Advertisment

ଦୁଇ ଦିନ ତଳେ ଯିଏ ଅଭିଯୋଗକାରୀ ଥିଲେ, ଏବେ ସେ ଅଭିଯୁକ୍ତ

ଦୁର୍ବ୍ୟବହାରର ଶିକାର ହୋଇଥିବା ବ୍ୟାସନଗର ପୌରାଞ୍ଚଳର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକଙ୍କ ନାଁରେ ଏତଲା ।

author-image
Prangyan Parimita
ଅଦ୍ୟତନ ହୋଇଛି
byasanagar

byasanagar

ଅଭିଯୋଗକାରୀଙ୍କ ନାଁରେ ଥାନାରେ ଏତଲା । ଦୁଇ ଦିନ ତଳେ ଯିଏ ଅଭିଯୋଗକାରୀ ଥିଲେ, ଏବେ ସେ ନିଜେ ଅଭିଯୁକ୍ତ । ବୁଧବାର ଦିନ ଯିଏ ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ନାଁରେ ଥାନାରେ ଦୁର୍ବ୍ୟବହାର ଅଭିଯୋଗ କରିଥିଲେ, ଆଜି ତାଙ୍କ ନାଁରେ ବି ସମାନ ଅଭିଯୋଗ ଆସିଛି। ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ନାମରେ ଅଭିଯୋଗ ଆଣିଛନ୍ତି ବ୍ୟାସନଗର ପୌରାଞ୍ଚଳର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର ମ୍ୟାନେଜର ସୈଫୁଦ୍ଦିନ ।

Advertisment

ଅଶୋକଙ୍କ ଉପରକୁ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ଫାଇଲ ଫିଙ୍ଗିଥିବାର ଖବର ଆସିଥିଲା । ଦୁଇ ଦିନ ତଳେ ଏହି ଭିଜୁଆଲ୍ ଭାଇରାଲ ହୋଇଥିଲା । ପରେ ଥାନାରେ ପୌରାଧ୍ୟକ୍ଷାଙ୍କ ନାଁରେ ଏତଲା ବି ଦେଇଥିଲେ ଅଶୋକ । ହେଲେ ଏବେ ଅଶୋକ କୁମାର ରାଉତଙ୍କ ନାଁରେ ଯାଜପୁର ରୋଡ୍ ଥାନାରେ ଏତଲା ହୋଇଛି । ବ୍ୟାସନଗର ପୌରାଞ୍ଚଳର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର ମ୍ୟାନେଜର ସୈଫୁଦ୍ଦିନଙ୍କ ନାମରେ ଅଭିଯୋଗ କରି କହିଛନ୍ତି, ଅକ୍ଟୋବର ମାସର ଶ୍ରମିକଙ୍କ ହାଜିରା ମିଳିନଥିବାରୁ ସଫେଇ କର୍ମଚାରୀଙ୍କୁ ସେ ଦରମା ଦେଇପାରିନଥିଲେ ।

ଏହାକୁ ନେଇ ପୌର ଅଫିସ ଆଗରେ ବିକ୍ଷୋଭ କରିଥିଲେ ସଫେଇ କର୍ମଚାରୀ । ଏଥିପାଇଁ ଅଶୋକ ରାଉତଙ୍କ ଘରକୁ ଯାଇଥିଲେ ସୈଫୁଦ୍ଦିନ । ହେଲେ ସେଠାରେ ଅଶୋକ କୁମାର ରାଉତ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ଅଶ୍ଲୀଳ ଭାଷାରେ ଗାଲିଗୁଲଜ କରିଥିବାର ଅଭିଯୋଗ କରିଛନ୍ତି ସୈଫୁଦ୍ଦିନ ।

Advertisment

ଯାଜପୁର ଜିଲ୍ଲା ବ୍ୟାସନଗର ମ୍ୟୁନିସିପାଲିଟି ମିଟିଂରେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ ତତ୍‌କାଳୀନ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ଉପରକୁ ଫାଇଲ୍‌ ଫିଙ୍ଗିଥିବା ବେଳେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି । ଏହି ବିବାଦ ଆରମ୍ଭ ହେବା ପରେ ଅଶୋକ ରାଉତଙ୍କୁ ବ୍ୟାସନଗରରୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାକୁ ବଦଳି କରି ଦିଆଯାଇଛି।

ସେପଟେ ନିର୍ବାହୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷା ଫାଇଲ୍ ଫିଙ୍ଗିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ । ଏଥିପାଇଁ କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛି । ବ୍ୟାସନଗରର ଏପରି ଘଟଣା ଆଦୌ ବରଦାସ୍ତ କରାଯିବନି । ତୁରନ୍ତ ପୌରାଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦିଅନ୍ତୁ ନଚେତ୍ ଆନ୍ଦୋଳନ ତ୍ରୀବ ହେବ ବୋଲି କଂଗ୍ରେସ କହିଛି ।

Police Complaint
Advertisment
Advertisment