ସଂକ୍ଷେପରେ ଆଜିର ତାଜା ଖବର - Monday, 29 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଖୋଳ ହେଉଛି ଖୋର୍ଦ୍ଧା ଜିଲ୍ଲାର ଖଣିଜ ସଂପଦ; ବିରୋଧ କରିବାକୁ ଯାଇ ଲହୁଲୁହାଣ ହେଉଛନ୍ତି ସରକାରୀ ବାବୁ

ଖୋଳା ଚାଲିଛି ମାଙ୍କଡା ପଥର ଖଣି । ଦିନ ଦ୍ୱିପହରେ ନିୟୋଜିତ ହୋଇଛି ପାୱାର ଟିଲର । ବେଧଡ଼କ କଟା ଚାଲିଛି ପଥର । ଏଭଳି ପଥର ଖୋଳା ଯୋଗୁଁ ସୃଷ୍ଟି ହେଲାଣି ବିରାଟ ବିରାଟ ଖାଲ । କେବଳ ମାଙ୍କଡ଼ା ପଥର ନୁହଁ, ଜାତୀୟ ରାଜପଥ କଡ଼ର କେଉଁ ପାହାଡ଼ରୁ ମୁଗୁନି ପଥର ତ ଆଉ କେଉଁଠି ମୋରମ ଖୋଳି ଚାଲାଣ ହେଉଛି ।  More

ସବୁଠି ଉଜୁଡ଼ା କ୍ଷେତ ଦେଖି ହତାଶ ଅନ୍ନଦାତା, ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେଣି ଚାଷୀ

ସୁବର୍ଣ୍ଣରେଖା ବନ୍ୟାର ୭ଦିନ ପରେ ବି ବହୁ ଗାଁରେ ଜଳବନ୍ଦୀ ସ୍ଥିତି । More

ଥିଲେ ଝିଅ, ହେଲେ ପୁଅ ! ଅପରେସନ୍‌ କରି ଓଡ଼ିଆ IPS ଦମ୍ପତ୍ତିଙ୍କ ଝିଅ ହୋଇଗଲେ ପୁଅ

ଦିଲ୍ଲୀରେ ହେଲା ସେକ୍ସ ରିଆସାଇନ୍‌ମେଣ୍ଟ ସର୍ଜରୀ । ବଦଳିବାକୁ ଯାଉଛି ୨୨ ବର୍ଷର ପରିଚୟ । More

ନୋଏଡ଼ା ଭଳି ଓଡ଼ିଶାରେ ବି ଭଙ୍ଗାଯିବ କି ବେଆଇନ କୋଠା ?

ଆଇନଗତ ଲଢ଼େଇ ପରେ ଶେଷରେ ଧୂଳିସାତ ହେଲା ନୋଏଡାର ବହୁ ଚର୍ଚ୍ଚିତ ଟ୍ୱିନ୍ ଟାଓ୍ୱାର । ଭୁବନେଶ୍ୱରରେ ବେଆଇନ ନିର୍ମାଣ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଛି । କାର୍ଯ୍ୟାନୁଷ୍ଠାନର ଧମକ ବି ଦେଉଛି ବିଡିଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଫଳ ଓଲଟା । ଏପର୍ଯ୍ୟନ୍ତ ବେଆଇନ ଭାବେ ନିର୍ମାଣ ହୋଇଥିବା କୌଣସି ବଡ଼ ବିଲ୍ଡିଂ ଉଚ୍ଛେଦ କରିନି ବିଡିଏ । More

ଦଶମ ଦିନକୁ ଛୁଇଁଲା ରାଜଧାନୀବାସୀଙ୍କ ଅଳିଆ ଯନ୍ତ୍ରଣା

୧୦ ଦିନ ତଳେ ସ୍ଥିତି ଯେମିତି ଥିଲା, ସେଥିରେ ସୁଧାର ଆସିବ କଣ, ବରଂ ଆଜି ଆଉ ଟିକେ ସଙ୍ଗୀନ ହୋଇପଡ଼ିଛି ସ୍ଥିତି । ଦିନ ଦିନ ଧରି ଅଳିଆ ଆବର୍ଜନା ପଡ଼ି ରହିବା ପରେ ସଢ଼ିବା ଆରମ୍ଭ କଲାଣି । ଦୁର୍ଗନ୍ଧରେ ରାସ୍ତାରେ ଛିଡା ହେବା ମୁସ୍‌କିଲ ହୋଇପଡ଼ିଛି । More

‘ସ୍ୱାମୀ ନାଁରେ FIR ଦେଇନି, ହେଲେ ବି ଉଠେଇ ନେଇ ପିଟିଲେ’

ଆମ ସ୍ୱାମୀ-ସ୍ତ୍ରୀ ଭିତରେ ଝଗଡା ହୋଇଥିଲା । କିନ୍ତୁ ପୋଲିସ ବାଲା ଆସି ମତେ ଜୋର ଜବରଦସ୍ତ ଉଠାଇ ନେଲେ। ମୁଁ ଯେତେ କାକୁତିମୀନତି ହେଲି କେହି ଶୁଣିଲେନି। ମୁଁ ରକ୍ତବାନ୍ତି କଲା ପରେ ବି ମତେ ଛାଡିଲେନି। ସେପଟେ ସ୍ତ୍ରୀ କହୁଛନ୍ତି ସ୍ୱାମୀଙ୍କ ନାଁରେ ମୁଁ କୌଣସି FIR ଦେଇନି। ମୋ ଆଗରେ ସ୍ୱାମୀଙ୍କୁ ମାରିଲେ ପୋଲିସ। More

ବକୃତ ଗଣେଶ ମୂର୍ତ୍ତିକୁ ନେଇ ଡିସିପିଙ୍କ ଚରମବାଣୀ, ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲା । ମୂର୍ତ୍ତି କାରିଗର ଏବଂ କ୍ଲବ୍‌ଗୁଡ଼ିକୁ କଟକ ଡିସିପିଙ୍କ ତାଗିଦ । More

ନୂଆଁଖାଇରେ ବନ୍ଦ ରହିବ ବ୍ୟାଙ୍କ, ଘୋଷଣା କଲେ ସରକାର

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଛୁଟିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । କାରଣ ରାଜ୍ୟ ସରକାରଙ୍କ ଛୁଟି ତାଲିକାରେ ନୂଆଁଖାଇ ପାଇଁ ଦିନଟିଏ ଛୁଟି ରହିଛି। କିନ୍ତୁ ଏହାକୁ ୨ରୁ ୩ଦିନ କରିବାକୁ ଜୋର୍ ଧରିଛି ଦାବି। More

‘ଉଲଗ୍ନ କରି ମାରିଲେ, ନେହୁରା ହେଲେ ବି ଶୁଣିଲେନି’

SIଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କ ନାଁରେ ଏତଲା More

ମୁଣ୍ତ ଉପରେ ପର୍ବ, ଯେଉଁଠି କୋଳାହଳ ରହିବା କଥା ଖେଳିଗଲାଣି ଶୂନ୍ୟ ନିରବତା

ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି… More

ଡିଏମ୍ଏଫ୍ ପାଣ୍ଠିର ଅପବ୍ୟବହାର : ବିନା ସୂଚନା ଫଳକରେ ଚାଲିଛି ପ୍ରକଳ୍ପ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବିନା ଫଳକରେ ଚାଲିଛି More

ଖେଳାଳି ଅଛନ୍ତି, ହେଲେ ଭିତ୍ତିଭୂମି ନାହିଁ: ଦୀର୍ଘ ବର୍ଷ ହେଲା ସରିପାରୁନି ସ୍ପୋର୍ଟସ କମ୍ପ୍ଲେକ୍ସ

ବିଭିନ୍ନ ସ୍ଥାନରେ ଓ କାନ୍ଥ ବାଡ଼ରେ କ୍ରୀଡାବିତ୍ ହିଁ ଦେଶର ବା ଜାତିର ଭବିଷ୍ୟତ ବୋଲି ବଡ଼ ବଡ଼ ହୋଡିଂ ଲଗାଇ ପ୍ରଚାର କରାଯାଉଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଓଲଟା। More

ଆଶ୍ଚର୍ଯ୍ୟ ! ! ! ଏଣ୍ଡୁଅର ଦାମ୍‌ ଦେଢ଼ ଲକ୍ଷ ଟଙ୍କା, ଚାଲାଣ ବେଳେ ଭୁବନେଶ୍ୱରରେ ଧରାପଡ଼ିଲା...

ବହୁରୂପୀ ଏଣ୍ଡୁଅକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ବାଣୀବିହାରରେ ଡିଲ୍‌ ଚାଲିଥିବା ବେଳେ ଖବର ପାଇ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ୍‌ର ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। More

ଅସ୍ତ୍ରୋପଚାର କରି ପୁଅ ପାଲଟିଗଲେ ଆଇପିଏସ୍‌ ଦମ୍ପତିଙ୍କ ୨୨ ବର୍ଷିୟ ଝିଅ

ବରିଷ୍ଠ ଆଇପିଏସ୍ ଅଫିସର ଦମ୍ପତିଙ୍କ ଝିଅର ଏଭଳି ବିରଳ ଅପରେସନ୍ ହୋଇଛି । More

ଜବଦଦଖଲ ସମୟର କରୁଣ ଦୃଶ୍ୟ : କିଏ ବେହୋସ୍‌ ହୋଇଯାଉଛି ତ କିଏ ହାତ ଯୋଡ଼ି ନେହୁରା ହେଉଛି

କଟକରେ ବିଡ଼ାନାସି ପେଟାନାଳ ବସ୍ତି ଉଚ୍ଛେଦ ବେଳେ ବିକ୍ଷୋଭ More

ଦିବ୍ୟାଙ୍ଗ ହୋଇ ବି ସକ୍ଷମ: ଠିକ୍‌ରେ ସିନା ଚାଲି ପାରୁ ନାହାନ୍ତି, ହେଲେ ଖେଳରେ ମାଷ୍ଟର...

ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ତାଙ୍କ ଆଗରେ ଶାରୀରିକ ଅକ୍ଷମତା ଫିକା ପଡ଼ିଛି। ଫୁଟବଲ୍ କହିଲେ ତାଙ୍କ ଜୀବନ। ଫୁଟବଲ ଖେଳିବାକୁ ପ୍ରତିଦିନ ସକାଳୁ ସେ ଦୌଡ଼ି ଆସନ୍ତି। More

ବଦଳିବେ ଜି. ଉଦୟଗିରି ଥାନା IIC, ମାମଲା ରୁଜୁ

IIC ରେବତୀ ଶବରଙ୍କ ବିରୋଧରେ ଆସିଥିବା ସବୁ ଅଭିଯୋଗର ତଦନ୍ତ କରାଯିବ। ମୃତ ମହିଳା SI ସ୍ୱାଗତିକା ବେହେରାଙ୍କ ପରିବାରର ଅଭିଯୋଗ ପରେ IIC ରେବତୀ ଶବରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।  More

ଗାଁ ମଝିରେ ବୁଲିଲା ଖଣ୍ଡା, ଯିଏ ଯାହାକୁ ପାଇଲା ତାକୁ ହାଣିଲା...

 ଗାଁ ମଝିରେ ଖଣ୍ଡା, ବାଡ଼ି, ଲାଠି ଧରି ଦୁଇ ଗୋଷ୍ଠୀର ଲୋକେ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିଥିଲେ। ସର୍ବସମ୍ମୁଖରେ ଗାଁ ମଝିରେ ଏହି ଆତଙ୍କରାଜ ଚାଲିଥିଲା। More

'ମେକ୍ ଇନ୍ ଓଡିଶା କନ୍‌କ୍ଲେଭ' ପାଇଁ କେତେ ଲୋକଙ୍କୁ ମିଳିଛି ନିଯୁକ୍ତି?

ବିଧାନସଭାରେ ଶିଳ୍ପମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଏ ଦୁଇ ମେକ୍ ଇନ୍ ଓଡିଶା କନକ୍ଲେଭ୍ ଆୟୋଜନ ପାଇଁ ଖର୍ଚ୍ଚ ହୋଇଥିଲା ୫୫ କୋଟି। More

ଯୁକ୍ତ ୨ ଛାତ୍ର ନିଖୋଜ କଥା ମିଛ, ପର୍ଦ୍ଦାଫାସ କଲା ପୋଲିସ

ପରିବାର ଲୋକେ ପୁଅକୁ ଭେଟି ଶିକ୍ଷାନୁଷ୍ଠାନକୁ ଯାଇଥିଲେ ଏବଂ ସେଠାରେ କର୍ତ୍ତୃପକ୍ଷଙ୍କ ସହ ପାଟିତୁଣ୍ଡ କରିଥିଲେ। More

ବଜ୍ରପାତର ସୂଚନା ଦେବ ଆପ୍‌, ୪୦ ମିନିଟ୍ ଆଗରୁ ମୋବାଇଲକୁ ଆସିବ ମେସେଜ୍

ଏହା କେତେଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ, ତାହା ହିଁ ସବୁଠୁ ବଡ଼ ଆହ୍ବାନ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। More

୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ୍ ଟାଓ୍ୱାର

ଇତିହାସ ପାଲଟିଲା ଉତ୍ତରପ୍ରଦେଶ। ନୋଏଡ଼ାସ୍ଥିତ ବହୁଚର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାଓ୍ୱାର୍। ସେକ୍ଟର ୯୩ରେ ଥିବା ଏହି ଆପେକ୍ସ ଓ ସେୟାନ୍ ଟାଓ୍ୱାର୍ ନିର୍ମାଣକୁ ସୁପ୍ରିମ୍‌କୋର୍ଟ ବେଆଇନ ଦର୍ଶାଇବା ପରେ, ଏହାକୁ ନିୟନ୍ତ୍ରିତ ବିସ୍ଫୋରଣ ଜରିଆରେ ମାଟିରେ ମିଶାଇ ଦେଇଛି ପ୍ରଶାସନ। More

ଧାରଣା ଦେଲା ବୋହୂ, ଆତ୍ମହତ୍ୟା କଲେ ଶାଶୁ

ଗତ କିଛିଦିନ ହେଲା, ଗଞ୍ଜାମରେ ବୋହୂ ଏବଂ ପତ୍ନୀର ମାନ୍ୟତା ଦାବିରେ ଏକାଧିକ ମହିଳାଙ୍କ ଧାରଣାକୁ ନେଇ ଲାଗିରହିଛି ଚର୍ଚ୍ଚାା More