/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693284438.jpg)
Odia Javelin thrower Kishore Jena shines in World Athletics Championship
ଅଲିମ୍ପିକ୍ସ ପାଇଁ ସୁଯୋଗ ରହିଛି। ଏସିଆଡ୍ରେ ଭଲ ପ୍ରଦର୍ଶନ କରି ଅଲିମ୍ପିକ୍ସ ଯୋଗ୍ୟତା ଲକ୍ଷ୍ୟ ରଖିଛି। ଏହାସହ ଚଳିତ ବର୍ଷ ୮୭ ମିଟର ପର୍ଯ୍ୟନ୍ତ ଜାଭଲିନ୍ ଫିଙ୍ଗିବାକୁ ଆଶାବାଦୀ ଥିବା ବିଶ୍ୱ ଆଥଲେଟିକ୍ସରେ ଦମ୍ଦାର ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ କିଶୋର ଜେନା କହିଛନ୍ତି। ପରବର୍ତ୍ତୀ ଲକ୍ଷ୍ୟ ନେଇ OTVକୁ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି।
କିଶୋର କହିଛନ୍ତି, ଅଲିମ୍ପିକ୍ସ ପାଇଁ ସିଧା ଯୋଗ୍ୟତା ମିଳିନି, ଆଗକୁ ଏସିଆଡ୍ ଅଛି। ଯୋଗ୍ୟତା ପର୍ଯ୍ୟାୟରେ ଚାପ ଥିବାବେଳେ ଫାଇନାଲ୍ରେ ଚାପ ନ ଥିଲା। ଏବେ ଯେମିତି ଟ୍ରେନିଂ ଚାଲିଥିଲା ଆଗକୁ ଚାଲିବ। ଏଥିସହ ସ୍ୱର୍ଣ୍ଣିମ ଇତିହାସ ରଚିଥିବା ନୀରଜ ଚୋପ୍ରାଙ୍କ ବାବଦରେ ସେ ମତ ରଖିଛନ୍ତି। କୌଣସି ଥ୍ରୋ ଖରାପ ହେଲେ ପରବର୍ତ୍ତୀ ଥ୍ରୋ ପାଇଁ ନୀରଜ ଚୋପ୍ରା ପରାମର୍ଶ ଦିଅନ୍ତି ବୋଲି କିଶୋର କହିଛନ୍ତି।
ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲେ ଡେବ୍ୟୁଟାଣ୍ଟ ଜାଭେଲିନ୍ ଥ୍ରୋୟର କିଶୋର ଜେନା। ପ୍ରଥମ ଥର ପାଇଁ ୱାର୍ଲଡ୍ ଆଥଲେଟିକ୍ସ ଚାମ୍ପିୟନଶିପ୍ରେ ଭାଗ ନେଇଥିବା କିଶୋର ୮୪.୭୭ ମିଟର ଜାଭେଲିନ୍ ଥ୍ରୋ କରିଥିଲେ। ଏହାଥିଲା ତାଙ୍କର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ଏଥିସହ ସେ ଚୂଡ଼ାନ୍ତ ତାଲିକାର ପଞ୍ଚମ ସ୍ଥାନରେ ରହିଥିଲେ।
ସେପଟେ କିଶୋରଙ୍କ ଏହି ଚମତ୍କାର ପ୍ରଦର୍ଶନ ପରେ ସାରା ରାଜ୍ୟରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। କିଶୋରଙ୍କ ଏହି ସଫଳତା ପରେ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)