• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବୟଫ୍ରେଣ୍ଡର ବ୍ଲାକ୍‌ମେଲିଂ ପାଇଁଁ ଆତ୍ମହତ୍ୟା କରିଛି ଝିଅ । ଭୁବନେଶ୍ୱରରେ ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଆତ୍ମହତ୍ୟା ମାମଲାରେ ଆଜି ଏଭଳି ଅଭିଯୋଗ କରିଛନ୍ତି ଶ୍ୱେତାଙ୍କ ପରିବାର । ସେମାନେ କହିଛନ୍ତି, ଶ୍ୱେତାଙ୍କ ଅନ୍ତରଙ୍ଗ ଫଟୋ ଉଠାଇ ସୌମ୍ୟଜିତ୍ ତାକୁ ଭାଇରାଲ୍ କରିବାର ଧମକ ଦେଉଥିଲେ । ତାଙ୍କ ପରିବାର ମଧ୍ୟ ବାହାଘର ଲାଗି ୩୦ ଲକ୍ଷ ଟଙ୍କା ମାଗୁଥିଲେ । ଯେଉଁଥିପାଇଁ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା । ପରିବାରର ଏଭଳି ଅଭିଯୋଗ ପରେ ଏବେ ପୋଲିସ ସ୍କାନରରେ ବୟଫ୍ରେଣ୍ଡ । 

ଝିଅ ମୃତ୍ୟୁ ପାଇଁ ବୟଫ୍ରେଣ୍ଡ ହିଁ ଦାୟୀ । ଶାରୀରିକ, ମାନସିକ ଓ ଆର୍ଥିକ ଶୋଷଣ ପରେ ତାକୁ ମରିବା ପାଇଁ ବାଧ୍ୟ କରିଛି ବୟଫ୍ରେଣ୍ଡ ସୌମ୍ୟମଜିତ । ରାଜଧାନୀର ବହୁ ଚର୍ଚ୍ଚିତ ସଫ୍ଟଓ୍ୱୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀ ମୃତ୍ୟୁ ମାମଲାରେ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ଶ୍ୱେତାଙ୍କ ପରିବାର ଲୋକେ । ଆଜି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୁକ୍ତ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି ଶ୍ୱେତାଙ୍କ ବାପା । ଏତଲାରେ ଦର୍ଶାଇଛନ୍ତି ଯେ ଗଲା କିଛି ଦିନ ଧରି ଶ୍ୱେତାଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରି ଆସୁଥିଲା ସୌମ୍ୟଜିତ । ଏପରିକି ପୂର୍ବରୁ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇଥିବା ସୌମ୍ୟଜିତ୍ ପରେ ତାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଭାଇରାଲ କରିବାର ଧମକ ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା । ଆଉ ଶେଷରେ ଅନ୍ୟ ଝିଅ ସହ ସମ୍ପର୍କ ରଖି ଶ୍ୱେତାଙ୍କୁ ନିର୍ଯାତନା ଦେବାରୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛି ।

ଶ୍ୱେତାଙ୍କ ମୃତ୍ୟୁର ୩ ଦିନ ପରେ ତାଙ୍କ ପରିବାର ଲୋକଙ୍କ ଏ ସଙ୍ଗୀନ୍ ଅଭିଯୋଗ ମାମାଲକୁ ଦେଇଛି ନୂଆମୋଡ଼ । ପୋଲିସର ତଦନ୍ତ ପରିସରକୁ  ଆସିଛନ୍ତି ଅଭିଯୁକ୍ତ ବ୍ୟୟଫ୍ରେଣ୍ଡ୍ ସୌମ୍ୟଜିତ ମହାପାତ୍ର । ସେପଟେ ଚନ୍ଦ୍ରଶେଖରପୁର ପୋଲିସ ସ୍ୱେ ତାଙ୍କ ରୁମରୁ ତାଙ୍କ ଡାଏରୀ ଓ ଫୋନ ଜବତ କରିଥିବାରୁ ଏଥିରୁ ଅଭିଯୋଗର ସତ୍ୟତା ମିଳିବା ନେଇ ଅନୁମାନ କରାଯାଉଛି । ସ୍ୱେତାଙ୍କ ଫୋନ୍ କଲ ଓ ମେସେଜ୍ ବକ୍ସ ସର୍ଚ୍ଚ କଲେ ସୌମ୍ୟଜିତଙ୍କ ବ୍ଲାକ୍ ମେଲ ସମ୍ପର୍କରେ ସବୁ ତଥ୍ୟ ଜଣାପଡ଼ିବ ବୋଲି ଦାବି କରିଛନ୍ତି ଶ୍ୱେତାଙ୍କ ଭାଇ ।

ତେବେ ଶ୍ୱେତା ମୃତ୍ୟୁ ମାମଲାରେ ସନ୍ଦେହ ଘେରକୁ ଆସିଥିବା ବୟଫ୍ରେଣ୍ଡ ସୌମ୍ୟଜିତ ଏବେ କେଉଁଠି ? ସେନେଇ କିଛି ସୁରାକ ମିଳିନି । ଶ୍ୱେତା ଓ ସୌମ୍ୟଜିତ ପୂର୍ବରୁ ଏକ ଘରୋଇ ସଫ୍ଟଓ୍ୱୟାର କଂପାନୀରେ ଚାକିରି କରୁଥିବା ବେଳେ ସୌମ୍ୟଜିତ ପରେ ଚାକିରି ଛାଡ଼ି ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନରେ ଏମବିଏ କରୁଛନ୍ତି । ସେପଟେ ସମ୍ବଲପୁରସ୍ଥିତ ଅଇଂଠାପିଲା ବଂଶୀଧର ନଗରରେ ଥିବା ସୌମ୍ୟଜିତଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଆମେ ଯୋଗାଯୋଗ କରିଥିଲୁ । ହେଲେ ପରିବାର ଲୋକେ ଏନେଇ କୌଣସି ପତିକ୍ରିୟା ଦେବାକୁ ମନା କରିଦେଇଥିଲେ ।

ଶ୍ୱେତାଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ଶ୍ୱେତା-ସୌମ୍ୟଜିତ ଚାକିରି କରିବା ସମୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା, ପରେ ବିବାହ ପର୍ଯ୍ୟନ୍ତ କଥା ଯାଇଥିଲା । ହେଲେ ସୌମ୍ୟଙ୍କ ପରିବାର ଲୋକେ ଯୌତୁକ ବାବଦରେ ୩୦ ଲକ୍ଷ ଟଙ୍କା ଦାବି କରିବାରୁ ଏଥିରେ ଅରାଜି ହୋଇଥିଲେ ଶ୍ୱେତାଙ୍କ ବାପା । ପରେ ଉଭୟଙ୍କ ସମ୍ପର୍କରେ ଭଟ୍ଟା ପଡ଼ଥିଲା ।