/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661427605.jpg)
Stop School Bus
ପାରାଦୀପ ଦୋଛକିରେ ସ୍କୁଲ ବସ ଅଟକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଉଦୟବଟ ବସ୍ତିର ଛାତ୍ରଛାତ୍ରୀ ଓ ଅଭିଭାବକ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ବନ୍ଦୋବସ୍ତ କରାଯାଇଥିବା ସ୍କୁଲ ବସରେ ଉଭୟ ଧନୀ ଓ ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବାର ସୁବିଧା ଦେବାକୁ ଦାବି କରିଛନ୍ତି ।
ତେବେ ଏହି ବସ୍ ନିର୍ଦ୍ଦିଷ୍ଟ କିଛି ପିଲାଙ୍କୁ ସ୍କୁଲ୍ ନେଉଥିବା ବେଳେ ଅନେକ ସେଥିରୁ ବଞ୍ଚିତ ହେଉଥିବାର ଅଭିଯୋଗ ହୋଇଛି । ଦୁଇ ମାସ ହେବ ସ୍କୁଲ ଯିବାରେ ଅସୁବିଧା ହେବାରୁ ଶେଷରେ ଛାତ୍ରଛାତ୍ରୀ ସ୍କୁଲ ବସ ଅଟକାଇଛନ୍ତି । ବସ ଫିସ୍ ଦେଲେ ବି ଛାତ୍ରଛାତ୍ରୀଙ୍କୁ ବସରେ ନିଆନଯିବାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ସେପଟେ ଏନେଇ ବନ୍ଦର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।
‘୨ ମାସ ହେଲା ସ୍କୁଲ ଯିବାକୁ ଆମେ ନାକେଦମ ହେଉଛୁ। ବସ୍ ଯାଉଥିଲେ ବି ଆମକୁ ଯିବାକୁ ସୁଯୋଗ ଦିଆଯାଉନି। ଫଳରେ ସ୍କୁଲ ଯାଇପାରୁ ନଥିବାରୁ ଆମ ପାଠପଢ଼ା ବିପର୍ଯ୍ୟସ୍ତ ହେଲାଣି। ତେଣୁ ଯଦି ଆମେ ବସ୍ରେ ସ୍କୁଲ ଯାଇପାରିବୁନି, ତେବେ ଏଠାରୁ ବସ୍ ଗଡ଼ିବନି, ତାହା ସମସ୍ତଙ୍କ ପାଇଁ ବନ୍ଦ ହେବ।’ ଏପରି କହି ଜଗତସିଂହପୁର ଜିଲ୍ଲା ପାରାଦୀପ ଦୋଛକିରେ ଗର୍ଜନ କରିଛନ୍ତି ଉଦୟବଟ ବସ୍ତିର ବହୁ ଛାତ୍ରଛାତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)