/odishatv-khabar/media/post_attachments/uploadimage/library/16_9/16_9_0/Ragging_1668699642.jpg)
Ragging
ମହଙ୍ଗା ପଡ଼ିଲା ରାଗିଂ । କଲେଜରୁ ବିଦା ହେଲେ ରାଗିଂ ଅଭିଯୋଗରେ ଗିରଫ ଓ ସଂପୃକ୍ତ ଥିବା ୧୨ ଛାତ୍ର । ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ୍ କ୍ୟାମ୍ପସ୍ରେ ରାଗିଂ ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କର୍ତ୍ତୃପକ୍ଷ । ଘଟଣା ସଂପର୍କରେ ଉଚ୍ଚଶିକ୍ଷା ବିଭାଗକୁ ବି ଜଣାଇ ଦିଆଯାଇଥିବା ସେ କହିଛନ୍ତି । କଲେଜରେ ରାଗିଂ ଭିଡିଓ ଭାଇରାଲ ହେବା ପରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫଙ୍କ ମଧ୍ୟରୁ ୩ ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ୨ ଜଣଙ୍କୁ ସୁଧାର ଗୃହକୁ ପଠାଯାଇଛି । ସେପଟେ ରାଗିଂ ବେଳେ ଦେଖଣାହାରୀ ସାଜିଥିବା ଝିଅଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି । ଭାଇରାଲ ହୋଇଥିବା ଭିଡିଓରେ ମୁଖ୍ୟ ଅଭିଯୁକ୍ତ ଜଣକ ହାତରେ ଠେଙ୍ଗା ଧରି ଜଣେ ଛାତ୍ରଙ୍କୁ ଛାତ୍ରୀ ସହ ଅଶାଳୀନ ବ୍ୟବହାର କରିବାକୁ ବାଧ୍ୟ କରୁଥିବା ଦେଖାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)