Advertisment

ଗାଁ ମଝିରେ ବୁଲିଲା ଖଣ୍ଡା, ଯିଏ ଯାହାକୁ ପାଇଲା ତାକୁ ହାଣିଲା...

ଗାଁ ମଝିରେ ଖଣ୍ଡା, ବାଡ଼ି, ଲାଠି ଧରି ଦୁଇ ଗୋଷ୍ଠୀର ଲୋକେ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିଥିଲେ। ସର୍ବସମ୍ମୁଖରେ ଗାଁ ମଝିରେ ଏହି ଆତଙ୍କରାଜ ଚାଲିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Three injured in group clash in Ganjam

Three injured in group clash in Ganjam

ଗାଁ ମଝିରେ ବୁଲିଲା ଖଣ୍ଡା। କମେଣ୍ଟମରାକୁ ନେଇ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଅନ୍ତର୍ଗତ ପିତାତଳି ଗାଁରେ ତୁମୁଳକାଣ୍ଡ ଘଟିଛି। ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷରେ ୨ରୁ ଅଧିକ ଆହତ ହୋଇଛନ୍ତି। ଆହତମାନେ ହେଲେ- ପିତାତଳୀର ପାପାରାଓ, ପି. ବିରା ସ୍ୱାମୀ ଓ ପି ରାଜୁ। ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚିକିଟି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, କମେଣ୍ଟମରାକୁ କେନ୍ଦ୍ର କରି ପିତାତଳି ଗାଁରେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହାପରେ ଗାଁ ମଝିରେ ଖଣ୍ଡା, ବାଡ଼ି, ଲାଠି ଧରି ଦୁଇ ଗୋଷ୍ଠୀର ଲୋକେ ଜଣେ ଅନ୍ୟ ଜଣଙ୍କ ଉପରକୁ ଆକ୍ରମଣ କରିଥିଲେ। ସର୍ବସମ୍ମୁଖରେ ଗାଁ ମଝିରେ ଏହି ଆତଙ୍କରାଜ ଚାଲିଥିଲା। ଏଥିରେ ୨ରୁ ଅଧିକ ଆହତ ହୋଇ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। 

ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ଗାଁରେ ପୋଲିସ ଫୋର୍ସ ମୁତୟନ ହୋଇଛି। ୨ ଗୋଷ୍ଠୀ ୨ଟି ଭିନ୍ନ ଭିନ୍ନ ରାଜନୈତିକ ଦଳର କର୍ମୀ ବୋଲି କୁହାଯାଉଛି। ଖବରପାଇ ଗୋଳନ୍ଥରା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

(ରିପୋର୍ଟ-ଜଗନ୍ନାଥ ସାହୁ, ବ୍ରହ୍ମପୁର)

Group Clash
Advertisment
Advertisment