/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693331578.jpg)
Roll Ball Championship
ଜାତୀୟସ୍ତରରେ ପୁଣି କମାଲ କରିଛନ୍ତି ଓଡ଼ିଶା ରୋଲ୍ ବଲ୍ ଦଳ । କୋଲକାତାର ଗୁରୁନାନକ କଲେଜ୍ ପରିସରରେ ଆୟୋଜିତ ଦ୍ୱିତୀୟ ୧୧ ବର୍ଷରୁ କମ୍ ଜାତୀୟ ପୂର୍ବାଞ୍ଚଳ ରୋଲ୍ ବଲ୍ ଚାମ୍ପିୟନସିପ୍ରେ ଓଡ଼ିଶା ବାଳିକା ଦଳ ଚାମ୍ପିୟନ ହୋଇଛନ୍ତି । ଅନ୍ୟପକ୍ଷରେ ବାଳକ ଦଳ ଆସାମଠାରୁ ପରାସ୍ତ ହୋଇ ରନର୍ସଅପ୍ ହୋଇଛନ୍ତି ।
Advertisment
ସେମିଫାଇନାଲରେ ବାଳିକା ଦଳ ପଶ୍ଚିମବଙ୍ଗକୁ ୧୧-୦ ରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା । ଫାଇନାଲ୍ର ଆସାମକୁ ୫-୩ ଗୋଲ୍ରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ଫାଇନାଲରେ ଅଧିନାୟିକା ଅଶ୍ଲେଷା ପଣ୍ତା ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ ।
ଅନ୍ୟପକ୍ଷେ, ବାଳକ ବିଭାଗରେ ଓଡ଼ିଶା ସେମି ଫାଇନାଲ୍ରେ ଝାଡ଼ଖଣ୍ଡକୁ ୨-୧ରେ ହରାଇ ଫାଇନାଲ୍ରେ ସ୍ଥାନ ପକ୍କା କରିଥିଲା। ଟାଇଟଲ ଲଢ଼େଇରେ ଦଳ ଆସାମ ନିକଟରୁ ୮-୨ ଗୋଲ୍ରେ ପରାଜିତ ହୋଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)