ସଂକ୍ଷେପରେ ଆଜିର ତାଜା ଖବର - Friday, 18 November 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ରାଜ୍ୟ କ୍ୟାବିନେଟରେ ଓଡ଼ିଶା ବନ୍ଦର ନୀତି-୨୦୨୨ ଏବଂ ରାଜ୍ୟ ଶିଶୁ ନୀତି-୨୦୨୨ ପ୍ରାରମ୍ଭକୁ ମଂଜୁରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୋଟ ୧୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । More

ବିନା ଅନୁମତିରେ ଘରେ ରଖି ପାରିବେନି ପୋଷା ଜନ୍ତୁ: BMC

କେତେ ଯୁକ୍ତିଯୁକ୍ତ ବିଏମ୍‌ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ? ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । More

ହ୍ୱିଲ ଚେୟାରରେ ବସି ସାତ ଫେରା ସାଙ୍ଗକୁ ହାତଗଣ୍ଠି ପକାଇଲେ ନବବଧୂ, ଦେଖନ୍ତୁ ଭିଡିଓ..

ଏହାକୁ ବୋଧହୁଏ କୁହାଯାଏ ଶାସ୍ୱତ୍ତ ପ୍ରେମ। ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ..ପ୍ରେମିକା ଦିବ୍ୟାଙ୍ଗ ହେବା ପରେ ବି କଥା ରଖି ବିବାହ କଲେ। ହ୍ୱିଲ ଚେୟାରରେ ବସି ପଡିଲା ହାତଗଣ୍ଠି, ବ୍ରାହ୍ମଣଙ୍କ ବେଦମନ୍ତ୍ରୀରେ ପ୍ରକମ୍ପିତ ହେଲା ପୂରା ଏରିୟା...ବର୍ଷ ବର୍ଷ ପ୍ରେମ ସାମ୍ନାରେ ସବୁ ହେଲା ତୁଚ୍ଛ...ଦେଖନ୍ତୁ ପ୍ରେମର ଏହି ସୁନ୍ଦର କାହାଣୀ More

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ସକାଳ : ସଫଳତାର ସହ ମହାକାଶ ଯାତ୍ରା କଲା ବିକ୍ରମ-ଏସ୍ ରକେଟ୍

ଘରୋଇ କଂପାନୀ ସ୍କାଏ ରୁଟ୍ ଏରୋସ୍ପେସର ବିକ୍ରମ-ଏସ୍ ରକେଟ୍ More

ରାଗିଂ ରିଂ ମାଷ୍ଟର ସାଜିଥିଲେ ଛାତ୍ର ବିଜେଡିର କଲେଜ ଆବାହକ : ବିବାଦ ପରେ ପଦରୁ ବିଦା  

ପୋକ୍ସୋ ଆକ୍ଟରେ ଗିରଫ କଲା ପୋଲିସ More

ନିର୍ବାଚନୀ ପ୍ରଚାରରେ କମ୍ପୁଛି ପଦ୍ମପୁରର ଗଳିକନ୍ଦି; ଚାଷୀ ଭୋଟ୍‌ ହାତେଇବାକୁ ସବୁଦଳର ଅଙ୍କକଷା

ପଦ୍ମପୁର ଉପନିର୍ବାଚନ ଭୋଟ୍ ପୂର୍ବରୁ ଚାଷୀ ଓ ରାଜନୈତିକ ଦଳଙ୍କ ଛକାପଞ୍ଝା । ଗୋଟିଏ ପରେ ଚାଷୀ କାର୍ଡ ଖେଳି ଭୋଟ ହାତେଇବାକୁ ଦଳଙ୍କ କସରତ। More

ଜିଲ୍ଲା ପ୍ରଶାସନକୁ ପ୍ରଭାତଙ୍କ ନାଲି ଆଖି; କହିଲେ, ବାଲିଯାତ୍ରାରେ ହୋଇଛି ବ୍ୟାପକ ଦୁର୍ନୀତି

କଟକର ଐତିହାସିକ ବାଲିଯାତ୍ରା ସରିବାର ଠିକ୍ ପରଦିନ ମହାନଗର ପୂଜା କମିଟି ସଂପାଦକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କ ଅଭିଯୋଗ ସୃଷ୍ଟି କରିଛି ବିସ୍ଫୋରଣ । ପ୍ରଭାତ ସିଧାସଳଖ ଏଥିପାଇଁ ଜିଲ୍ଲା ପ୍ରଶାସନ ଆଡ଼କୁ ଅଙ୍ଗୁଳି ଉଠାଇ କହିଛନ୍ତି । More

ଆସନ୍ତା ମାସରେ ନିଜ ଗାଁ ପାହାଡ଼ପୁରକୁ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ !

କିଛିଦିନ ତଳେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଥିଲେ । ତେବେ ପୁଣିଥରେ ଡିସେମ୍ବର ୧୫ ତାରିଖରେ ନିଜ ଗାଁ ମୟୂରଭଂଜ ଜିଲ୍ଲାର ପାହାଡ଼ପୁରକୁ ଆସିବେ ବୋଲି ସୂଚନା ମିଳିଛି । More

ଡିଏସ୍‌ପିରୁ ଅତିରିକ୍ତ ଏସ୍‌ପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ

ପରବର୍ତ୍ତୀ ଶୁଣାଣି ଯାଏଁ OPSC କିଛି କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ More

ବାଲେଶ୍ୱରରେ ମର୍ଡର, ଭଦ୍ରକରେ ମିଳିଲା କଟା ମୁଣ୍ଡ: ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ପୂର୍ବ ସ୍ୱାମୀ ସହ ମିଶି ଦ୍ୱିତୀୟ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ। ଏହାପରେ କଟା ମୁଣ୍ଡକୁ ବ୍ୟାଗ୍‌ରେ ଭର୍ତ୍ତି କରି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ଛତାବରରେ ପକାଇଥିଲା ସ୍ତ୍ରୀ। More

ବ୍ରହ୍ମପୁରର ରାଗିଂ ମାମଲାରେ ଚାଞ୍ଚଲ୍ୟକର ଖୁଲାସା : ମୁଖ୍ୟ ଅଭିଯୁକ୍ତ ଅଭିଷେକ ନାୟକ ଛାତ୍ର ବିଜେଡି ସଦସ୍ୟ

କାହା ବଳରେ ବଳିୟାନ୍ ଅଭିଯୁକ୍ତ ? ବିନାୟକ ଆଚାର୍ଯ୍ୟ କଲେଜର କନଭେନର୍ ଥିଲେ ଅଭିଷେକ More

ଦୁଇ ଦିନ ତଳେ ଯିଏ ଅଭିଯୋଗକାରୀ ଥିଲେ, ଏବେ ସେ ଅଭିଯୁକ୍ତ

ଦୁର୍ବ୍ୟବହାରର ଶିକାର ହୋଇଥିବା ବ୍ୟାସନଗର ପୌରାଞ୍ଚଳର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକଙ୍କ ନାଁରେ ଏତଲା । More

ବାଲିଯାତ୍ରା ମଞ୍ଚରେ ନବୀନ ବନ୍ଦନା ଠିକ୍‌ ନୁହେଁ: ପ୍ରଭାତ ତ୍ରିପାଠୀ

ମଞ୍ଚରେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ଗୀତ ଗାଇଥିଲେ ଅବିନାଶ । ଯାହାକୁ ନେଇ ବିବାଦ ଉପୁଜିଥିଲା । More

ବଡ଼ ବାବୁଙ୍କୁ ଦେଲେ ଫିମ୍ପିମରା ଛତୁଆ-ଲଡ଼ୁ, ‘ନିଜେ ତ ଖାଇପାରୁନ ପିଲାଙ୍କୁ ଦେଉଛ କେମିତି’

ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବୈଠକରେ ବିଡିଓ, ସିଡିପିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । More

ସରକାର ଏମିତି ଗୁରୁତ୍ୱ ଦିଅନ୍ତି, ଶିକ୍ଷା-ସ୍ୱାସ୍ଥ୍ୟ ସେବାକୁ

ଦୁଇଟି ଯାକ ବିଭାଗର ଭିତ୍ତିଭୂମୀ ନଥିବାରୁ ବାରଣ୍ଡାରେ ଚାଲିଛି ସେବା । More

ରୋଷେଇ ଘରୁ ଛପର ଉଡ଼ିଯାଇଛି, ଛାତରୁ ସିମେଣ୍ଟ ଖସୁଛି.. କେତେବେଳେ କାନ୍ଥ ବି ଭୁଶୁଡ଼ିବ

ଯେଉଁ ସ୍କୁଲର ଭୂଗୋଳ ଭାଙ୍ଗିଯାଇଛି ସେଠି ପିଲାଏ ପାଠ ପଢ଼ି ଭବିଷ୍ୟତ ଗଢ଼ିବେ କେମିତି । More

ଲଘୁଚାପ ପ୍ରଭାବରେ ପୁଣି ପ୍ରବଳ ବର୍ଷିବ ! ୬ ଜିଲ୍ଲାକୁ ଆଲର୍ଟ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ। More

ଦୁଇ ଦୁଇ ଥର ନୋଟିସ୍‌ ଜାରି ସତ୍ତ୍ୱେ ରିପୋର୍ଟ ଦେଲେନି ରାୟଗଡ଼ ଜିଲ୍ଲାପାଳ, ହାଜର ପାଇଁ ସମନ ଜାରି

ରାୟଗଡ଼ ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର କମିଶନ ସମନ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୧୧ ତାରିଖରେ କମିଶନଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। More

ରାଜଧାନୀରେ କୁକୁର ପାଳିଲେ ମାନିବାକୁ ପଡ଼ିବ ଏହିସବୁ ଗାଇଡଲାଇନ୍ସ, ନ ମାନିଲେ..

ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍‌ସି । More

ବେପାର ଓ ଗହଳିରେ ବାଲିଯାତ୍ରାର ରେକର୍ଡ, ୧୦ ଦିନରେ ୨ଶହ କୋଟି ବ୍ୟବସାୟ..!

ମନ ଛୁଇଁଲା ଲେଜର ସୋ ଓ କଟକ ଇନ୍ କଟକ ଥିମ୍ । ପାଣି ବୋତଲରେ କ୍ୟୁଆର କୋଡ୍ ଯୋଜନା ଫେଲ୍ । More

ପଦ୍ମପୁର ଉପନିର୍ବାଚନ: ଫୋକସରେ ଚାଷୀ ଭୋଟ, ବୀମା ରାଶି ପ୍ରଦାନରେ ବିଳମ୍ବକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି

ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବୀମା ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀଙ୍କୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରି ପ୍ରଦାନ କରିବା, ପ୍ରିମିୟମ୍ ରେଟ୍‌ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଦର୍ଶାଇଛନ୍ତି ତୋମାର । More

୧୦୮ ସେବାର ଉଡୁଛି ଧଜ୍ଜିଆ, କିଏ କହୁଛି ଅସଭ୍ୟ କଥା, ତ କିଏ କରୁଛିି ଗାଳିଗୁଲଜ୍

୧୦୮କୁ ଦୈନିକ ଆସୁଛି ୭ ଶହରୁ ଅଧିକ ଫେକ୍ କଲ । ଏତଲା ସତ୍ତ୍ୱେ ଆକ୍ସନ ଶୂନ, ଚିନ୍ତାରେ ହେଲ୍ପ ଲାଇନ କର୍ମଚାରୀ । More

ମହଙ୍ଗା ପଡ଼ିଲା ରାଗିଂ ! କଲେଜରୁ ବିଦା ହେଲେ ୧୨ ଛାତ୍ର, ୫ ଗିରଫ...

୫ ଗିରଫ, ୩ କୋର୍ଟ ଚାଲାଣ, ୨ ଗଲେ ସୁଧାର ଗୃହ । ଦେଖଣାହାରୀ ଝିଅ ବିରୁଦ୍ଧରେ ବି ହେବ କାଯର୍ୟାନୁଷ୍ଠାନ । More