Advertisment

ଭୁବନେଶ୍ୱରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ପ୍ରାୟ ୧୦ଟି ଟ୍ରେନ୍‌ର ଯାତ୍ରା ବିଳମ୍ବିତ ହୋଇଥିବା ସୂଚନା ମିଳିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Train Derail, Bhubaneswar railway station

Train Derail, Bhubaneswar railway station

ଭୁବନେଶ୍ୱର ଷ୍ଟେସନ ୟାର୍ଡରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ଟ୍ରାକରୁ ଖସିଗଲା ମାଲବାହୀର ୫ଟି ବଗି। ଫଳରେ ପ୍ରାୟ ୨ ଘଣ୍ଟା ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାତି ୮ଟା ୩୫ରେ ଏହି ଦୁର୍ଘଟଣା ଘଟିଛି। ଏହି ଟ୍ରେନରେ ସିମେଣ୍ଟ ବୋଝେଇ ହୋଇଥିବା ବେଳେ ଟ୍ରେନକୁ ଚକ୍ରଧରପୁର ଡିଭିଜନରୁ ଭୁବନେଶ୍ୱର ଓ କଟକ ଦେଇ ବିଜୟନଗରମ ଅଭିମୁଖେ ଯାଉଥିଲା। ତେବେ କେଉଁ କାରଣରୁ ବଗି ଗୁଡ଼ିକ ଲାଇନଚ୍ୟୁତ ହେଲା, ତାହା ଜଣାପଡ଼ିିନି। ସେପେଟ ଏହି କାରଣରୁ ରେଳ ଚଳାଚଳ ଆଂଶିକ ବାଧାପ୍ରାପ୍ତ ହୋଇଥିବା ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ପ୍ରାୟ ୧୦ଟି ଟ୍ରେନ୍‌ର ଯାତ୍ରା ବିଳମ୍ବିତ ହୋଇଥିବା ସୂଚନା ମିଳିଛି। ତେବେ ଏଥି ଯୋଗୁଁ ମଞ୍ଚେଶ୍ୱର ଷ୍ଟେସନ୍‌ରେ ରାଜଧାନୀ ଏକ୍ସପ୍ରେସ୍  ଅଟକି ରହିଛି। ହୀରାଖଣ୍ଡ, ଜନ ଶତାଦ୍ଦୀ, ପୁରୀ-ଦୁର୍ଗ, ତପସ୍ବିନୀ ବିଳମ୍ବିତ ହୋଇଛି। ପୁରୀ-ଗାନ୍ଧିଧାମ ଓ ପୁରୀ-ହାଓ୍ବଡା ମଧ୍ୟ ଅଟକି ରହିଛି। 

Bhubaneswar Railway Station Train Derail
Advertisment
Advertisment