• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍ମାର୍ଟ ସିଟିର ସ୍ଥିତି ସଙ୍ଗୀନ୍ । ସହରର ଯୁଆଡ଼େ ଚାହିଁବ କୁଢ କୁଢ ଗଦା ଗଦା ଆବର୍ଜନା । ଗଳି ହେଉ କି ମେନ୍ ରୋଡ୍ ସବୁଠି ପଡିରହିଛି ଅଳିଆ । ପ୍ରାୟ ୨ ସପ୍ତାହ ହେଲା ସହରରୁ ନିୟମିତ ଉଠୁନି ଅଳିଆ । ବିଏମସିର୍ ପରିଚାଳନା ଗତ ତ୍ରୁଟି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ହେଲେ ବିଏମ୍‌ସି କହୁଛି ସମସ୍ୟା ନାହିଁ ସମାଧାନ ସରିଛି । ଗ୍ରାଉଣ୍ଡର ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ । 

ସେପଟେ ମେୟରଙ୍କ ଗତକାଲି କହିଥିଲେ ଗୋଟିଏ କଥା । ଆଉ ଆଜି କହୁଛନ୍ତି ଭିନ୍ନ କଥା । ରାଜଧାନୀର ଛାତି ଉପରେ ପଡି ରହିଛି କୁଢ କୁଢ ଅଳିଆ । ନିକୋ ପାର୍କ ଛକ, ବାୟା ବାବା ମଠ, ପଟିଆ, ଇନ୍‌ଫୋସିଟି ଛକ, ଶୈଳଶ୍ରୀ ବିହାର, ଡମଣାରେ ଯେଉଁଭଳି ଭାବେ ଅଳିଆ ପଡ଼ିଛି, ତାହା ଦେଖିଲେ ଆପଣଙ୍କୁ ବ୍ୟଥିତ କରିବ । କେବଳ ଏତିକିରେ ସୀମିତ ନୁହଁ । ସ୍ମାର୍ଟ ସିଟିର ବିଭିନ୍ନ ଛକ, ବଜାର ଓ କଲୋନୀ ଭିତରେ ମଧ୍ୟ ଏଭଳି ସ୍ଥିତି । ଅସ୍ୱସ୍ତିକର ପରିବେଶ ଏବଂ ଦୁର୍ଗନ୍ଧ ଭିତରେ ଅତିଷ୍ଠ ହୋଇଗଲେଣି ଲୋକେ । ଅଭିଯୋଗ ହେଲେ କେଉଁଠି ସଫା ହେଉଛି ତ ଆଉ କେଉଠି ଦିନ ଦିନ ଧରି ପଡି ରହୁଛି ଆବର୍ଜନା । 

ସୈନିକ୍ ସ୍କୁଲ୍ ସ୍ଥିତ ଟିଟିଏସ୍ ବା ଅଳିଆ ପକାଯାଉଥିବା ସ୍ଥାନରେ ଘଣ୍ଟା ଘଣ୍ଟା ଧରି ଟ୍ରକ ଲାଇନ ଲଗାଇ ଛିଡା ହେଉଛନ୍ତି, ଆଉ ପିଠିରେ ଅଳିଆ ଲଦିଛନ୍ତି । କିଏ ଚାରି ଘଣ୍ଟା ତ ଆଉ କିଏ ସକାଳୁ ଅପେକ୍ଷା କରି ରହିଛି ଅଳିଆ ଅନଲୋଡ୍ କରିବାକୁ । ଲୋକଙ୍କ କହିବା କଥା ଦୀର୍ଘ ଦିନରୁ ପଡି ରହିଥିବା ଅଳିଆ ପାଇଁ ଆଉ ଏଠି ଜାଗା ନାହିଁ । ଏଭଳି ଅବସ୍ଥା ଲାଗି ରହିଲେ ଆଗକୁ କଣ ହେବ ତାହା ଭାବିବା ମୁସ୍କିଲ୍ ।

ତେବେ କାହିକି ରାଜଧାନୀର ଏପରି ସ୍ଥିତି ? ସ୍ୱଚ୍ଛ ଓ ସୁନ୍ଦର ଭୁବନେଶ୍ୱରର ଏଭଳି ଅବସ୍ଥା ପାଇ କିଏ ଦାୟୀ ? ଏହାର ପ୍ରମୁଖ କାରଣ ଦାରୁଠେଙ୍ଗସ୍ଥିତ ଭୁଆଶୁଣୀ ଡମ୍ପ ୟାର୍ଡକୁ ଅଳିଆ ନଯିବା । ବ୍ୟବସ୍ଥା ଅନୁସାରେ ଆବର୍ଜନା ପ୍ରଥମେ କଲୋନୀରୁ ନିକଟସ୍ଥ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ପରେ ଟିଟିଏସ୍ ଏବଂ ଶେଷରେ ଡମ୍ପ୍ ୟାର୍ଡ ଯିବା କଥା । ତେବେ ଦାରୁଠେଙ୍ଗ ସ୍ଥିତ ଡମ୍ପିଂୟାର୍ଡ ଏବେ ବନ୍ଦ କରିଛନ୍ତି ଗ୍ରାମବାସୀ । ଦୁଇ ସପ୍ତାହ ତଳେ ଅଳିଆ ଗାଡି ଧକ୍କାରେ ଜଣେ ସ୍ଥାନୀୟ ଯୁବକଙ୍କ ମତ୍ୟୁ ଘଟଣାରେ ଡମ୍ପୟାର୍ଡକୁ ଗାଡି ଚଳାଚଳ ବନ୍ଦ କରିଛନ୍ତି ଗ୍ରାମବାସୀ । ଏହା ବ୍ୟତିତ ଦୀର୍ଘ ଦିନର ଦାବି ପୁରଣ ହୋଇନଥିବାରୁ ଗାଡି ଛାଡୁନାହାନ୍ତି ଗ୍ରାମବାସୀ । ସେପଟେ ମେୟରଙ୍କ କହିବା କଥା ଦାରୁଠେଙ୍ଗ ବାସିନ୍ଦାଙ୍କ ସହ ଆଲୋଚନା ହୋଇଛି ଖୁବ୍ ଶୀଘ୍ର ଏହାର ସମାଧାନ ହେବ ।