• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ -ଡିଏମ୍ଏଫର ପ୍ରକଳ୍ପ କାଯର୍ୟରେ ବ୍ୟାପକ ଦୁର୍ନୀତି । ସୁନ୍ଦରଗଡ଼ ଜିଲ୍ଲାର ଖଣି ଖାଦାନ ଭରା କୋଇଡ଼ା ବ୍ଳକର ୧୫ଟି ପଞ୍ଚାୟତରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ -ଡିଏମ୍ଏଫ ପାଣ୍ଠିରୁ ନିର୍ମାଣ ଚାଲିଛି ୨୦ରୁ ଅଧିକ ପ୍ରକଳ୍ପ । ହେଲେ ଟଙ୍କା ବାଟମାରଣା କରିବା ଏବଂ ଲୋକଙ୍କୁ ଅନ୍ଧାରରେ ରଖିବା ପାଇଁ ଲାଗୁନି ସୂଚନା ଫଳକ ।

କୋଇଡ଼ା ବ୍ଲକ ଅଫିସ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ କାଳି ପଡିଆ । ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଏଠାରେ ନିର୍ମାଣ ଚାଲିଛି ପାର୍କ । କେତେ ଟଙ୍କାର କାମ, କେଉଁ ଠିକାସଂସ୍ଥା କାମ କରୁଛି, ସେସବୁ ତଥ୍ୟ ସୂଚନା ଫଳକରେ ଲଗାଯିବା କଥା, ହେଲେ ସୂଚନା ଫଳକ ହିଁ ନାହିଁ । ସେହିପରି ବ୍ଲକର ଟେନସା ପଞ୍ଚାୟତରେ ନିର୍ମାଣ ହେଉଥିବା ପାର୍କିଂ ନିର୍ମାଣ କାର୍ଯ୍ୟ ମଧ୍ୟ ଡିଏମ୍ଏଫ୍ ପାଣ୍ଠିରୁ ହେଉଛି ଏଠାରେ ମଧ୍ୟ ସମାନ ସ୍ଥିତି ।

ପାର୍କଟି ନିର୍ମାଣାଧୀନ ଥିବା ବେଳେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଫାଟ ଦେଖାଦେଲାଣି । ଏଭଳି ନିମ୍ନମାନର କାମକୁ ନେଇ ଲୋକେ ଖୋଲାଖୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ହେଲେ କେଉଁ ଠିକା ସଂସ୍ଥା କାମ କରୁଛି, ସେ ବାବଦରେ ଫଳକ ଲଗାଯାଇନଥିବାରୁ ଲୋକେ କହିବେ କାହାକୁ?

ଖୋଦ୍ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଡିଏମ୍ଏଫ୍ ଗଭର୍ଣ୍ଣିଂ ବଡିର ସଦସ୍ୟ ଅଛନ୍ତି । ହେଲେ ତାଙ୍କ ପାଖରେ ବି ନାହିଁ ଖବର । ତେବେ ବିନା ଫଳକରେ କୋଟି କୋଟି ଟଙ୍କାର କାମକୁ ସେ ବିରୋଧ କରିଛନ୍ତି । ବ୍ୟୟ ଅଟକଳକୁ ଏପଟ ସେପଟ ପାଇଁ ଡିଏମ୍ଏଫର ଏହି ଚଞ୍ଚକତା ବିରୋଧରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଧାୟକ ।

କୋଇଡ଼ା ବ୍ଲକରେ ଡିଏମ୍ଏଫ୍ ଫଣ୍ଡରୁ ବିଦ୍ୟାଳୟ ରୂପାନ୍ତରୀକରଣ, ପାର୍କ ନିର୍ମାଣ, ପାର୍କିଂ ନିର୍ମାଣ, ହକି ଟର୍ଫ ଭଳି ବିଭିନ୍ନ କାର୍ଯ୍ୟ କରାଯାଉଛି । ହେଲେ ସବୁଠି କାମ କେମିତି ହେଉଥିବ, ଠିକାଦାର-ପ୍ରଶାସନ ସଲାସୁତୁରାରେ କେତେ ଟଙ୍କା ବାଟମାରଣା ହେଉଥିବ, ତାହା ଏହି ପ୍ରକଳ୍ପ ଦେଖିଲେ ବୁଝାପଡୁଛି । ତେବେ ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ପଚାରିବାରୁ କୌଣସି ଉତ୍ତର ରଖିନାହାନ୍ତି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, କାର୍ଯ୍ୟାନୁଷ୍ଠାନ ନିଆଯିବ ।

କୋଇଡ଼ା, ସୁନୀଲ ପଣ୍ଡା