• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଚାକିରି ଦେବି କହି ମୋ ସହ ଧୋକା ଦେଇଛି । ମୋ ସୁନା ବନ୍ଧକ ରଖି ତାକୁ ଲକ୍ଷେ ଟଙ୍କା ମଧ୍ୟ ଦେଇଛି ।  ନିଶା ମେଡିସିନ୍‌ ଦେଇ ଖରାପ ସମ୍ପର୍କ ରଖିବା ପରେ ଏବେ ବଦନାମ୍ କରୁଛି । ୫ ବର୍ଷ ହେଲା ସମ୍ପର୍କ ରଖିଛି । ହେଲେ ଦୁଇ ବର୍ଷ ହେଲାଣି ପାଖରେ ଫଟୋ ରଖି ଏବେ କିଛି ଦିନ ହେବ ଭାଇରାଲ୍‌ କରୁଛି ।’ ଆତ୍ମଘୋଷିତ ସାମ୍ବାଦିକ ନାଁରେ ସଙ୍ଗୀନ ଅଭିଯୋଗ ଆଣି ବିଚ୍‌ ରାସ୍ତାରେ ଯୁବକଙ୍କୁ ଛେଚିଲେ ମହିଳା ।

କଟକ କ୍ୟାଣ୍ଟନମେଣ୍ଟ ରୋଡ ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖରେ ଏପରି ଅଭାବନୀୟ ଘଟଣା ଘଟିଛି । ମହିଳା ଜଣକ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ତେବେ ମାଡ଼ ଖାଇଥିବା ବ୍ୟକ୍ତି ଜଣକ ମଧ୍ୟ ମହିଳାଙ୍କୁ ଆକ୍ରମଣ କରୁଛନ୍ତି । ଏହାପରେ ମହିଳା ଜଣକ ଚପଲରେ ବାଡେଇଵା ସହ ଗାଳି ଗୁଲଜ କରୁଛନ୍ତି । ସେପଟେ ସଂପୃକ୍ତ ବ୍ୟକ୍ତିଙ୍କ ଜଣେ ମହିଳା ବନ୍ଧୁ ଆସି ମହିଳାଙ୍କୁ ଗାଳି ଗୁଲଜ କରିବା ପରେ ସେ ବି ହାତ ଉଠାଇବାକୁ ପଛାଇ ନାହାନ୍ତି ।

ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ସାମ୍ବାଦିକ ଚାକିରି ଦେବାକୁ କହି ଦୀର୍ଘ ବର୍ଷ ହେବ ଶାରୀରିକ ସମ୍ପର୍କ ରଖି ବ୍ଲାକମେଲ କରୁଥିଲେ ନିଜକୁ ସାମ୍ବାଦିକ କହୁଥିବା ଅକ୍ଷୟ ଦାସ ନାମକ ବ୍ୟକ୍ତି । କେବଳ ସେତିକି ନୁହେଁ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭିଡିଓ ରଖି ବ୍ଲାକମେଲ କରୁଥିବା ଅଭିଯୋଗ କରିଛନ୍ତି କଟକ ପୁରୀଘାଟ ଥାନା ହଜାରିଲେନ ଅଞ୍ଚଳର ମହିଳା । ତାଙ୍କ ଠାରୁ ଲକ୍ଷେ ଟଙ୍କା ମଧ୍ୟ ନେଇଥିବା ଅଭିଯୋଗ କରିଛନ୍ତି ।

ତେବେ ଏ ବାବଦରେ ସେ ପ୍ରଥମେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ ତାଙ୍କ କଥା ନ ଶୁଣି ତାଙ୍କୁ ଗାଳିଗୁଲଜ କରିଥିଲେ । ଏହାପରେ ମହିଳା ଥାନାରେ ଏତଲା ଦେଇଥିଲେ । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଅକ୍ଷୟ ନିଜର ଦୁଇ ବନ୍ଧୁଙ୍କ ସହ ମିଶି ବ୍ଲାକମେଲ କରିବା ନେଇ ଅଭିଯୋଗ କରିଛନ୍ତି । ତେବେ ଆଜି ତାଙ୍କୁ ଦେଖିଵା ପରେ ହାତାହିତି ପରିସ୍ଥିତି ହୋଇଥିଲା। ଅଭିଯୋଗ ଵାଵଦରେ ଅକ୍ଷୟ କହିଛନ୍ତି ଏହା ସମ୍ପୂର୍ଣ୍ଣ ମିଛ ।