ସଂକ୍ଷେପରେ ଆଜିର ତାଜା ଖବର - Thursday, 25 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ସ୍ମାର୍ଟସିଟିରେ ଆବର୍ଜନାକୁ ନେଇ ସଙ୍ଗୀନ ସ୍ଥିତି, ୨ ସପ୍ତାହ ହେଲା ଉଠୁନି ଅଳିଆ

ବିଏମ୍‌ସିର ପରିଚାଳନା ତ୍ରୁଟିରୁ ଲୋକେ ଅଣନିଶ୍ୱାସୀ ଅଭିଯୋଗ । ମହାନଗର ନିଗମ କହୁଛି ସମସ୍ୟାର ହୋଇ ସାରିଛି ସମାଧାନ । More

କେଉଁ ନାଁରେ ନାମିତ ହେବ ଭୁବନେଶ୍ୱର AIIMS ? କେନ୍ଦ୍ର ସରକାର ଦେଲେ ୪ ବର୍ଗର ଅପ୍‌ସନ୍‌

ବରପୁତ୍ର-ସ୍ୱାଧୀନତା ସଂଗ୍ରାମୀ-ଐତିହ୍ୟସ୍ଥଳ ଓ ଐତିହାସିକ ଘଟଣାକୁ ଗୁରୁତ୍ୱ । ୪ କ୍ୟାଟାଗୋରିରୁ ନାଁ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ । More

ଇଂଜିନିୟର ଶ୍ୱେତା ସୁଇସାଇଡ୍‌ର ଗୁମର ଖୋଲିବେ ସାଙ୍ଗ ? ସାମ୍ନାକୁ ଆସିଲା ହାତଲେଖା ଡାଏରୀ

ଡିସିପିଙ୍କୁ ଭେଟି ୪ ବନ୍ଧୁଙ୍କ ନାଁ ଦେଲେ ଶ୍ୱେତାଙ୍କ ପରିବାର । ପ୍ରେମିକ ସୌମ୍ୟଜିତ୍ ଶ୍ୱେତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିଥିବା ଉଲ୍ଲେଖ । More

ପାଓ୍ୱାର କରିଡରରେ ଅଜବ ବ୍ୟବସ୍ଥା ! IAS-IPS-IFSଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ସୁରେଶ ମହାପାତ୍ରଙ୍କର ହୋଇଛି ୨ଥର କାର୍ଯ୍ୟକାଳ ବୃଦ୍ଧି । ଦେବୀଦତ୍ତ ବିଶ୍ୱାଳଙ୍କ ପୋଷ୍ଚିଂ ପରେ ପାଓ୍ୱାର କରିଡରରେ ଚର୍ଚ୍ଚା । More

ଜୟଦେବଙ୍କ ସତର୍କବାଣୀ ! ବିଜେଡି-ବିଜେପି ଏକ, କଂଗ୍ରେସ ଏକମାତ୍ର ବିକଳ୍ପ; ୨୦୧୪ ଶେଷ ସୁଯୋଗ

ରାଜ୍ୟ କଂଗ୍ରେସ ପାଇଁ ଶେଷ ସୁଯୋଗ କି ୨୦୨୪ ? ଏକଜୁଟ୍ ନହେଲେ ଭଗବାନ ବି ସାହାଯ୍ୟ କରିବେନି-ଜୟଦେବ ଜେନା । More

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ୍, କାନ୍ଥ ଭୁଶୁଡ଼ି ପରିବାରର ୬ ଜଣଙ୍କ ଜୀବନ ଯାଇଛି; ଦାୟୀ କିଏ ?

ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଞ୍ଚଳ ବୁଲିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ମୟୂରଭଞ୍ଜରେ କଚ୍ଚା ଘର ଭାଙ୍ଗି ୬ ଜଣଙ୍କ ମୃତ୍ୟୁ ହୋଇଛି କହିଲେ ସମୀର ମହାନ୍ତି । More

ପ୍ରଧାନଶିକ୍ଷକଙ୍କ କାରନାମା, ୪ ଛାତ୍ରୀଙ୍କୁ ଦେଉଥିଲେ ଯୌନ ନିର୍ଯାତନା !

ସ୍କୁଲର ପ୍ରଧାନ ଶିକ୍ଷକ ଷଷ୍ଠ ଶ୍ରେଣୀର ୪ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । More

ଶ୍ୱେତା ମୃତ୍ୟୁ ମାମଲାରେ ନୂଆ ଫର୍ଦ୍ଧ ଯୋଡ଼ିଲେ ସାଙ୍ଗ, ଡାଇରୀ କହୁଛି ସେମାନେ ସ୍ୱାମୀ-ସ୍ତ୍ରୀ !

XIMB ଯାଇ ବଦଳି ଯାଇଥିଲେ ସୌମ୍ୟ । ଶ୍ୱେତା-ସୌମ୍ୟ ସମ୍ପର୍କକୁ ନେଇ ଗୁମୁର ଖୋଲିଲେ ବନ୍ଧୁ । ଓଟିଭିକୁ ପ୍ରତିକ୍ରିୟା ଦେଲେ ଶ୍ୱେତାଙ୍କ ବନ୍ଧୁ ପ୍ରୀତୀଶ ନାୟକ । More

'ଆମକୁ ବସ୍‌ରେ ସ୍କୁଲ୍‌ ନିଅ, ନହେଲେ ବସ୍‌ ଗଡ଼ିବନି'

ପାରାଦୀପ ଦୋଛକିରେ ଗର୍ଜନ କରିଛନ୍ତି ଉଦୟବଟ ବସ୍ତିର ବହୁ ଛାତ୍ରଛାତ୍ରୀ। ସେମାନଙ୍କ ସହ ଅଭିଭାବକ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ରାସ୍ତା ଉପରେ ବସିଥିବାରୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। More

ବନ୍ୟାରେ ଧୋଇ ହୋଇଗଲା ଆପ୍ରୋଚ୍‌ ରୋଡ୍‌; ଏବେ କାଠଗଣ୍ତି ହିଁ ଭରସା

ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା ଆପ୍ରୋଚ ରୋଡ । ବିଚ୍ଛିନ୍ନ ହେଲା ଯୋଗାଯୋଗ । ଏବେ କାଠ ଗଣ୍ଡି ପାଲଟିଛି ସାହାଭରସା। More

ରାତିରେ ସ୍ୱାମୀଙ୍କ ସହ ମିଶି ଭୋଜି କଲେ, ସକାଳେ ମିଳିଲା ଝୁଲନ୍ତା ମୃତଦେହ

ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। More

‘୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ,ଏକଜୁଟ୍‌ ନହେଲେ ଭଗବାନ ମଧ୍ୟ ସାହାଯ୍ୟ କରିପାରିବେନି ’

‘୨୦୨୪ ପାଇଁ ଏକଜୁଟ୍‌ ନହେଲେ ଆମକୁ କେହିବି ସାହାଯ୍ୟ କରିପାରିବେନି। ଏପରିକି ଭଗବାନ ମଧ୍ୟ ସାହାଯ୍ୟ କରିପାରିବେନି।’ ରାଜ୍ୟ କଂଗ୍ରେସର ଭବିଷ୍ୟତ ନେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି More

ବୁଡ଼ି ଯାଉଥିଲେ ୩ ଛୁଆ; ୨ ଜଣଙ୍କୁ ଉଦ୍ଧାର କଲେ ବାପା, ହେଲେ ଜଣେ..

୩ ଛୁଆ ବୁଡ଼ିଯିବା ଦେଖି ନଦୀକୁ ଡେଇଁ ପଡ଼ିଥିଲେ ବାପା । ଜୀବନକୁ ବାଜି ଲଗାଇ ପ୍ରଖର ସ୍ରୋତରୁ ୨ ପିଲାଙ୍କୁ ଉଦ୍ଧାର କଲେ । More

ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଢିରୁ ବାହାରିଲା ୧ କୋଟିରୁ ଅଧିକ ଟଙ୍କା

ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଢିରୁ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା ସଂଗ୍ରହ ହୋଇଛି। ଏହାସହ ସୁନା ଓ ରୁପା ମଧ୍ୟ ସଂଗ୍ରହ ହୋଇଛି। More

ଆଦର୍ଶ ସ୍କୁଲର ମଦ୍ୟପ ଗୁରୁ: ପ୍ରଶ୍ନର ଉତ୍ତର ନଦେବାରୁ ଷ୍ଟିଲ୍‌ ପାଇପ୍‌ରେ ଛାତ୍ରଙ୍କୁ ପିଟି ଚାଲିଲେ

ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ନିତ୍ୟାନନ୍ଦ ବାରିକ ନିୟମିତ ମଦ୍ୟପାନ କରି ସ୍କୁଲ୍‌ ଆସି ଛାତ୍ରଛାତ୍ରୀଙ୍କୁ ଅସଦାଚରଣ କରିଥାନ୍ତି। ଗତ ମଙ୍ଗଳବାର ଦିନ ନିଶାଶକ୍ତ ଅବସ୍ଥାରେ ନିତ୍ୟାନନ୍ଦ ୬ଷ୍ଠ ଶ୍ରେଣୀର ପିଲାଙ୍କୁ ପଢ଼ାଉଥିବା ବେଳେ ଜଣେ ଛାତ୍ର ଅଧ୍ୟକ୍ଷଙ୍କ ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ। More

କଲେଜ ପରେ ଏବେ ସ୍କୁଲ୍‌ରେ ରାଗିଂ, ଅଶ୍ଲୀଳ ଭିଡିଓ ନଦେଖିବାରୁ ମାଡ଼ ସହ ପିଆଇଲେ ପରିଶ୍ରା !

ନବରଙ୍ଗପୁର ଉମରକୋଟର ଗୁରୁକୃପା ଆବାସିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ରାଗିଂ ଅଭିଯୋଗ । ୫ ସହପାଠୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଷ୍ଟମ ଶ୍ରେଣୀ ଛାତ୍ର । More

ବିଶ୍ୱାସରେ ବିଷ ମିଶାଇଲେ ସ୍ୱାମୀ ନଣନ୍ଦ; ରକ୍ତ ପରୀକ୍ଷା ନାଁରେ ବିକି ଦେଲେ କିଡନୀ

ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲେ, ଯାହା ହାତ ଧରି ବାଟ ଚାଲିବାକୁ ଆଶା ରଖିଥିଲେ ସିଏ ହିଁ ବାଟ ମଝିରେ ଧୋକା ଦେଲେ। ବିବାହର ୧୨ ବର୍ଷ ପରେ ପତ୍ନୀର ବିଶ୍ୱାସରେ ବିଷ ମିଶାଇଲା ସ୍ୱାମୀ । More

ପୁଣି ଗଲା ହାତୀଙ୍କ ଜୀବନ: ବିଦ୍ୟୁତ୍‌ ତାର ଲାଗି ୨ ହାତୀ ମୃତ

କୃଷି ବିଜ୍ଞାନ କେନ୍ଦ୍ର ପରିସରକୁ ହାତୀ ଦୁଇଟି ପଶି ଆସିଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ୨ ହାତୀଙ୍କ ମୃତ୍ୟୁ ଘଟିଥିଲା।  More

ଆଜିଠୁ କମିବ ବର୍ଷା ! ୨୪ ଦିନରେ ୪୪୪.୫ ମି.ମି. ବର୍ଷା ରେକର୍ଡ

ଅଗଷ୍ଟ ମାସର ପ୍ରଥମ ୨୪ ଦିନରେ ରାଜ୍ୟରେ ଏଯାବତ୍‌ ୪୪୪.୫ ମି.ମି. ବର୍ଷା ରେକର୍ଡ କରାଯାଇଛି। ୨୦୨୨ ମସିହା ଜୁନରୁ ୨୦୨୨ ମସିହା  ଅଗଷ୍ଟ ୨୪ ମଧ୍ୟରେ ରାଜ୍ୟରେ ୯୫୨.୬ ମି.ମି. ବର୍ଷା ରେକର୍ଡ ହୋଇଛି।  More

ପଦ୍ମଶ୍ରୀ କମଳା ପୁଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, SCBକୁ ସ୍ଥାନାନ୍ତର

କମଳା ପୁଜାରୀଙ୍କ କିଡ୍‌ନୀ ଜନିତ ରୋଗ ସମସ୍ୟା ଗୁରୁତର ହେବାରୁ ତାଙ୍କୁ ଜୟପୁରରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କଟକ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।  More

ବନ୍ୟା ବିପନ୍ନଙ୍କୁ ଓଟିଭି କେୟାର୍ସ ପକ୍ଷରୁ ରିଲିଫ୍‌ ବଣ୍ଟନ

୩ ଶହରୁ ଅଧିକ ବିପନ୍ନ ପରିବାରକୁ ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି । More

ବାପା ଯେମିତି ଝିଅ ସେମିତି, କେହି କାହାଠୁ କମ୍‌ ନୁହେଁ ! ଗୋଟିଏ ଟୁର୍ଣ୍ଣାମେଣ୍ଟରେ ଜିତିଲେ ସ୍ୱର୍ଣ୍ଣ ପଦକ

ଗୋଟିଏ ଟୁର୍ଣ୍ଣାମେଣ୍ଟରେ ବାପ-ଝିଅଙ୍କୁ ଗୋଲ୍ଡ ମେଡାଲ । ଷ୍ଟେଟ୍ ପାଓ୍ୱାରଲିଫ୍ଟିଂ ଚାମ୍ପିୟନସିପରେ ଉଭୟ ଜିତିଲେ ସ୍ବର୍ଣ୍ଣ ଚର୍ଚ୍ଚାରେ ଜୟପୁରର ବାପା-ଝିଅ ଯୋଡ଼ି, ଛୁଟୁଚ୍ଛି ଶୁଭେଚ୍ଛାର ସୁଅ । More

ଛିଣ୍ଡୁନି ଷ୍ଟାର କଳି ! ୫ କୋଟିର ମାନହାନି ମକଦ୍ଦମା, ୟୁଟ୍ୟୁବ୍‌ରୁ ଭିଡିଓ ଡିଲିଟ୍ ପାଇଁ ପ୍ରକୃତିଙ୍କ ଆବେଦନ

ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଦାୟର କରିଛନ୍ତି ୫ କୋଟିର ମାନହାନି ମୋକଦ୍ଦମା । More

ପୁଣି ୬ ମାସ ବଢ଼ିଲା ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ; ଅତ୍ୟଧିକ ଆନୁଗତ୍ୟ ନା ଦକ୍ଷତା, ଉଠିଲା ପ୍ରଶ୍ନ

ପୂର୍ବତନ ପ୍ରଶାସକ କହିଲେ ବ୍ୟୁରୋକ୍ରାସି ଉପରେ ଖରାପ ପ୍ରଭାବ । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ପୁଣି ୬ ମାସ ପାଇଁ ବୃଦ୍ଧି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ରର ଅନୁମୋଦନ । More

ସପ୍ତାହେ ପରେ ବି ରହସ୍ୟରେ ଶ୍ୱେତା ମୃତ୍ୟୁ ଘଟଣା, ବଏଫ୍ରେଣ୍ଡଙ୍କ ନିରବତା ଓ ପୋଲିସ୍ ତଦନ୍ତକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର ଡିସିପି କହିଲେ ସୌମ୍ୟଜିତଙ୍କୁ ହୋଇଛି ପଚରାଉଚରା । ଶ୍ୱାସରୁଦ୍ଧରୁ ଶ୍ୱେତାଙ୍କ ମୃତ୍ୟୁ ନେଇ ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ । More