Advertisment

ଭାରତୀୟ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ, ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ

​​​​​​​ୱାର୍ଲଡ ଚାମ୍ପିୟନ୍ସର ଜାଭଲିନ୍ ଥ୍ରୋରେ ନୀରଜଙ୍କୁ ଐତିହାସିକ ସଫଳତା । ୪୦ ବର୍ଷର ରେକର୍ଡ ଭାଙ୍ଗିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା ।

author-image
Satyendu Shekher Mishra
Niraj Chopra

Niraj Chopra

ନୂଆ ଇତିହାସ ରଚିିଲେ ନୀରଜ ଚୋପ୍ରା । ଭାରତୀୟ କ୍ରୀଡା ଇତିହାସରେ ଯୋଡି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ପ୍ରଥମ ଥର ପାଇଁ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନ୍ସର କୌଣସି ଇଭେଣ୍ଟରେ ଭାରତକୁ ମିଲିଲା ଗୋଲ୍ଡ ମେଡାଲ। ଅଲିମ୍ପିକ୍ସ ଭଳି ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ଭାରତ ପାଇଁ ଏହି ସ୍ୱର୍ଣ୍ଣ ଜିତିଛନ୍ତି ଗୋଲଡେନ୍ ବୟ ନୀରଜ।

Advertisment

ହଙ୍ଗେରୀର ବୁଦାପେଷ୍ଟରେ ଶେଷ ହୋଇଥିବା ୱାର୍ଲଡ ଚାମ୍ପିୟନ୍ସର ପୁରୁଷ ଜାଭଲିନ୍ ଥ୍ରୋରେ ନୀରଜଙ୍କୁ ମିଳିଛି ଐତିହାସିକ ସଫଳତା । ଫାଇନାଲରେ ସେ ୮୮.୧୭ ମିଟର ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ଆଉ ଏହି ବିଜୟ ସହ ସମସ୍ତ ପ୍ରମୁଖ କ୍ରୀଡା ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ପାଲଟିଛନ୍ତି ପ୍ରଥମ ଭାରତୀୟ । ନୀରଜଙ୍କ ଏହି ସ୍ୱର୍ଣ୍ଣିମ ସଫଳତା ପରେ ସାରା ଦେଶ ଉତ୍ସବମୁଖର।

କେବଳ ନୀରଜ ନୁହଁନ୍ତି ଏହି ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପର ସମସ୍ତଙ୍କ ମନ ଜିଣିଛନ୍ତି ଓଡ଼ିଆ ପୁଅ କିଶୋର ଜେନା ଓ ଡିପି ମାନୁ । ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲେ ଏହି ଦୁଇ ଡେବ୍ୟୁଟାଣ୍ଟ ଜାଭେଲିନ୍ ଥ୍ରୋୟର। ପ୍ରଥମ ଥର ପାଇଁ ୱାର୍ଲଡ଼ ଆଥଲେଟିକ୍ସ ଚାମ୍ପିୟନସିପରେ ଭାଗ ନେଇଥିବା କିଶୋର ୮୪ ଦଶମିକ ୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ। ଏହା ଥିଲା ତାଙ୍କର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ।

Advertisment

ଏଥିସହ ସେ ଚୂଡାନ୍ତ ତାଲିକାର ପଞ୍ଚମ ସ୍ଥାନରେ ରହିଥିଲେ। ସେପଟେ କିଶୋରଙ୍କ ଏହି ଚମତ୍କାର ପ୍ରଦର୍ଶନ ପରେ ସାରା ରାଜ୍ୟରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ସେପଟେ କିଶୋରଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

ତେବେ ଏହି ବିଶ୍ୱ ଚାମ୍ପିୟନସିପରେ ସମସ୍ତଙ୍କୁ ଚମକାଇ ଦେଇଥିଲେ ପୁରୁଷ ୪ଗୁଣା ୪୦୦ମିଟର ରିଲେରେ ଭାଗ ନେଇଥିବା ଭାରତୀୟ ଆଥଲେଟ୍। ସେମିଫାଇନାଲରେ ଆମେରିକାକୁ କଡା ଟକ୍କର ଦେଇ ଭାରତ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଥିଲା । ହେଲେ ଫାଇନାଲରେ ପଞ୍ଚମ ସ୍ଥାନରେ ରହିଥିଲେ । ଏହାସତ୍ତ୍ୱେ ରିଲେ ଟିମକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି ।

Niraj Chopra
Advertisment
Advertisment