ସଂକ୍ଷେପରେ ଆଜିର ତାଜା ଖବର - Monday, 22 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ପ୍ରାୟ ୧୦ଟି ଟ୍ରେନ୍‌ର ଯାତ୍ରା ବିଳମ୍ବିତ ହୋଇଥିବା ସୂଚନା ମିଳିଛି। More

ପଦାକୁ ଆସିଲା ଶ୍ୱେତା-ସୌମ୍ୟଙ୍କ ଝଗଡ଼ାର ଏକ୍ସକ୍ଲୁସିଭ୍ ଅଡ଼ିଓ

ଏପରିକି କଲ୍ ନକରିବାକୁ ବି ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡ଼ିଓରେ। More

ଉପକୂଳରୁ ମହାନଦୀର ତୋଡ଼ ଯାଇନି, ଏଣେ ଉତ୍ତରରେ ସୁବର୍ଣ୍ଣରେଖାର ତାଉ !

ବୁଡ଼େଇଲା ସୁବର୍ଣ୍ଣରେଖା । ମହାନଦୀ ତୋଡ଼ ନଯାଉଣୁ ଉତ୍ତରରେ ସୁବର୍ଣ୍ଣରେଖା ତାଉ । ଉବୁଟୁବୁ ବାଲେଶ୍ୱର ଜିଲ୍ଲାର ୬ଟି ବ୍ଲକ୍‌ର ଶତାଧିକ ଗାଁ । More

ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲା: ଅନ୍ତରଂଗ ଫଟୋ ଭାଇରାଲ ପାଇଁ ବୟଫ୍ରେଣ୍ଡ ଦେଉଥିଲା ଧମକ

ବୟଫ୍ରେଣ୍ଡ ସୌମ୍ୟଜିତ୍ ବିରୋଧରେ ବାପାଙ୍କ ସଂଗୀନ ଅଭିଯୋଗ । ବାହାଘର ପାଇଁ ପୁଅଘର ଲୋକେ ମାଗୁଥିଲେ ୩୦ ଲକ୍ଷ । ଦୋଷୀକୁ କଠୋର ଦଣ୍ଡ ଦିଆଯାଉ ବୋଲି କହିଲେ ଶ୍ୱେତାଙ୍କ ପରିବାର । More

ଜଳବନ୍ଦୀ ଜୀବନ ଭିତରେ ବାସହରା ଶହ ଶହ ପରିବାର, ପାଣି ଶୁଖିଛି ହେଲେ ବିପଦ ଟଳିନି

ବାଙ୍କିରୁ ଆଠଗଡ଼, କୋଣାର୍କରୁ ପାରାଦୀପ । ସବୁ ଅଞ୍ଚଳରେ ଏବେ ବି ମହାନଦୀର ଶାଖାନଦୀ ଗୁଡ଼ିକର ବଢ଼ି ପାଣି କମୁନଥିବାରୁ ବିପନ୍ନଙ୍କ ପିଛା ଛାଡୁନି ଦୁର୍ଦ୍ଦଶା । More

ବ୍ୟାରେଜ୍‌ ତ କଲେନି ଏବେ ମହାନଦୀରେ ଇନ୍‌ଷ୍ଟ୍ରିମ୍‌ ଷ୍ଟୋରେଜ୍‌ ପାଇଁ ସରକାରଙ୍କ ପ୍ଲାନ୍‌

ରାଜ୍ୟରେ ଦୁଇ ଦୁଇଟି ବନ୍ୟା ପାଇଁ ଦାୟୀ କିଏ ? ମହାନଦୀ ବନ୍ୟା ପାଇଁ ଛତିଶଗଡ଼, ସୁବର୍ଣ୍ଣରେଖା ବନ୍ୟା ପାଇଁ ଝାଡ଼ଖଣ୍ଡ ଦାୟୀ କି ? ନା ନିଜ ଦୋଷ ଲୁଚାଇବାକୁ ଅନ୍ୟ ରାଜ୍ୟ ମୁଣ୍ଡରେ ଅଠା ବୋଳୁଛି ଓଡ଼ିଶା ? More

ଆଖିରେ ଆଖିଏ ସ୍ୱପ୍ନ ! ଜଙ୍ଗଲ ଭିତରେ ୧୨ କିଲୋମିଟର ଚାଲିକି ଯାଉଛନ୍ତି ସ୍କୁଲ

ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କିଆଝର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟୁଙ୍ଗେଇଶୁଣୀ ଗାଁ । ଏଠାରୁ ଅନେକ ଛାତ୍ରଛାତ୍ରୀ ଜଙ୍ଗଲ ଘାଟି ରାସ୍ତା ପାର ହୋଇ ୧୨ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ଦୈନିକ ସ୍କୁଲ ଯାଆନ୍ତି । More

‘ନିଶା ମେଡିସିନ୍‌ ଦେଇ ଖରାପ ସମ୍ପର୍କ ରଖିବା ପରେ ଏବେ ବଦନାମ୍ କରୁଛି’

ଆତ୍ମଘୋଷିତ ସାମ୍ବାଦିକ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା । ଚାକିରି କରାଇଦେବା ବାହାନାରେ ଶାରିରୀକ ସମ୍ପର୍କ ରଖୁଥିଲା । More

ଭାଇଙ୍କ ଆକ୍ରମଣରେ ଭାଇ ମୃତ, ଭାଉଜ ଗୁରୁତର : ମାରଣାସ୍ତ୍ର ସହ ଆତ୍ମସମର୍ପଣ କଲା ହତ୍ୟାକାରୀ

ଭାଇକୁ ହତ୍ୟା ପରେ ଟାଙ୍ଗିଆ ସହ ହତ୍ୟାକାରୀ ଭାଇ ଅର୍ଜୁନ ପୂଜାରୀ ଓ ତିନି ପୁତୁରା ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଛନ୍ତି । More

୧୫୦ରୁ ଅଧିକ ମାଓ ସମର୍ଥକ ମିଲିସିଆଙ୍କ ଆତ୍ମସମର୍ପଣ

ଆତ୍ମସମର୍ପଣ କରିବା ସହ ମାଓବାଦୀଙ୍କ ସହିଦ ସ୍ମୃତି ସ୍ତମ୍ଭ ଭାଙ୍ଗିଲେ ଦେଢ଼ ଶହରୁ ଅଧିକ ମିଲିସିଆ । More

ସସପେନ୍ସରେ ଶ୍ୱେତାଙ୍କ ମୃତ୍ୟୁ ? ଡାଏରୀରୁ ମିଳିଲା ସନ୍ଦିଗ୍ଧ ନାଁ, ବୟଫ୍ରେଣ୍ଡ ବ୍ଲାକମେଲ କରୁଥିବା ଅଭିଯୋଗ

ବୟଫ୍ରେଣ୍ଡ ବ୍ଲାକମେଲ କରୁଥିବା କାରଣରୁ ମହିଳା ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । More

ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ

ଖେଳୁଖେଳୁ ପୋଖରୀରେ ବୁଡ଼ିଗଲେ ୨ ଶିଶୁ। ପରିବାର ଲୋକେ ବହୁ ଖୋଜାଖୋଜି କରି ପାଇ ନ ଥିବା ବେଳେ ଶେଷରେ ଭାସୁଥିବା ଅବସ୍ଥାରେ ୨ ମୃତଦେହ ଉଦ୍ଧାର ହୋଇଛି। More

ଗୁଇନ୍ଦାଗିରି କରୁଥିଲା ପାକ୍‌ରୁ ଆସିଥିବା ହିନ୍ଦୁ ଶରଣାର୍ଥୀ : ଦିଲ୍ଲୀରୁ ଗିରଫ

ଦିଲ୍ଲୀର ବହୁ ସମ୍ବେଦନଶୀଳ ସ୍ଥାନ ସମ୍ପର୍କରେ ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିଲା ପାକିସ୍ତାନୀ ଗୁପ୍ତଚର । More

ଭାଲୁ ଆକ୍ରମଣରେ ସ୍ତ୍ରୀ ମୃତ, ବାପା ଝିଅ ଗୁରୁତର

ଭାଲୁ ଆକ୍ରମଣରେ ଚାଲିଗଲା ସ୍ତ୍ରୀର ଜୀବନ । ବାପା ଆଉ ଝିଅ ଗୁରତର ହୋଇଥିବା ସୂଚନା ମିଳିଛି । More

ଏମିତି ମଶାରୀ, ଭିତରେ ପଶିଲେ ମଶାଙ୍କ ଜୀବନ ନେବ..

ମଶାରୀ ଭିତରକୁ ଯଦି ମଶା ପଶିଲେ, ଆଉ ବାହାରି ପାରିବେନି। ସେହି ମଶାରୀ ଭିତରେ ହିଁ ମଶାଙ୍କର ମୃତ୍ୟୁ ହେବ।  More

ସୁବର୍ଣ୍ଣରେଖାରେ ବଡ଼ ବନ୍ୟା: ଏହି ୨ ଜିଲ୍ଲାକୁ ମାଡ଼ି ଆସୁଛି ବିପତ୍ତି

ଏବେ ସୁବର୍ଣ୍ଣରେଖାରେ ବଡ଼ ବନ୍ୟାକୁ ନେଇ ଚିନ୍ତା। ପ୍ରତି ସେକେଣ୍ଡକୁ ଆସୁଥିବା ୬ ଲକ୍ଷ ଘନଫୁଟ୍‌ର ଜଳ ପ୍ରବାହରୁ ୨ ଜିଲ୍ଲାର ୬ଟି ବ୍ଲକ୍‌ରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାର ଆଶଙ୍କା ରହିଛି। More

ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ପ୍ରଦାନ ଦାବିରେ ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରାଯାଉଛି । More

ଆଶ୍ଚର୍ଯ୍ୟ ! ପେଟ ଭିତରୁ ବାହାରିଲା ଷ୍ଟିଲ୍‌ ଗ୍ଲାସ୍

ଅସ୍ତ୍ରୋପଚାର କରାଯାଇ ଜଣେ ଯୁବକଙ୍କ ପେଟ ଭିତରୁ ଏହି ଷ୍ଟିଲ୍‌ ଗ୍ଳାସ୍‌କୁ ବାହାର କରାଯାଇଛି। ୧୦ ଦିନ ପୂର୍ବେ ସେ ନିଜ ସାଙ୍ଗମାନଙ୍କ ସହ ମଦ୍ୟପାନ କରୁଥିବାବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରି ଦେଇଥିଲେ। More

Daily Horoscope 22 August 2022: ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା..

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ସୋମବାର । ତିଥି – ୧୧ ଶୀ ଅହୋରାତ୍ର, ଚନ୍ଦ୍ର   – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ - ନାସ୍ତି More

OTVର ମହାପ୍ରଭାବ: ବନ୍ୟା ବିପନ୍ନ ମହିଳାଙ୍କୁ ମାଗଣାରେ ମିଳିବ ସାନିଟାରୀ ପ୍ୟାଡ୍‌

ବନ୍ୟା ପ୍ରପୀଡ଼ିତ ମହିଳାଙ୍କ ସମସ୍ୟା ନେଇ ଓଟିଭି ଖବର ପ୍ରସାରଣ ହୋଇଥିଲା। ବନ୍ୟା ବିପନ୍ନ କିଶୋରୀ ଓ ମହିଳାଙ୍କ ଋତୁସ୍ରାବ ଜନିତ ସମସ୍ୟାକୁ ଓଟିଭି ଦେଖାଇଥିଲା।  More

ବିଧାୟକଙ୍କ କଥା ବଡ଼ ହେଲେ କାମ..

ୱାର୍ଡରେ ନାନା ସମସ୍ୟା ରହିଛି, ଏସମ୍ପର୍କରେ ବାରମ୍ବାର ଜଣାଇବା ପରେ ବି ସମାଧାନ ହେଉନଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ କାଉନସିଲର ମାନେ । More

କାଲିଠୁ ୩ ଦିନ ଛେଛିବ ! ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୨୪ରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହିସବୁ ଜିଲ୍ଲା ମଧ୍ୟରେ ଗଜପତି, ଗଞ୍ଜାମ, ଢେଙ୍କାନାଳ ଓ ଅନୁଗୁଳ ରହିଛି। More

ଛାତିଏ ପାଣିରେ କୋକେଇ ବୋହି ନଈ ପାର ପରେ ହେଲା ଶବ ସତ୍କାର

ଗୋଟିଏ ପଟେ ବର୍ଷା ଅନ୍ୟପଟେ ନାଳର ପ୍ରଖର ସୁଅ, ତା’ରି ଭିତରେ ବହୁ କଷ୍ଟ ସହି ଶବ ସତ୍କାର କରିବାର ଯନ୍ତ୍ରଣା ଅଙ୍ଗେ ନିଭାଇଛନ୍ତି ପରିବାର ଓ ସମ୍ପର୍କୀୟ। ଆସନ୍ତୁ ଜାଣିବା କେଉଁଠି ଘଟିଛି ଏଭଳି ଦୁର୍ଦ୍ଦଶା। More

ଓଡ଼ିଶାରେ ବିଜେପି-ବିଜେଡିର ବିକଳ୍ପ ହେବ କି ଆପ୍ ? ୨୦୨୪ରେ ସରକାର ଗଢିବାକୁ କରୁଛି ଯୋଜନା

ବିଜେପି କହିଲା ଦୁର୍ନୀତିଗ୍ରସ୍ତ ଦଳକୁ ଗ୍ରହଣ କରିବେନି ରାଜ୍ୟବାସୀ । ତୁଚ୍ଛା ବାହାସ୍ପୋଟ କହିଲେ ବିଜେଡି ଓ କଂଗ୍ରେସ । More

ପୁଣି ଅସୁସ୍ଥ ପଦ୍ମଶ୍ରୀ କମଳା ପୂଜାରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କେବିନ୍‌ରେ ତାଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର । More

ବତୁରା ବହିପତ୍ରରୁ ଭବିଷ୍ୟତ ଖୋଜୁଛନ୍ତି ପିଲା, ଉଜୁଡ଼ା ଘରକୁ ଆସି ସଜାଡୁଛନ୍ତି ବହି

ଆଗକୁ କେମିତି ସ୍ୱାଭାବିକ ହେବ ପାଠପଢ଼ା, ଚିନ୍ତାରେ ଅଭିଭାବକ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହିଲେ, ସ୍ଥିତି ଦେଖି ସ୍କୁଲ ଖୋଲା ନିଷ୍ପତ୍ତି । More

ମହାନଦୀ ବନ୍ୟାକୁ ନେଇ ତେଜିଲା ରାଜନୀତି, ମନୁଷ୍ୟକୃତ କହି ସରକାରଙ୍କ ଉପରେ ବର୍ଷିଲା ବିଜେପି

ଦୁର୍ଗତଙ୍କୁ ରିଲିଫ୍ ମିଳୁନଥିବା କହି କଂଗ୍ରେସ୍ର ଟାର୍ଗେଟ୍ । ବନ୍ୟା ପରିଚାଳନା ନେଇ ବିଭାଗକୁ ରିପୋର୍ଟ ଦେବେ EIC । More