/odishatv-khabar/media/post_attachments/uploadimage/library/16_9/16_9_0/School_1668740062.jpg)
Koida School
ସ୍କୁଲ୍ କାନ୍ଥ ସବୁ ଖୋଳା ହୋଇଛି । ଛାତରୁ ଛେଲାଛେଲା ସିମେଣ୍ଟ୍ ଛାଡ଼ିଛି । ଚଟାଣ ଉପରୁ ଉଠି ଯାଇଛି ଟାଇଲ୍ସ । ଖାଲି ସେତିକି ନୁହେଁ ରୋଷେଇ ଘର ଅବସ୍ଥା ଏମିତି ଯେ, ଦିନରେ ସୂର୍ଯ୍ୟ ରାତିରେ ତାରା ଦେଖାଯାଆନ୍ତି । ପିଲା ଖାଇ ବସୁଛନ୍ତି ଗଛମୂଳେ । ସୌଚ ପାଇଁ ଥିବା ସୌଚାଳୟର କଥା ନ କହିଲେ ଭଲ । ଏମିତି ଆମ ସରକାରୀ ସ୍କୁଲ୍ ଅବସ୍ଥା । ତେବେ ଏଥିରୁ ଆପଣ ଅନୁମାନ କରିପାରୁଥିବେ ଏଠାରେ ପିଲାଙ୍କ ପାଠ ପଢ଼ା ଅବସ୍ଥା କେମିତି ଥିବ । ଯେଉଁ ସ୍କୁଲର ଭୂଗୋଳ ଭାଙ୍ଗିଯାଇଛି ସେଠି ପିଲାଏ ପାଠ ପଢ଼ି ଭବିଷ୍ୟତ ଗଢ଼ିବେ କେମିତି ।
(KOIDA School)ଆମେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକର ଥିବା ସ୍କୁଲର କଥା । ପ୍ରାୟ ୧୫ଟି ପଞ୍ଚାୟତରେ ଥିବା ବିଦ୍ୟାଳୟଗୁଡ଼ିକର ଅବସ୍ଥା ଏମିତି । ବିଦ୍ୟାଳୟ ରୂପାନ୍ତରଣ ନାଁରେ ଏଠି ସବୁ ଧ୍ୱଂସ କରି ଦିଆଯାଇଛି । କୁନିକୁନି ପିଲାଙ୍କୁ ବିପଦ ଭିତରକୁ ଠେଲି ଦିଆଯାଇଛି । ସ୍କୁଲର ଭିତ୍ତିଭୂମି ବିକାଶ କାମ ନେଇଥିବା ଠିକା ସଂସ୍ଥାର ମନମାନି ପାଇଁ ଏଠି ଏମିତି ଅବସ୍ଥା ହୋଇଛି ।
(School Kitchen)ତେବେ କିଏ ସେହି ଠିକା ସଂସ୍ଥା, କେବେଠାରୁ କାମ ନେଇଛି, କେବେ ସୁଦ୍ଧା କାମ ସାରିବ, ତାର କୌଣସି ଖୋଜ୍ ଖବର ନାହିଁ । ଏ ବାବଦରେ ସ୍କୁଲର ଶିକ୍ଷକମାନେ ମଧ୍ୟ ଜାଣନ୍ତି ନାହିଁ । ଏଣେ ସ୍କୁଲର ଅବସ୍ଥା ଦେଖିଲେ ପିଲାଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ । ପିଲାଏ ବସି ପାଠ ପଢ଼ୁଥିବା ଶ୍ରେଣୀଗୃହ ବିପଦ ଅବସ୍ଥାରେ, ରନ୍ଧା ହେଉଛି ବାହାରେ, ପିଲା ମଧ୍ୟାହ୍ନ ଭୋଜନ କରୁଛନ୍ତି ବି ବାହାରେ । ସ୍କୁଲ୍ ପାଚେରି ଅର୍ଦ୍ଧ ନିର୍ମିତ । ହତା ଭିତରେ ଖୋଳାଖୋଳି କରି ପର୍ବତ ପରି ମାଟି ଗଦେଇ ଦିଆଯାଇଛି । ଏହି ସ୍କୁଲ ରୂପାନ୍ତରଣ କାମ କେବେ ସରିବ, ଏଥିପାଇଁ ବ୍ୟୟ ଅଟକଳ କେତେ, କାମ କେଉଁ ସଂସ୍ଥା ନେଇଛି । ସେ ବାବଦରେ ସୂଚନା ଫଳକଟିଏ ବି ଲାଗିନାହିଁ ।
(Koida School)(ରିପୋର୍ଟ- ସୁନୀଲ କୁମାର ପଣ୍ଡା, କୋଇଡା)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)