• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଡିସେମ୍ବରରେ ପୁଣିଥରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଡିସେମ୍ବର ୧୫ ତାରିଖରେ ନିଜ ଗାଁ ମୟୂରଭଂଜ ଜିଲ୍ଲାର ପାହାଡ଼ପୁରକୁ ଆସିବେ ବୋଲି ସୂଚନା ମିଳିଛି । ଏନେଇ ରାଷ୍ଟ୍ରପତିଙ୍କ ନିକଟତମ ମହଲରୁ ସୂଚନା ମିଳିଛି । ତେବେ ରାଷ୍ଟ୍ରପତିଙ୍କ ଆଗମନ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏଯାଏଁ କିଛି ସ୍ପଷ୍ଟ କରାଯାଇନାହିଁ ।

କିଛିଦିନ ତଳେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିଥିଲେ । ୨ ଦିନିଆ ଗସ୍ତରେ ଆସି ରାଷ୍ଟ୍ରପତି ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ମହାମହିମ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଯାଇ ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ କରିଥିଲେ । ଦିନେ ଯେଉଁଠି ଛାତ୍ରୀ ଜୀବନ କଟାଇଥିଲେ, ସେଠାକୁ ଯାଇଥିଲେ ଦେଶର ପ୍ରଥମ ନାଗରିକ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ଓ ହଷ୍ଟେଲରେ ରହୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।