଅରଦିନ

କେଉଁ ସମୟ ରାକ୍ଷୀ ବାନ୍ଧିବା ଲାଗି ଶୁଭ ସମୟ । ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ।

author-image
Prangyan Parimita
ଅଦ୍ୟତନ ହୋଇଛି
Raksha Bandhan 2023 Date

Raksha Bandhan

ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ପଡିଥାଏ ରକ୍ଷା ବନ୍ଧନ ତିଥି । ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ । ଆଉ ଭାଇ ନିଜ ଭଉଣୀର ସୁରକ୍ଷା ପାଇଁ ଦିଏ ପ୍ରତିଶ୍ରୁତି। ଖଣ୍ଡିଏ ସୂତାରେ ଯୋଡ଼ି ହୋଇଯାଏ ଜୀବନ ସାରାର ସମ୍ପର୍କ। ଭଉଣୀର ସୁଖରେ ସୁଖି ଓ ଦୁଃଖରେ ଦୁଃଖି ହୁଏ ଭାଇ। ଏ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଏବଂ ସୁରକ୍ଷିତ।

Advertisment

ତେବେ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ସମୟକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । କେତେବେଳେ ଭାଇ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ । ଚଳିତ ମାସ ୩୦ କି ୩୧ ତାରିଖରେ ରାକ୍ଷୀ ବନ୍ଧା ଯିବ ତାହାକୁ ନେଇ ସବୁଠି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଆସନ୍ତାକାଲି ବୁଧବାର ଏବଂ ପଅରଦିନ ଗୁରୁବାର ପୂର୍ଣ୍ଣିମା ତିଥି ରହୁଛି। ଦୁଇ ଦିନ ପୂର୍ଣ୍ଣିମା ତିଥି ରହୁଥିବାରୁ କେଉଁ ଦିନ ବାନ୍ଧିବେ ରାକ୍ଷୀ ।

ବୁଧବାର କେଉଁ ସମୟରୁ ଗୁରୁବାର କେଉଁ ସମୟ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବାକୁ ସମୟ ରହିଛି। ଶ୍ରୀମନ୍ଦିରରେ ଗୁରୁବାର ରକ୍ଷା ବନ୍ଧନ ନୀତି ପାଳନ କରିବାକୁ ସଂସ୍କୃତି ଗବେଷକ ମତ ଦେଇଛନ୍ତି। ସକାଳ ଧୂପ ପରେ ଭୋଗମଣ୍ଡପ ଶେଷ ପରେ ମଇଲମ, ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ ପରେ ବେଶ ଅନୁଷ୍ଠିତ ହେବ। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବନ୍ଧା ନୀତି ଅନୁଷ୍ଠିତ ହେବ ।

Advertisment

ସେହିପରି  ଜୋତିର୍ବିଦ ଅଶୋକ ମହାପାତ୍ରଙ୍କ ମତରେ, ଜଗନ୍ନାଥଙ୍କ ଅନୁସାରେ ଆରମ୍ଭ ହୋଇଥାଏ ବାର ମାସର ତେର ପର୍ବ । ପାଞ୍ଜି ଯାହା କହିଛି ଆମେ ତାହା ପାଳନ କରିବା । ଗୁଜବ ଅନେକ ସୃଷ୍ଟି ହୋଇଥିବା ବେଳେ ପୂର୍ଣ୍ଣିମା ଦିନ ହିଁ ରାକ୍ଷୀ ବାନ୍ଧିବାର ନିୟମ ରହିଛି । ତେଣୁ ୩୦ ତାରିଖ ଦିନ ରକ୍ଷାବନ୍ଧନ ଥିବାବେଳେ ସେଦିନ ପାଳନ ହୋଇପାରିବ ନାହିଁ ।

କାରଣ ଆମେ ସମସ୍ତେ ଜ୍ୟୋତିଷ ଶାସ୍ତ୍ରକୁ ବିଶ୍ୱାସ କରୁଛୁ । ପଞ୍ଚାଙ୍ଗ ଭିତରେ ଅଛନ୍ତି, ପଞ୍ଚ ମହାପୁରୁଷଙ୍କୁ ସମ୍ମାନ ଦେଉଛନ୍ତି । ୩୦ ତାରିଖ ବିଷ୍ଟି ଯୋଗ ଆରମ୍ଭ ହେଉଛି । ବିଷ୍ଟି ଯୋଗରେ କୌଣସି ମାଙ୍ଗଳିକ କାମ ହୋଇପାରେ ନାହିଁ । ସେଥିପାଇଁ ବିଭିନ୍ନ ମହଲରେ ବିଭିନ୍ନ ଗୁଜବ ପ୍ରଚାର ହେଉଛି । ଅନ୍ୟପଟେ ଯଦି ଆପଣ କାଲି ରାକ୍ଷୀ ବାନ୍ଧୁଛନ୍ତି, ତେବେ ୧୧ଟା ପରେ ରାକ୍ଷୀ ବାନ୍ଧି ପାରିବେ । ଯଦି ଆମେ ଜଗନ୍ନାଥ ସଂସ୍କୃତିକୁ ବିଶ୍ୱାସ କରୁଛନ୍ତି, ତାହାହେଲେ ଆମେ ଗୁରବାର ଦିନ ପାଳନ କରିବା ରାକ୍ଷୀପୂର୍ଣ୍ଣିମା ।

Raksha Bandhan
Advertisment
Advertisment