• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ମୁଁ ଶୌଚ ହୋଇ ଘରକୁ ଫେରୁଥିବା ବେଳେ ପୋଲିସ୍‌ ଧରିନେଲେ । ମାଡ଼ି ବସି ଗାଡ଼ି ଭିତରେ ପୂରେଇ ଦେଇଥିଲେ । ଥାନାରେ ପହଞ୍ଚିବା ପରେ ମୋତେ ଲଙ୍ଗଳା କରି ବାଡ଼େଇଲେ । ରାତି ୧୨ଟାରୁ ସକାଳ ୩ ଟା ଯାଏଁ ଅତ୍ୟାଚାର ଚାଲିଥିଲା ।ମୋର ରକ୍ତବାନ୍ତି ହେଲା ପରେ ନେହୁରା ହେଲା ପରେ ବି ମୋତେ ଛାଡ଼ିଲେନି । ’ ପୋଲିସ୍‌ ମାଡ଼ରେ ଗୁରୁତର ହୋଇଥିବା ଯୁବକ ଜଣକ ନିଜ ଦୁଃଖ ବଖାଣିଛନ୍ତି।

ଆଳିର କଳଦିଆ ଗାଁର ଜଣେ ଯୁବକଙ୍କୁ ପୋଲିସର ନିସ୍ତୁକ ମାଡ଼ ଅଭିଯୋଗ ହୋଇଛି । ପାରିବାରିକ କଳହକୁ ନେଇ ଜଣେ ଯୁବକଙ୍କୁ ପୋଲିସ ଥାନାକୁ ଡାକି ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି । କେନ୍ଦ୍ରାପଡ଼ା ଆଳି ଥାନାର ଏସ୍ଆଇଙ୍କ ସମେତ ୫ ପୋଲିସ କର୍ମଚାରୀଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ଯୁବକଙ୍କ ପତ୍ନୀ ।

ସୂଚନା ଅନୁଯାୟୀ କଳଦିଆ ଗାଁର ରବୀନ୍ଦ୍ର ଦାସ ଓ ତାଙ୍କ ପତ୍ନୀ ସୁନୀତା ଦାସଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ଏ ନେଇ ସୁନୀତା ଥାନାରେ ଜଣାଇଥିଲେ । ପରେ ଆଳି ଥାନାର ଜଣେ ଏସ୍ଆଇଙ୍କ ସମେତ ୫ ପୋଲିସ କର୍ମଚାରୀ ଆସି ତାଙ୍କ ସ୍ୱାମୀଙ୍କୁ ଘରୁ ଉଠାଇ ନେଇ ଅମାନୁଷିକ ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ରବୀନ୍ଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଳି ଥାନା ଆଇଆଇସି ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାର ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଆଇଆଇସି।