/odishatv-khabar/media/post_attachments/uploadimage/library/16_9/16_9_0/School_1661171626.jpg)
School
ମନରେ ଅସୁମାରୀ ଆଶା, ଆଖିରେ ଆଖିଏ ସ୍ୱପ୍ନ, ଦୃଢ଼ ଇଛାଶକ୍ତି ଓ ମନବଳ ଆଗରେ ସବୁ କିଛି ହାର ମାନିଛି । ଆଉ ଏଥିପାଇଁ ବଣଜଙ୍ଗଲ ମଧ୍ୟରେ ଦୀର୍ଘ ୧୨ କିଲୋମିଟର ଯାଇ ପାଠ ପଢୁଛନ୍ତି ଆଦିବାସୀ ଛାତ୍ରଛାତ୍ରୀ । ଅଷ୍ଟମ ଓ ନବମ ଶ୍ରେଣୀରେ ପାଠ ପଢୁଥିବା ଯାଜପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଆଗରେ ହାର ମାନିଛି ସବୁ ବାଧାବିଘ୍ନ ।
ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କିଆଝର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟୁଙ୍ଗେଇଶୁଣୀ ଗାଁ । ଏଠାରୁ ଅନେକ ଛାତ୍ରଛାତ୍ରୀ ଜଙ୍ଗଲ ଘାଟି ରାସ୍ତା ପାର ହୋଇ ୧୨ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ଦୈନିକ ସ୍କୁଲ ଯାଆନ୍ତି । ପାଖରେ ହାଇସ୍କୁଲ ନ ଥିବାରୁ ଟମକା ନିକଟସ୍ଥ ଜନପ୍ରିୟ ହାଇସ୍କୁଲରେ ଏମାନେ ପାଠ ପଢ଼ୁଛନ୍ତି । ସାଇକେଲ ଖଣ୍ଡେ କିଣି ଦେବାକୁ ପରିବାର ଲୋକେ ଅସମର୍ଥ । ପାଖରେ ହାଇସ୍କୁଲ ନଥିବାରୁ କିଛି ପିଲାଙ୍କର ଅଧାରୁ ପାଠପଢାରେ ଡୋରି ବନ୍ଧା ହୋଇଛି । ହେଲେ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଜନପ୍ରିୟ ଉଚ୍ଚବିଦ୍ୟାଳୟରେ ଏମାନେ ନାମ ଲେଖାଇଛନ୍ତି ।
ପିଲାମାନେ ଘରକୁ ଫେରିବାରେ ବିଳମ୍ବ ହେଲେ ବ୍ୟସ୍ତ ହୋଇପଡନ୍ତି ପରିବାର ଲୋକେ । ଜଙ୍ଗଲ ଘାଟି ରାସ୍ତାରେ ପିଲାଙ୍କୁ ସ୍କୁଲ ଛାଡିବାକୁ ଡର ଲାଗୁଛି ବୋଲି କହିଛନ୍ତି ଅଭିଭାବକ । ସେପଟେ ଜିଲ୍ଲା ମୁଖ୍ୟ ଶିକ୍ଷା ଅଧିକାରୀ କହିଛନ୍ତି, ଶୀଘ୍ର ସେମାନଙ୍କୁ ସାଇକେଲ ଯୋଗାଇ ଦିଆଯିବା ସହ ହଷ୍ଟେଲରେ ରଖାଯିବା ନିମନ୍ତେ ବ୍ୟବସ୍ଥା କରାଯାଉଛି । ତେବେ ଜିଲ୍ଲା ଶିକ୍ଷା ଅଧିକାରୀ ଦେଇଥିବା ପ୍ରତିଶୃତି କେବେ କାର୍ଯ୍ୟକାରୀ ହେଉଛି ତାହାକୁ ଅପେକ୍ଷା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)