Advertisment

ଛିଣ୍ଡୁନି ଷ୍ଟାର କଳି ! ୫ କୋଟିର ମାନହାନି ମକଦ୍ଦମା, ୟୁଟ୍ୟୁବ୍‌ରୁ ଭିଡିଓ ଡିଲିଟ୍ ପାଇଁ ପ୍ରକୃତିଙ୍କ ଆବେଦନ

ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଦାୟର କରିଛନ୍ତି ୫ କୋଟିର ମାନହାନି ମୋକଦ୍ଦମା ।

author-image
Satyendu Shekher Mishra
Babushan Mohanty

Babushan Mohanty

କାଲି ଯାଇଥିଲେ ହାଇକୋର୍ଟ । ଆଜି ଗଲେ ଭୁବନେଶ୍ୱର କୋର୍ଟ । କାଲି ପୋଲିସ ବିରୋଧରେ ଦାୟର କରିଥିଲେ ପିଟିସନ୍, ଆଜି ତୃପ୍ତି ଓ ତାଙ୍କ ବାପାଙ୍କ ବିରୋଧରେ ମାନହାନି କେସ୍ । ଷ୍ଟାରଙ୍କ ଘରୋଇ କଳିକୁ ନେଇ ବିଚ୍ ରାସ୍ତାରେ ଆକ୍ରମଣର ଶିକାର ଅଭିନେତ୍ରୀ ପ୍ରକୃତି ମିଶ୍ର ଏବେ ନଛଡ଼ୋବନ୍ଧା । ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଦାୟର କରିଛନ୍ତି ୫ କୋଟିର ମାନହାନି ମୋକଦ୍ଦମା ।

Advertisment

କେବଳ ଏତିକି ନୁହେଁ, ପ୍ରକୃତିଙ୍କ ସମ୍ମାନହାନୀ ହେଲା ଭଳି ଭିଡିଓ ସବୁ ୟୁଟ୍ୟୁବ୍‌ରେ ଅପଲୋଡ୍ ହୋଇଥିବା ଦର୍ଶାଇ ୟୁଟ୍ୟୁବ୍‌କୁ ବି ପକ୍ଷଭୁକ୍ତ କରାଯାଇଛି । ୟୁଟ୍ୟୁବ୍‌ରୁ ସେସବୁ ଭିଜୁଆଲ୍ ଡିଲିଟ କରିବାକୁ କୋର୍ଟରେ ଆବେଦନ କରିଛନ୍ତି ପ୍ରକୃତି । ତେବେ ତୃପ୍ତି କିମ୍ବା ତାଙ୍କ ବାପା ଲଳିତ ଶତପଥୀ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

୨୩ ଜୁଲାଇ, ୨୦୨୨ । ଭୁବନେଶ୍ୱର ସତ୍ୟନଗର ବିଚ୍ ରାସ୍ତାରେ ପ୍ରକୃତିଙ୍କୁ ଆକ୍ରମଣ କରିଥିଲେ ତୃପ୍ତି । ବାବୁସାନଙ୍କ ସହ ଗାଡ଼ିରେ ବସିଥିବା ଅବସ୍ଥାରେ ତୃପ୍ତି, ପ୍ରକୃତିଙ୍କୁ ଟଣାଓଟରା କରିଥିଲେ । ଯାହାର ଭିଡିଓ ଭାଇରାଲ୍ ହୋଇଥିଲା । ଘଟଣାସ୍ଥଳରେ ବାବୁସାନଙ୍କ ଶ୍ୱଶୁରଙ୍କ ସମେତ ଅନ୍ୟ ୮ ଜଣ ବ୍ୟକ୍ତି ଉପସ୍ଥିତ ଥିବା ଅଭିଯୋଗ ହୋଇଥିଲା । ପ୍ରକୃତିଙ୍କ ମା ଏନେଇ ଖାରବେଳନଗର ଥାନାରେ ଏତଲା ଦେଇଥିଲେ । କିନ୍ତୁ ମାସେ ପରେ ବି ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବା ଦର୍ଶାଇ ଗତକାଲି ହାଇକୋର୍ଟ ଯାଇଥିଲେ ପ୍ରକୃତି ।

Advertisment

ତାଙ୍କ ଓକିଲଙ୍କ କହିବା କଥା, ଆଜି ଯାଏଁ ପୋଲିସ IPCର ଦଫା ୩୫୪ ଅର୍ଥାତ ମହିଳାଙ୍କ ପ୍ରତି ଶାରୀରିକ ଅସଦାଚରଣ, ୩୫୪ (B) କୌଣସି ପୁରୁଷ ଦ୍ୱାରା ମହିଳାଙ୍କୁ ବଳପୂର୍ବକ ଶାରୀରିକ ଦୁର୍ବ୍ୟବହାର, ୩୫୪ (D) ମନ୍ଦ ଉଦ୍ଦେଶ୍ୟରେ ମହିଳାଙ୍କୁ ଅଟକାଇ ଶାରୀରିକ ଭାବେ ହଇରାଣ କରିବା, ୫୦୯ ଗାଳିଗୁଲଜ କରି ମର୍ଯ୍ୟାଦାହାନୀ କରିବା ଏବଂ ସ୍ୱତନ୍ତ୍ର ମହିଳା ବିରୋଧୀ ଆଇନର ଧାରା ୩, ୪ ଓ ୬ ଲଗାଇବା କଥା । କିନ୍ତୁ ପୋଲିସ ତାହା କରିନାହିଁ । ତେବେ ଏବେ ବି ଉଭୟ ପରିବାର ମଧ୍ୟରେ ମାମଲାର ଆପୋଷ ସମାଧାନ ହୋଇପାରିବ ବୋଲି କହିଛନ୍ତି ପ୍ରକୃତିଙ୍କ ଓକିଲ ।

କେବଳ ପ୍ରକୃତି ନୁହଁନ୍ତି, ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ପକ୍ଷରୁ ବି ଘଟଣା ଦିନ ଖାରବେଳନଗର ଥାନାରେ ପାଲଟା ଏତଲା ଦିଆଯାଇଥିଲା । ଉଭୟଙ୍କ ଏତଲା ଆଧାରରେ ପୋଲିସ ଦୁଇପକ୍ଷଙ୍କୁ ପଚରାଉଚରା ବି କରିଥିଲା । ତାପରଠୁ ମାମଲାରେ ସେଭଳି କୌଣସି ଅଗ୍ରଗତି ହୋଇନି । ତୃପ୍ତି ଓ ପ୍ରକୃତିଙ୍କ ପରିବାର ପରସ୍ପର ବିରୋଧରେ ଦାୟର କରିଥିବା ମାମଲା ପ୍ରତ୍ୟାହାର କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏପରିକି ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ବି କହିଥିଲେ ସେମାନେ ମାମଲା ପ୍ରତ୍ୟାହାର କଲେ ଆମେ ବି ପ୍ରତ୍ୟାହାର କରିନେବୁ । କିନ୍ତୁ ଏଯାଏଁ କୌଣସି ପକ୍ଷ ମାମଲା ପ୍ରତ୍ୟାହାର କରିନାହାନ୍ତି ।

Viral Video Prakruti Mishra Babushan Mohanty
Advertisment
Advertisment