• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହଙ୍ଗା ପଡ଼ିଲା ରାଗିଂ । କଲେଜରୁ ବିଦା ହେଲେ ରାଗିଂ ଅଭିଯୋଗରେ ଗିରଫ ଓ ସଂପୃକ୍ତ ଥିବା ୧୨ ଛାତ୍ର । ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ୍ କ୍ୟାମ୍ପସ୍‌ରେ ରାଗିଂ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ । ଘଟଣା ସଂପର୍କରେ ଉଚ୍ଚଶିକ୍ଷା ବିଭାଗକୁ ବି ଜଣାଇ ଦିଆଯାଇଥିବା ସେ କହିଛନ୍ତି । କଲେଜରେ ରାଗିଂ ଭିଡିଓ ଭାଇରାଲ ହେବା ପରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫଙ୍କ ମଧ୍ୟରୁ ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ୨ ଜଣଙ୍କୁ ସୁଧାର ଗୃହକୁ ପଠାଯାଇଛି । ସେପଟେ ରାଗିଂ ବେଳେ ଦେଖଣାହାରୀ ସାଜିଥିବା ଝିଅଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି । ଭାଇରାଲ ହୋଇଥିବା ଭିଡିଓରେ ମୁଖ୍ୟ ଅଭିଯୁକ୍ତ ଜଣକ ହାତରେ ଠେଙ୍ଗା ଧରି ଜଣେ ଛାତ୍ରଙ୍କୁ ଛାତ୍ରୀ ସହ ଅଶାଳୀନ ବ୍ୟବହାର କରିବାକୁ ବାଧ୍ୟ କରୁଥିବା ଦେଖାଯାଇଛି ।