• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା । କଟକ ବିଡ଼ାନାସୀରେ ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା ଦେଖାଦେଇଛି । CDA ପକ୍ଷରୁ ପେଟାନାଳ ନିକଟରୁ ଜବରଦଖଲ ହଟାଇବା ସମୟରେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଘଟଣାସ୍ଥଳରେ ଖୁବ୍‌ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।  କିଏ ଗୋଡ଼ ତଳେ ପଡ଼ିଯାଉଛି ତ ଆଉ କିଏ ବିହୋସ୍‌ ହୋଇପଡ଼ୁଛି, ପୁଣି କିଏ ହାତ ଯୋଡ଼ି ଘର ନଭାଙ୍ଗିବା ପାଇଁ ଗୁହାରୀ କରୁଛି ।

 

ପେଟାନାଳରେ ୩ ଏକ ଯାଗାରେ ଜବରଦଖଲ ଉଚ୍ଛେଦ କରାଯାଉଥିବା ସିଡିଏ ପକ୍ଷରୁ ସୂଚନା ଦିଆଯାଇଛି  । ଏହି ସ୍ଥାନରେ ଏକ କମର୍ସିଆ କଂପ୍ଲେକ୍ସ ତିଆରି କରାଯିବ ।  ଏନେଇ ସିଡିଏ ନିଷ୍ପତ୍ତି ନେଇଛି ।   ସଂପୃକ୍ତ ଜମି ସରକାରଙ୍କ ହୋଇଥିବା ବେଳେ ଏଠାରେ ଜବରଦଖଲ କରି ବସ୍ତି ଗଢ଼ି ଉଠିଥିବା ସିଡିଏ ପକ୍ଷରୁ କୁହଯାଇଛି । 

ତେବେ ଉଚ୍ଛେଦ ପରେ ସଂପୃକ୍ତ ବସ୍ତିବାସିନ୍ଦାଙ୍କୁ ଥଇଥାନ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ବୋଲି ସିଡିଏ ଅଧିକାରୀ ସୂଚନା ଦେଇଛନ୍ତି   । ଉତ୍ତେଜନା ଦେଖା ଦେବାରୁ ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି । ବସ୍ତି ଉଚ୍ଛେଦ ବେଳେ ପୋଲିସ ଜନତା ମୁହାଁମୁହିଁ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।

‘ଚାଉଳ ଦେଲ, ରାସ୍ତା ଦେଲ, ପାଣି ଦେଲ, ସବୁ ଦେଲ , ହେଲେ ଏବେ ଘର ଭାଙ୍ଗି ଦେଉଛ । ଆମକୁ ବିଷ ଟିକିଏ ଦେଇ ମାରି ଦେଉନି । ପୂର୍ବରୁ ଆମକୁ କିଛି କୁହାଯାଇନି , ଆଜି ଆସି ଆମ ଘର ଭାଙ୍ଗି ପକାଉଛନ୍ତି । ଛୁଆପିଲାକୁ ନେଇ ଆମେ କୁଆଡ଼େ ଯିବୁ । ହଠାତ୍‌ କି ଆସି ଏପରି ଦୁଃଖ ଦେଉଛନ୍ତି । ଆମକୁ କାହିଁକି ଏପରି କଲବଲ କରୁଛନ୍ତି ବୋଲି କହି ଜଣେ ମହିଳା କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି ।

ସେହିପରି ଆଖି ସାମ୍ନାରେ ଘର ଭାଙ୍ଗିବା ପରେ ଜଣେ ବ୍ୟକ୍ତି ହାତ ଯୋଡ଼ି ପ୍ରଶାସନ ଆଗରେ ଗୁହାରୀ କରୁଛନ୍ତି । ସବୁ ଜିନିଷପତ୍ର ଘରେ ଥିବାବେଳେ ଘର ଭାଙ୍ଗି ଦିଆଯାଇଛି । ତାଙ୍କୁ ସାମାନ୍ୟ ସମୟ ମଧ୍ୟ ଦିଆଯାଇ ନାହିଁ ।