• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାୟଗଡ଼ା ନାଗାବଳୀ ନଦୀର ଝୁଲାପୋଲ ନିକଟରେ ଘଟିଲା ଅଘଟଣ । ବୁଡ଼ି ଯାଉଥିବା ୩ ଛୁଆଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କଲେ ବାପା । ୨ଟି ଛୁଆଙ୍କୁ ଉଦ୍ଧାର କରିଥିଲେ ବି ଆଉ ଏକ ଛୁଆ ଭାସିଯିବା ସୂଚନା ମିଳିଛି । 

ସୂଚନା ମୁତାବକ ଗାଧୋଇଲା ବେଳେ ୩ ଛୁଆ ବୁଡ଼ିଯିବା ଦେଖି ନଦୀକୁ ଡେଇଁ ପଡ଼ିଥିଲେ ବାପା । ଜୀବନକୁ ବାଜି ଲଗାଇ ପ୍ରଖର ସ୍ରୋତରୁ ୨ ପିଲାଙ୍କୁ ଉଦ୍ଧାର ମଧ୍ୟ କରିଥିଲେ । ମାତ୍ର ଆଉ ଜଣଙ୍କୁ ଉଦ୍ଧାର ପାଇଁ ଯାଇ ନିଜେ ସ୍ରୋତରେ ଫସି ଯାଇଥିଲେ । 

ଦୀର୍ଘ ସମୟ ନଦୀ ମଝିରେ ଫସିବା ପରେ ତାଙ୍କୁ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛି । ବାପାଙ୍କୁ ଉଦ୍ଧାର କରାଯାଇଥିଲେ ବି ଭାସିଯାଇଥିବା ଜଣେ ପିଲାର ପତ୍ତା ଏଯାଏଁ ମିଳୁନି ।