• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ଲିପ୍ତ ପାକିସ୍ତାନ ସୁଧୁରିବାର ନାଁ ଧରୁନି । କେତେବେଳେ ଆତଙ୍କୀଙ୍କୁ ଅନୁପ୍ରବେଶ ଉଦ୍ୟମ ତ ଆଉ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ ପୁଣି କେତେବେଳେ ଡ୍ରୋନ୍‌ ଆକ୍ରମଣ । କଳେବଳେ କୌଶଳେ ପାକ୍‌ ନିଜ ଚାଲ୍‌ ଚଳାଇବାକୁ ଉଦ୍ୟମ କରୁଛି । ନିକଟରେ ପାକିସ୍ତାନ ପାଇଁ କାମ କରୁଥିବା ଜଣେ ଗୁପ୍ତଚରକୁ ବ୍ୟକ୍ତିଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଗୁପ୍ତଚର ଜଣକ ଜଣେ ହିନ୍ଦୁ ଶରଣାର୍ଥୀ । ସେ ପାକିସ୍ତାନରୁ ଆସି ଭାରତୀୟ ନାଗରିକତା ଗ୍ରହଣ କରିଛନ୍ତି । ବର୍ତ୍ତମାନ ସେହି ଶରଣାର୍ଥୀଙ୍କୁ ପାକିସ୍ତାନର ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ କରାଯାଇଛି ।

ତିନି ବର୍ଷ ପୂର୍ବେ ଭାରତୀୟ ନାଗରିକତା ନେଇଥିଲା ଗୁପ୍ତଚର

୪୬ ବର୍ଷିୟ ଭାଗଚାନ୍ଦଙ୍କୁ ଦିଲ୍ଲୀରୁ ଗିରଫ କରିଛି ରାଜସ୍ଥାନ ଇଣ୍ଟେଲିଜେନ୍ସ । ଅଭିଯୁକ୍ତ ତିନି ବର୍ଷ ପୂର୍ବେ ଭାରତୀୟ ନାଗରିକତ୍ୱ ନେଇଥିଲା ଏବଂ ଦିଲ୍ଲୀରେ ରହି ଟ୍ୟାକ୍ସି ଚଳାଉଥିଲା । ଅଭିଯୁକ୍ତ ପାକିସ୍ତାନୀଙ୍କ ସହ ଯୋଗାଯୋଗରେ ଥିଲା ବୋଲି ଭାରତୀୟ ଇଣ୍ଟେଲିଜେନ୍ସ ଗୁପ୍ତଚର ସୂଚନା ମିଳିଥିଲା । ସେ ଦିଲ୍ଲୀର ବହୁ ସମ୍ବେଦନଶୀଳ ସ୍ଥାନ ସମ୍ପର୍କରେ ପାକିସ୍ତାନକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିଲା ।

ପୋଲିସ୍‌ ସୂଚନା ଅନୁସାରେ, ଅଗଷ୍ଟ ୧୪ରେ ନାରାୟଣ ଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ଭିଲୱାରା ଠାରୁ ଗିରଫ କରାଯାଇଥିଲା । ତା’ ମୋବାଇଲରୁ ହିଁ ଭାଗଚାନ୍ଦ ସମ୍ପର୍କରେ ଜଣାପଡ଼ିଥିଲା । ଏବେ ତାକୁ ଗିରଫ କରାଯାଇ ପଚରାଉଚରା କରୁଛି ପୋଲିସ୍‌ ।