• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟ କ୍ୟାବିନେଟରେ ଓଡ଼ିଶା ବନ୍ଦର ନୀତି-୨୦୨୨କୁ ମିଳିଛି ମଞ୍ଜୁରୀ । ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ, ଅନ୍ତର୍ଦ୍ଦେଶୀୟ ଜଳପଥ ଏବଂ କ୍ଷୁଦ୍ର ବନ୍ଦରର ବିକାଶ ସହ ବନ୍ଦର କ୍ଷେତ୍ରରେ ଘରୋଇ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବ ନୂଆ ନୀତି । ବନ୍ଦର ଏବଂ ବନ୍ଦର ସଂପର୍କୀତ ଶିଳ୍ପ ସମୂହର ମଧ୍ୟ ବିକାଶ କରାଯିବ ।

ସେହିପରି ରାଜ୍ୟ ଶିଶୁ ନୀତି-୨୦୨୨ ପ୍ରାରମ୍ଭକୁ ମଂଜୁରୀ ଦେଇଛି କ୍ୟାବିନେଟ । ଶିଶୁଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଏହି ନୂଆ ନୀତିରେ ଗୁରୁତ୍ୱ ଦିଆଯାଇଛି । ଶିଶୁଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ, ଶିକ୍ଷା ଅଧିକାର, ଶିଶୁଙ୍କର ସର୍ବାଙ୍ଗିନ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ବିଜ୍ଞପ୍ତିର ବର୍ଷକ ମଧ୍ୟରେ ଲାଗୁ ହେବ ରାଜ୍ୟ ଶିଶୁ ନୀତି ପ୍ରାରମ୍ଭ ।

 

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ମିଟିଂରେ ଆଜି ଏହି ନିଷ୍ପତ୍ତି ହୋଇଛି । କଟକ ଜିଲ୍ଲାରେ ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ ମଂଜୁରୀ ମିଳିଛି ।  ୩୮୭ ମିଟର ଦୀର୍ଘ ଓ ୪୩.୮୨୫ ମିଟର ଉଚ୍ଚର କଂକ୍ରିଟ ବନ୍ଧ ହେବ । ଏଥିପାଇଁ ଖର୍ଚ୍ଚ ହେବ ୨୨୫ କୋଟି । ନରସିଂହପୁର, ବଡ଼ମ୍ବା, ତିଗିରିଆ ବ୍ଲକର ଚାଷ ଜମିକୁ ମିଳିବ ପାଣି ।

ସେହିପରି ରେଙ୍ଗାଲି ବାମପାର୍ଶ୍ୱ କେନାଲ ସଂପୂର୍ଣ୍ଣ ହେବ । ୩୬ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଓ ରିସର୍ଚ୍ଚର ବିକାଶ ପାଇଁ ମାଷ୍ଟର ପ୍ଲାନକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏଥିପାଇଁ ୧୫ଶହ କୋଟି ଖର୍ଚ୍ଚ ହେବ । ଆସନ୍ତା ୫ ବର୍ଷରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ ହଜାରରୁ ୧୦ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।