Advertisment

ଆଶ୍ଚର୍ଯ୍ୟ ! ! ! ଏଣ୍ଡୁଅର ଦାମ୍‌ ଦେଢ଼ ଲକ୍ଷ ଟଙ୍କା, ଚାଲାଣ ବେଳେ ଭୁବନେଶ୍ୱରରେ ଧରାପଡ଼ିଲା...

ବହୁରୂପୀ ଏଣ୍ଡୁଅକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା ହୋଇଥିଲା। ବାଣୀବିହାରରେ ଡିଲ୍‌ ଚାଲିଥିବା ବେଳେ ଖବର ପାଇ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ୍‌ର ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Chameleon trading racket busted in Bhubaneswar

Chameleon trading racket busted in Bhubaneswar

ଏଣ୍ଡୁଅର ଦାମ୍‌ ଦେଢ଼ ଲକ୍ଷ ଟଙ୍କା। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ବହୁରୂପୀ ଏଣ୍ଡୁଅ ଚାଲାଣ ବେଳେ ରାଜଧାନୀ ଭୁବନେଶ୍ୱରରେ ଏହି ରାକେଟ୍‌ ଠାବ ହୋଇଛି। ବିକ୍ରି ପାଇଁ ବାଣୀବିହାରରେ ଡିଲ୍‌ ଚାଲିଥିବା  ବେଳେ ୨ ଅଭିଯୁକ୍ତଙ୍କୁ ବନ ବିଭାଗ ଟିମ୍‌ ଧରିଛି। ଧରାପଡ଼ିଥିବା ଅଭିଯୁକ୍ତ ଦ୍ୱୟ ହେଲେ- ରଶ୍ମି ରଞ୍ଜନ ଦାସ ଓ କ୍ଷୀରୋଦ ମହାନ୍ତି।

Advertisment

ସୂଚନା ଅନୁସାରେ, ବହୁରୂପୀ ଏଣ୍ଡୁଅକୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଜଗତସିଂହପୁର ଜିଲ୍ଲାର ରଶ୍ମି ରଞ୍ଜନ ଓ କ୍ଷୀରୋଦ ଯୋଜନା କରିଥିଲେ। ସୂଚନାପାଇ ବନ ବିଭାଗ ଟିମ୍‌ ସେମାନଙ୍କୁ ଟ୍ରାକ୍‌ କରିଥିଲା। 

ବାଣୀବିହାରରେ ଡିଲ୍‌ ଚାଲିଥିବା ବେଳେ ଖବର ପାଇ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଞ୍ଜ୍‌ର ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। ଏହାପରେ ରଶ୍ମି ରଞ୍ଜନ ଓ କ୍ଷୀରୋଦ ଧରାପଡ଼ିଥିଲା। 

Advertisment

Chameleon Trading Racket
Advertisment
Advertisment