Advertisment

ବିଶ୍ୱାସରେ ବିଷ ମିଶାଇଲେ ସ୍ୱାମୀ, ନଣନ୍ଦ; ରକ୍ତ ପରୀକ୍ଷା ନାଁରେ ବିକି ଦେଲେ କିଡନୀ

ଯାହାକୁ ଜୀବନଠୁ ଅଧିକ ଭଲ ପାଉଥିଲେ, ଯାହା ହାତ ଧରି ବାଟ ଚାଲିବାକୁ ଆଶା ରଖିଥିଲେ ସିଏ ହିଁ ବାଟ ମଝିରେ ଧୋକା ଦେଲେ। ବିବାହର ୧୨ ବର୍ଷ ପରେ ପତ୍ନୀର ବିଶ୍ୱାସରେ ବିଷ ମିଶାଇଲା ସ୍ୱାମୀ ।

author-image
Manoranjan Behera
ଅଦ୍ୟତନ ହୋଇଛି
Husband Sold Wife Kidney

Husband Sold Wife Kidney

ସ୍ୱାମୀ ବିକିଦେଲା ସ୍ତ୍ରୀର କିଡନୀ । ମାଲକାନଗିରି କୋତୋମେଟାରୁ ଆସିଛି ଏଭଳି ସଂଗୀନ ଅଭିଯୋଗ । ଗାଁର ପ୍ରଶାନ୍ତ କୁଣ୍ଡୁ ପତ୍ନୀ ରଂଜିତାଙ୍କ କିଡନୀ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ମାଲକାନଗିରି ଟାଉନ ଥାନାରେ ଏତଲା ଦେଇଛନ୍ତି ।

Advertisment

ଗତ ୨୦୧୮ ମସିହାରେ ରଞ୍ଜିତାଙ୍କର କିଡନୀ ଷ୍ଟୋନ ହୋଇଥିଲା। ଚିକିତ୍ସା ନିମନ୍ତେ ନଣନ୍ଦ ଓ ସ୍ୱାମୀ ରଞ୍ଜିତାଙ୍କୁ ଭୁବନେଶ୍ୱର ଆଣିଥିଲେ। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ରକ୍ତ ପରୀକ୍ଷା ସମେତ ଅନ୍ୟାନ୍ୟ ପରୀକ୍ଷା ହେବ କହି ଆଡମିଟ ମଧ୍ୟ କରାଇଥିଲେ । ମାତ୍ର ସେଠାରେ ବିଭିନ୍ନ ପରୀକ୍ଷା ବାହାନାରେ ତାଙ୍କ କିଡନୀ ବାହାର କରାଯାଇଥିବା ରଞ୍ଜିତା ଜାଣିପାରିଥିଲେ । 

ରଞ୍ଜିତାଙ୍କ ବିନା ଅନୁମତିରେ ତାଙ୍କ କିଡନୀକୁ ପ୍ରଶାନ୍ତ MV38 ଗାଁର ଜଣେ ଶିକ୍ଷକଙ୍କୁ ବିକ୍ରୀ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ସେ ବାବଦରେ ମିଳିଥିବା ଟଙ୍କାକୁ ଉଭୟ ସ୍ୱାମୀ, ନଣନ୍ଦ ଖର୍ଚ୍ଚ କରିଦେଇଥିବା ସେ ଅଭିଯୋଗ କରିଛନ୍ତି ।  ଏବେ ଗୋଟିଏ କିଡନୀ ଯୋଗୁ ସବୁବେଳେ ଅସୁସ୍ଥ ରହୁଛନ୍ତି ରଞ୍ଜିତା । ତେଣୁ ୨ ଛୁଆଙ୍କ ମୁହଁରେ କିପରି ଆହାର ଦେବେ ସେହି ଚିନ୍ତା ତାଙ୍କୁ ଘାରିଛି ।

Advertisment

କିଡ଼ନୀ ବାହାର କରିଦେବା ପରେ ରଞ୍ଜିତାଙ୍କୁ ନେଇ ନିଜ ଘରକୁ ଫେରି ଯାଇଥିଲେ ପ୍ରଶାନ୍ତ । ରଞ୍ଜିତା ସବୁ ଜାଣି ବି ପିଲାଙ୍କ ମୁହଁକୁ ଅନାଇ ଚୁପ୍‌ ରହୁଥିଲେ । ଗୋଟିଏ କିଡନୀ ନ ଥିବାରୁ ସେ ସବୁବେଳେ ଅସୁସ୍ଥତାଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ । ପ୍ରାୟ ବର୍ଷେ ତଳେ ପ୍ରଶାନ୍ତ ଅନ୍ୟତ୍ର ବିବାହ କରିଥିବା ବେଳେ ରଞ୍ଜିତା ଓ ତାଙ୍କ ୨ ପିଲାଙ୍କୁ ବାପ ଘରେ ଛାଡ଼ି ଦେଇଛନ୍ତି ।

ଏବେ ରଞ୍ଜିତା ବାପଘରେ ରହୁଥିବା ବେଳେ ସବୁବେଳେ ଅସୁସ୍ଥତା ହେତୁ କିଛି କାମ କରିପାରୁନାହାନ୍ତି । ତାଙ୍କର ଏପରି ଅବସ୍ଥା କରିଥିବା ସ୍ୱାମୀ ଓ ନଣନ୍ଦଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ନିମନ୍ତେ ରଞ୍ଜିତା ବୁଧବାର ଥାନାର ଦ୍ୱାରସ୍ଥ ହୋଇଛନ୍ତି।

(ରିପୋର୍ଟ- ଜିତେନ୍ଦ୍ର ବେଉରା, ମାଲକାନଗିରି)

Crime Husband Sold Wife Kidney
Advertisment
Advertisment